ଶରଣକୁଳରେ ୟେଚୁରୀଙ୍କୁ ଶ୍ରଦ୍ଧାଞ୍ଜଳି

ଶରଣକୁଳ, (ନୟାଗଡ଼ ଦର୍ପଣ): ଶିଖରପୁର କମ୍ୟୁନିଷ୍ଟ ହଲ୍ ଠାରେ ସି.ପି.ଆଇ.ଏମ୍ ଶରଣକୁଳ ଲୋକାଲ କମିଟି ‘ଆନୁକୂଲ୍ୟରେ ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରି ବରିଷ୍ଠ ନେତା ଗୋଲକବିହାରି ମୁଦୁଲିଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି !୧୩ସେପ୍ଟେମ୍ବର,୨୦୨୪ ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ୟତମ ଜିଲ୍ଲା ନେତୃତ୍ବ ବିଶ୍ଵନାଥ ମହାପାତ୍ର‌‌ କମ୍ରେଡ ୟେଚୁରୀଙ୍କ ବିୟୋଗ କିଭଳି ଭାରତବର୍ଷର ମେହେନତୀ ଜଣଗଣଙ୍କର ଅପୂରଣୀୟ କ୍ଷତି ଘଟାଇଲା, ତାହାର ବିଶଦ ବିବରଣୀ ପ୍ରଦାନ କରିଥିଲେ। ଆଞ୍ଚଳିକ କମିଟି ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା, ଯୁବନେତା ଧିରେନ୍ ପାତ୍ର, କୃଷକ ନେତା ଭାଗିରଥି ସ୍ଵାଇଁ ପ୍ରମୁଖ ଶୋକବାର୍ତ୍ତା ପ୍ରକାଶ କରିଥିଲେ।

Read More

ମଡେଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଶିବିର ଆନୁଷ୍ଠାନିକ ଭାବେ କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ ଓ ସଭ୍ୟ ବାଞ୍ଛାନିଧି ପାତ୍ର ଉଦଘାଟନ କରିଥିଲେ। ନୟାଗଡ଼ ବ୍ଳକ ବ୍ୟାଙ୍କ ତରଫରୁ ରକ୍ତ ସଂଗ୍ରହରେ ନିୟୋଜିତ ଦଳର ପ୍ରାୟ ୧୨ଜଣ କର୍ମଚାରୀ ଏହି ଶିବିରରେ ଛାତ୍ରଛାତ୍ରୀ,କର୍ମଚାରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କଠାରୁ ଅତି ଯତ୍ନର ସହିତ   ୬୫    ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଥମେ ରକ୍ତଦାନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଜାଗ୍ରତ କରିଥିଲେ।ଉକ୍ତ ଶିବିର ଯୁବ  ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ ଓ ଜାତୀୟ ସେବା ସଂସ୍ଥା ଅଧିକାରୀ…

Read More

ନୟାଗଡ଼ରେ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରକାରୀ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲ୍ଲା ଶିକ୍ଷାଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ ଚନ୍ଦ୍ର ସାହୁ ଏହାକୁ ପରିଚାଳନା କରିଥିବା ବେଳେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ବରିଷ୍ଠ ଶିକ୍ଷକ ବଟକିଶୋର ମହାପାତ୍ର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କନ୍ଧମାଳ,ଗଞ୍ଜାମ, ଗଜପତି, ବଲାଙ୍ଗୀର, ବୌଦ, ନୟାଗଡ଼ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଏହି ବିଜ୍ଞାନ ଡ୍ରାମାରେ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଥମ, ନୟାଗଡ ଜିଲ୍ଲା ଦ୍ଵିତୀୟ, ବଲାଙ୍ଗୀର…

Read More

ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା,୨୬୩ ଜଣ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମଣ୍ଡଳ ସ୍ତରୀୟ କୁଇଜ ପ୍ରତିଯୋଗିତା ଶୁକ୍ରବାର ଦିନ ନବଘନପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ମଧ୍ୟରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ୨୬୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।  ଏଥିରେ ଜୁନିୟର ବିଭାଗରୁ ପ୍ରିୟମ୍ବଦା ପ୍ରିୟଦର୍ଶିନୀ  ପ୍ରଥମ ହୋଇଥିବା ବେଳେ ସ୍ଵର୍ଣପ୍ରଭା ଜେନା ଦ୍ୱିତୀୟ ଏବଂ ରୁଦ୍ରନାରାୟଣ ସେଠି, ଚନ୍ଦନ ଜେନା, ପ୍ରଣବ କିଶୋର ନାୟକ, ପ୍ରତ୍ୟୁଷ ଅଂଶୁମାନ ନାୟକ, ରାକେଶ କୁମାର ଜେନା ପ୍ରମୁଖ ତୃତୀୟ ସ୍ଥାନ ହାସଲ କରିଥିଲେ।ସେହିପରି ସବ ଜୁନିୟର ବିଭାଗରୁ ଯଥାକ୍ରମେ ଓମ ସାଇ ପ୍ରସାଦ ଲେଙ୍କା ପ୍ରଥମ, ବିବେକ ବିକାଶ ସାମଲ, ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାହୁ, ଲକ୍ଷ୍ମୀପ୍ରିୟା ନାୟକ ଦ୍ୱିତୀୟ ଏବଂ ଅଦ୍ୟାଶା ସାମନ୍ତରାୟ ତୃତୀୟ ସ୍ଥାନ…

Read More

କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ମହାନତା

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ପଂଚାୟତ ମଧୁପୁର ଗ୍ରାମର ଶ୍ରୀକାନ୍ତ ପ୍ରଧାନ ନାମକ ଜୈନିକ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅହମଦାବାଦରୁ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମମାଟି ତଥା ମଧୁପୁର ଗ୍ରାମକୁ ଅଣାଯାଇଛି । ଶ୍ରୀକାନ୍ତଙ୍କ ମରଶରୀର ଗାଁ’ରେ ପହଞ୍ଚିବା ପରେ ମଧୁପୁର ଗ୍ରାମରେ ଦୁଃଖର ବାତାବରଣ ଖେଳିଯାଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀକାନ୍ତ ଗୁଜୁରାଟରେ ରହି କାମ କରୁଥିଲେ। ଅହମଦାବାଦ ଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ପରେ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ମୃତ୍ୟୁ ଘଟିଥିଲା। ପାଖରେ ଆଉ ଅର୍ଥ ନଥିବାରୁ ଶ୍ରୀକାନ୍ତଙ୍କ ମରଶରୀରକୁ ଡାକ୍ତରଖାନା କର୍ମଚାରୀ ନିଜ ଗ୍ରାମକୁ ପଠାଉନଥିଲେ। ଏହି ଦୁଃଖଦ ଖବର ପାଇ କନ୍ଧମାଳ ସାଂସଦ ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ଅଞ୍ଚଳର ପୁଅ ସୁକାନ୍ତ ପାଣିଗ୍ରାହୀ ଏହି ବିଷୟରେ…

Read More

ନୟାଗଡ଼ରେ ସୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା ପକ୍ଷ ୨୦୧୪ ମସିହାରୁ ଅଦ୍ୟାବଧି ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରେ ପରିସମାପ୍ତି ହୁଏ । ଏହି ପକ୍ଷ ପାଳନର ୧୦ମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଅତ୍ୟଧିକ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ । ଚଳିତ ବର୍ଷର ଥିମ୍ “ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ସାମିଲ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି…

Read More

ସୀତାରାମ ୟେଚୁରୀଙ୍କ ବିୟୋଗରେ ଶୋକ

ନୟାଗଡ଼, (ନୟାଗଡ଼ ଦର୍ପଣ): ସି.ପି.ଆଇ.ଏମର ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗରେ ନୟାଗଡ଼ ଠାରେ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ଭାରତବର୍ଷର ଏହି ମହାନ୍ ବାମପନ୍ଥୀ ନେତାଙ୍କ ଅକାଳ ବିୟୋଗରେ ଭାରତର କୋଟିକୋଟି ମେହେନତୀ ମଣିଷ, କୃଷକ, ସାଧାରଣ ବର୍ଗର ଲୋକେ ତାଙ୍କର ଜଣେ ବାସ୍ତବ ସାଥୀ, ବନ୍ଧୁ, ମାର୍ଗଦର୍ଶକ ସେନାପତିଙ୍କୁ ହରାଇଲେ ବୋଲି ସି.ପି.ଆଇ.ଏମ୍ ନେତା ପବିତ୍ର ଇନ୍ଦ୍ରଜିତ, ବିଭୁତି ପଟ୍ଟନାୟକ, କୁଳମଣି ପୃଷ୍ଟି, ମାନସ ମହାପାତ୍ର ପ୍ରମୁଖ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି।

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଦଶ ପଇସାର ରଜା ଦାସିଆ ଅଜାଙ୍କ ଶ୍ରାଦ୍ଧ ବାର୍ଷିକୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଧରାପୃଷ୍ଠରେ ଏପରି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଥାନ୍ତି, ଯାହାଙ୍କର ଅଲୌକିକ କାର୍ଯ୍ୟ କଳାପକୁ ଗୋଟିଏ ଜାତି ସବୁଦିନ ପାଇଁ ମନେ ରଖିଥାଏ। ସେହି ଚର୍ଚ୍ଚିତ ବିସ୍ମୟ ବ୍ଯକ୍ତିତ୍ବ ହେଉଛନ୍ତି ଓଡିଶା ପାଠାଗାର ଆନ୍ଦୋଳନର ପ୍ରବର୍ତ୍ତକ ପ୍ରଖ୍ୟାତ ସଂଗ୍ରହାକ ସାରସ୍ୱତ ସାଧକ ଐତିହାସିକ ଦାଶରଥି ପଟ୍ଟନାୟକ ଦଶ ପଇସାର ରଜା ଖୁଣ୍ଟାତଡା ରଜା ଦାସିଆ ଅଜା। ଦାସିଆ ଅଜା ଅତି ସାଧାରଣ ପରିବାର…

Read More

ଦାସିଆ ଅଜାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,)ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜେସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ସୂଚନା…

Read More

ଗଜାନନଙ୍କ ଭସାଣି ଉତ୍ସବ, ନାଚ, ଗୀତରେ ଝୁମିଲେ ଭକ୍ତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟ ନାରାୟଣ କ୍ଳବ୍, ମା ବାଗଦେବୀ ଯୁବକ ସଂଘ ତରଫରୁ ଅଗ୍ରପୂଜ୍ୟଙ୍କ ଭସାଣି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କ୍ଳବର ସଦସ୍ୟମାନେ ଅଗ୍ରପୂଜ୍ୟଙ୍କ ମୂର୍ତ୍ତିଙ୍କୁ ଘଣ୍ଟ, ମହୁରୀ ବଜାଇ ବାଜା, ବାଣ ଫୁଟାଇ, ନାଚ, ଗୀତ କରି ଗ୍ରାମ ପରିକ୍ରମା କରାଇ ନଦୀରେ ବିସର୍ଜନ କରିଥିଲେ।ଗଣପତି ବାବା ମୋରିଆ, ଘଣ୍ଟ ,ବାଜା ବାଣରେ ଗ୍ରାମ ପ୍ରକମ୍ପିତ ହୋଇଥିଲା। ନୂଆଗାଁ ଗଜାନନ କ୍ଳବ୍ , ନୂଆସାହି ବାପୁଜୀ ସଂଘ ତରଫରୁ ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଗଜାନନ କ୍ଳବର ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଗଣେଶ ମୂର୍ତ୍ତିଙ୍କୁ ବିରାଟ ପଟୁଆରରେ ବାଜା, ବାଣ ଫୁଟାଇ ଗ୍ରାମ ଓ ବଜାର ପରିକ୍ରମା କରାଇ ଗଣେଶ ମୂର୍ତ୍ତିକୁ ନୂଆଗାଁ ଶିବ ମନ୍ଦିର…

Read More