କୋର୍ଟ ଫଇସଲା, ଇଂରାଜୀ ଭାଷାର ପ୍ରାଦେଶିକ ଭାଷାକୁ ଅନୁବାଦ କର୍ମଶାଳା ଓ ବିଚାର ଆଲୋଚନା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ଵାବଧାନରେ କୋର୍ଟ ଫଇସଲାର ଇଂରାଜୀ ଭାଷାକୁ ବିଭିନ୍ନ ପ୍ରାଦେଶିକ ଭାଷାରେ ଅନୁବାଦ ଉପରେ ଏବଂ କର୍ମଶାଳା ଅନୁଷ୍ଠିତ ହୋଇଅଛି । ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସ୍ବାଗତ, ଅତିଥି ପରିଚୟ ଏବଂ କର୍ମଶାଳାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ପରିବାର ଅଦାଲତ, ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟ କୋର୍ଟ ଫଇସଲାର ବିଭିନ୍ନ ପ୍ରାଦେଶିକ ଭାଷାକୁ ଅନୁବାଦ, ବିଡିଓ କନଫରେନ୍ସ ଆଇନ ଏବଂ ସାଧାରଣ ସମାଧାନ ଆଇନ ବିଷୟରେ ତର୍ଜମା କରିଥିଲେ । ଜନସାଧାରଣ ନିଜ ଭାଷା ମାଧ୍ୟମରେ ଆଇନର ବିଧିର ସରଳତା ଏବଂ ସୁଯୋଗ ପାଇଁ, ସୁପ୍ରିମ କୋର୍ଟଙ୍କ ଏହା ଐତିହାସିକ ପଦକ୍ଷେପ ବୋଲି ସୂଚାଇଥିଲେ । ରେଜିଷ୍ଟ୍ରାର ଡ଼ଃ ନିଶାକର ସାହୁ ଏ. ଆଇ ବ୍ୟବହାର ଏବଂ ସୁପ୍ରିମ କୋର୍ଟ ବିଧି ଅନୁବାଦ ଯାନ୍ତ୍ରିକ ସୁବିଧା ତର୍ଜମା କରିଥିଲେ । ରେଜିଷ୍ଟ୍ରାର ନିଜେ ଆଇନ ଏବଂ ବିଧି, ଭାଷା ଉପରେ ଗବେଷଣା କରିଥିବାରୁ ନିଜର ଅନୁଭୂତି ଦର୍ଶାଇଥିଲେ । ବରିଷ୍ଠ ବର୍ଗ ବିଚାରପାତି ଶ୍ରୀ ରବି ନାରାୟଣ ବେହେରା ଏହି ପରି ଆଲୋଚନା ପ୍ରାଧିକରଣ ର ଉଦେଶ୍ୟ – ସମସ୍ତଙ୍କ ପାଇଁ ଏବଂ ସମସ୍ତଙ୍କ ନିକଟରେ ନ୍ୟାୟ ସୁଗମ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସବ୍ ଜଜ ଶ୍ରୀ ସତ୍ୟବ୍ରତ ରଣା ବିକଳ୍ପ ସମାଧାନ ମାଧ୍ୟମ କିପରି ସହଜରେ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିପାରୁଛି ବାଖ୍ୟା କରିଥିଲେ । ବରିଷ୍ଠ ଅଧିବକ୍ତା ଶ୍ରୀ ରମେଶ ଚନ୍ଦ୍ର ମହାରଣା ଆଇ .ସି. ଟି ବା ସୂଚନା ପ୍ରସାରଣ ଯାନ୍ତ୍ରିକ ଦିଗ, ନ୍ୟାୟ ବ୍ୟବସ୍ଥାକୁ ସୁଗମ କରିପାରୁଛି ବୋଲି ମତ ରଖିଥିଲେ । ବରିଷ୍ଠ ସରକାରୀ ଅଧିବକ୍ତା ଶ୍ରୀ ଦଣ୍ଡପାଣି ସ୍ୱାଇଁ, କୋର୍ଟ ସିଷ୍ଟମ ଅଫିସର ଶ୍ରୀ ସୀମାନ୍ଦ୍ରୀ କେଶରୀ ମହାରଥୀ କୌଶଳ ପ୍ରଦର୍ଶନ କରି ବାଖ୍ୟା କରିଥିଲେ । ଅଧିବକ୍ତା ଶ୍ରୀ ଭବାନୀ ଶଙ୍କର ସାହୁ, ସଦସ୍ୟ ମହମ୍ମଦ ଓମାର ମାଲିକ , କୋର୍ଟ କର୍ମଚାରୀବୃନ୍ଦ ଏବଂ ପ୍ରାଧିକରଣ କର୍ମଚାରୀଗଣ ଅହାର ଉପଯୋଗିତା ଅନୁଭବ କରିଥିଲେ । ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସୁପ୍ରିମ କୋର୍ଟଙ୍କ ଏହି ପଦକ୍ଷେପ, ଆଇନ ସେବା ପ୍ରାଧିକରଣର ଲକ୍ଷ ଆଇନ ସମସ୍ତଙ୍କ ନିକଟରେ ପହଞ୍ଚିବା ଦିଗରେ ଏକ ବଳିଷ୍ଠ ମାଧ୍ୟମ ବୋଲି ସୂଚାଇବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts