ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ତହସିଲ ଅଫିସରେ ଦୀର୍ଘ ୧୦ବର୍ଷ ଧରି ଗୋଟିଏ ଅଫିସରେ ଗୌରହରି ମାଝୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ, ସୁଦୀପ ପଟ୍ଟନାୟକ, ଅମିନ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ବଦଳି ନିୟମ ଅନୁଯାୟୀ, ତିନିବର୍ଷରେ ଥରେ ବଦଳି ହେବାର ନିୟମ ଅଛି। କିନ୍ତୁ ଏହି ସବୁ କର୍ମଚାରୀ ବଦଳି ନ ହୋଇ ଗୋଟିଏ ସ୍ଥାନରେ ରହିବାଦ୍ୱାରା ସରକାରଙ୍କ ବଦଳି ନିୟମ ଉଲଘଂନ ହୋଇଅଛି। ଜିଲାର ବିଭିନ୍ନ ବିଭାଗରେ ଥିବା କର୍ମଚାରୀ ବଦଳି ହେଉ ଥିବା ବେଳେ ଗଣିଆ ତହସିଲ ଅଫିସରେ ଏହି ବଦଳି ନିୟମ କଣ ପାଇଁ କାର୍ଯ୍ୟକାରୀ ହେଉ ନାହିଁ ଏ ନେଇ ଭାରତ ବିକାଶ ପରିଷଦ ଅସନ୍ତୋଷ ପ୍ରକାଶ କରିଛି । ଏନେଇ ଭାରତ ବିକାଶ ପରିଷଦ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏହି କର୍ମଚାରୀମାନେ ବହୁ ଦୁର୍ନୀତିରେ ଜଡିତ ରହି ସାଧାରଣ ଜନତାଙ୍କ…
Read MoreYear: 2023
ଭେଙ୍କଟେଶ୍ବର ସ୍କୁଲର ବାର୍ଷିକ ଉତ୍ସବ ଏବଂ ବିଜ୍ଞାନ ମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଥିବା ଭେଙ୍କଟେଶ୍ବର ସ୍କୁଲର ବାର୍ଷିକ ଉତ୍ସବ ଏବଂ ବିଜ୍ଞାନ ମେଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ତା.୦୪.୦୨.୨୩ ରିଖରେ ବିଜ୍ଞାନ ମେଳା ଅବସରରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ମୁଖ୍ୟ ଅତିଥି ରୁପେ ଯୋଗଦେଇଥିବା ବେଳେ ଏଡିଇଓ ମୁଖ୍ୟ ବକ୍ତା ଏବଂ ମହମଦ୍ ଓମର ମଲିକ ସମ୍ମାନୀତ ଅତିଥି ରୁପେ ଯୋଗଦେଇଥିଲେ। ଏଥିରେ ୮୦ ଜଣ ଛାତ୍ରଛାତ୍ରୀ ଭାଗନେଇ କୁନି ବୈଜ୍ଞାନିକଭାବେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ସେହିଭଳି ଦ୍ୱିତୀୟ ଦିବସ ଅର୍ଥାତ ତା.୦୫.୦୨.୨୩ ରିଖରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଅଶୋକ କୁମାର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ଏବଂ ବ୍ଲକ ଚେୟାରମ୍ୟାନ…
Read Moreଆଦାନୀ ଗ୍ରୁପକୁ ଏସବିଆଇ, ଏଲଆଇସି ୮୦ହଜାର କୋଟି ଋଣ ଜାଲିଆତି ତଦନ୍ତ ଦାବୀରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶର କୋଟିକୋଟି ସାଧାରଣ ଜନତା ଙ୍କ କଷ୍ଟ ଅର୍ଜିତ ଜମାରାଶିରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟ ବନ୍ଧୁ ଗୌତମ ଅଦାନୀଙ୍କ ଆଦାନୀ ଗ୍ରୁପକୁ ଏସବିଆଇ ଏଲଆଇସି ର ମୁଖ୍ୟମାନେ ମାତ୍ରାଧିକ ଅନୁକମ୍ପା ଦେଖାଇ ପ୍ରାୟ ୮୦ହଜାର କୋଟି ଟଙ୍କା ଋଣ ଦେବା ପ୍ରସଙ୍ଗରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ପିସିସି ସମ୍ପାଦକ ହୁସେନ ଖାଁ ଏବଂ ଦଳୀୟ ନେତୃବୃନ୍ଦ ଏହି ଋଣ ଘୋଟଲାର ଯୁଗ୍ମ ସଂସଦୀୟ କମିଟି ଯାଞ୍ଚ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦବୀରେ ନୟାଗଡ଼ ଏସବିଆଇ ମୁଖ୍ୟ ଶାଖାଠାରେ ଧାରଣା ଦେଇ ମୋଦି ଆଦାନୀ ବିରୋଧୀ ନାରାବାଜି କରିଥିଲେ। ବିଶ୍ୱ ର ତିନି ନମ୍ବର ବିତ୍ତାଶାଳୀ ବୋଲାଉ ଥିବା ଦେଶଦ୍ରୋହୀ ଗୌତମ ଆଦାନୀ ହିଣ୍ଡେନ୍ସବର୍ଗ ରିପୋର୍ଟ ପ୍ରସାରଣ ପରେ ଗତ ସାତ ଦିନ…
Read Moreନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ
‘ବହି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ପାଇଁ ସଚେତନତା ଆବଶ୍ୟକ’ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ପୁସ୍ତକ ମହୋସବକୁ ରୂପାନ୍ତରିତ କରାଯାଇ ଚଳିତ ବର୍ଷ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆୟୋଜନ କରାଯାଇଛି । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ସଂଯୋଜକ ସଂଜୟ କୁମାର ସ୍ୱାଇଁଙ୍କ ଆବହକତ୍ୱରେ ନୟାଗଡ଼ ବ୍ଲକ ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନୟାଗଡ଼ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଛନ୍ତି । କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ସାମ୍ବାଦିକ ଅନୀଲ କୁମାର ପଣ୍ଡା ସାହିତ୍ୟ ସଭା ପାଇଁ…
Read Moreପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ,ସଂସ୍କୃତି କୁ ଅନୁଷ୍ଠିତ ହୋଇଥିବା ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ଜନ ପ୍ରତିନିଧି, ଶିକ୍ଷାଵିତମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କଳା ପରିବେଷଣ କରିଥିବା ସ୍ଥାନୀୟ କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା।ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ କଳାକାରମାନଙ୍କ ଅନ୍ତର୍ନିହିତ କଳାକୁ ପରିବେଷଣ କରିବାର ମୁଖ୍ୟ ମାଧ୍ୟମ ଏହି ପଞ୍ଚୁପାଣ୍ଡବ ମହୋତ୍ସବ ବୋଲି ମୁଖ୍ୟ ଅତିଥି ବିଧାୟକ ପଦ୍ମନାଭ ବେହେରା କହିଥିଲେ। ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଏଭଳି ମହୋତ୍ସବ ଆୟୋଜିତ ହୋଇ ପାରିଥିବା କହିବା ସହ ‘ପାଞ୍ଚାଳୀ’କୁ ଉନ୍ମୋଚନ କରିଥିଲେ।…
Read Moreବଢୁଛି ରେଳ ଅନୁଦାନ, ତ୍ବରାନ୍ବିତ ହେଉନି କାର୍ଯ୍ୟ
ଦଶପଲ୍ଲା,(ନୟାଗଡ଼ ଦର୍ପଣ); ପୂର୍ବତଟ ରେଳପଥ ଅଧୀନେର ଚାଲିଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା–ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିବାେର ଲାଗିଛି। ଏହି ନିର୍ମାଣ କାର୍ଯ୍ୟକୁ ଦଶପଲ୍ଲା ପର୍ଯ୍ୟନ୍ତ ଆସନ୍ତା ମାର୍ଚ୍ଚ ମଧ୍ୟରେ ଶେଷ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ଏହି ପ୍ରକଳ୍ପ ପ୍ରତି ଅଧିକ ଗୁରୁତ୍ବ ଦେଉଛନ୍ତି। ଏହାରି ମଧ୍ୟରେ ହାତରେ ଆଉମାତ୍ର ୧ମାସର ବ୍ୟବଧାନ। ଖୋର୍ଦ୍ଧା ରୋଡ଼ ଠାରୁ ନୂଆଗାଁ ପ୍ରର୍ଯ୍ୟନ୍ତ ରେଳ ଚଳାଚଳ ସ୍ବଭାବିକ ହୋଇଛି। ନୂଆଗାଁ ଠାରୁ ଦଶପଲ୍ଲା ମଧ୍ୟରେ ୧୫.୪୪୫କିମି ରେଳ ଲାଇନକୁ ଶେଷ କରିବା ପାଇଁ ରେଳ ମନ୍ତ୍ରଣାଳୟ ଯେଉଁ ଲକ୍ଷ୍ୟ ରଖିଛି ତାହା ସଠିକ୍ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାନେଇ ଏବେ ଅନେକ ଆଶଙ୍କା ପ୍ରକାଶ ପାଇଛି। କାରଣ ଏହାରି ମାଟି…
Read Moreଓଡଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଧୁମିଳନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବୁଢାବୁଢୀଆଣି ମନ୍ଦିର ପରିସରରେ ଓଡଗାଁ ବ୍ଲକ କଂଗ୍ରେସ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୩୫ ଗୋଟି ପଞ୍ଚାୟତରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ଓଡଗାଁରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଯୋଗଦେଇ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀ ମାନଙ୍କ ସମସ୍ତ ପ୍ରସ୍ତାବକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯାଇ ଦଳକୁ କ୍ରିୟାଶୀଳ…
Read Moreସତସଙ୍ଗ ସାରି ଘରକୁ ଫେରୁଥିବା ସମୟରେ ଗାଡି ଧକାରେ ମହିଳା ମୃତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଥାନା ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଘଟିଛି ଏହି ଦୁର୍ଘଟଣା। ବୃନ୍ଦାବନପୁର ଗ୍ରାମର ଉମାରାଣୀ ଦେଇ ନାମକ ଜନୈକା ମହିଳା ଗ୍ରାମ ନିକଟସ୍ଥ ସତସଙ୍ଗରୁ ଘରକୁ ଫେରୁଥିବା ସମୟରେ ଇଟାମାଟି ପଟରୁ ନୟାଗଡ ଅଭିମୁଖେ ଯାଉଥିବା (CG07CC6274) ନମ୍ବର ବିଶିଷ୍ଟ ବୋଲେରୋ ପିକଅପ ଭ୍ୟାନ ଅତ୍ୟଧିକ ଜୋରରେ ଆସି ଧକ୍କା ଦେଇଥିଲା। ଯାହାଫଳରେ ଉମାମଣୀଙ୍କ ସେହିଠାରେ ଗୁରୁତର ଭାବେ ଆହତ ହୋଇଥିଲେ। ବୃନ୍ଦାବନପୁର ଗ୍ରାମର ଲୋକମାନେ ସେଠାରେ ପହଂଚି ଉମାମଣିଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳାଙ୍କ ପୁଅ ସତ୍ୟନାରାୟଣ ଜେନା କହିଛନ୍ତିକି ଗାଡି ଡ୍ରାଇଭରର ବେପରୁଆ ଗାଡିଚାଳନାରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ନୟାଗଡ ଟାଉନଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଥାନା ପକ୍ଷରୁ ଗାଡିକୁ ଅଟକ ରଖି ତଦନ୍ତ…
Read Moreଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପରିଭ୍ରମଣ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ଏବଂ ବିଭିନ୍ନ ହସ୍ତତନ୍ତ ତନ୍ତୁବାୟ ସମିତିର ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପୋଷାକ ପରିକଳ୍ପନା ଏବଂ ଇଲକ୍ଟ୍ରୋନିକ୍ସି ଓ ହାର୍ଡୱେର ବିଭାଗର ଛାତ୍ରଛାତ୍ରୀ ମାନେ ଶିଳ୍ପାନୁଷ୍ଠାନ ପରିଭ୍ରମଣ କରି ବିଭିନ୍ନ ଜ୍ଞାନ କୌଶଳ ଉପରେ ଶିକ୍ଷା ଲାଭ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ର ଙ୍କ ତତ୍ବବଧାନ ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବାଲୁଙ୍କେଶ୍ୱର ତନ୍ତୁବାୟ ସହଯୋଗ ସମିତି ଏବଂ ଏମ୍ ଏସ ଜୟ ବଜରଙ୍ଗୀ ରାଇସ ମିଲ ପରିଭ୍ରମଣ କରି ବିଭିନ୍ନ ଶିକ୍ଷା ଗ୍ରହଣ କରିଥିଲେ। ଏହି…
Read Moreପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ ହୋଇଯାଇଛି। ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ ହୋଇ କଳାକାରମାନେ ନାମ ସଙ୍କୀର୍ତ୍ତନ, ଦୁଲୁଦୁଲି ବାଦ୍ୟରେ ପଞ୍ଚୁପାଣ୍ଡବ ପୀଠରୁ ବାହାରି ନୂଆଗାଁ ବିରୁପାଖେସ୍ୱର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତି ମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ ।ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରା ପତାକା ଉତୋଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ନୂଆଗାଁ କଲେଜର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ଜନ ପ୍ରତିନିଧିଙ୍କୁ ନେଇ ସଭା କାର୍ଯ୍ୟ ଅନୁଷ୍ଠିତ ହେବା ସହ ଜନ ପ୍ରତିନିଧି, ଶିକ୍ଷାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।…
Read More