ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ଏବଂ ବିଭିନ୍ନ ହସ୍ତତନ୍ତ ତନ୍ତୁବାୟ ସମିତିର ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପୋଷାକ ପରିକଳ୍ପନା ଏବଂ ଇଲକ୍ଟ୍ରୋନିକ୍ସି ଓ ହାର୍ଡୱେର ବିଭାଗର ଛାତ୍ରଛାତ୍ରୀ ମାନେ ଶିଳ୍ପାନୁଷ୍ଠାନ ପରିଭ୍ରମଣ କରି ବିଭିନ୍ନ ଜ୍ଞାନ କୌଶଳ ଉପରେ ଶିକ୍ଷା ଲାଭ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ର ଙ୍କ ତତ୍ବବଧାନ ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବାଲୁଙ୍କେଶ୍ୱର ତନ୍ତୁବାୟ ସହଯୋଗ ସମିତି ଏବଂ ଏମ୍ ଏସ ଜୟ ବଜରଙ୍ଗୀ ରାଇସ ମିଲ ପରିଭ୍ରମଣ କରି ବିଭିନ୍ନ ଶିକ୍ଷା ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ପୋଷକ ପରିଧାନ ବିଭାଗ ର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ର ଙ୍କ ସହ ଶ୍ରୀଯୁକ୍ତ କରୁଣା କର ବେହେରା ( ଆସିସଷ୍ଟାଣ୍ଟ ଡ଼ାଇରେକ୍ଟର ଅଫ ଟେକ୍ଟଷ୍ଟାଇଲ) , ରବିନାରାୟଣ ବେହେରା (Technical assistant) ପ୍ରମୋଦ ବିହାରୀ ସର(Technical assistant), ସନ୍ତୋଷ କୁମାର ନାୟକ ( W.L.C Secretary)ଙ୍କ ସହ ତାଙ୍କ ଟିମ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏଥିରେ ଛାତ୍ରଛାତ୍ରୀ ମାନେ ହସ୍ତତନ୍ତ ର ବିଭିନ୍ନ ଯନ୍ତ୍ରପାତି ସୂତା ର ପ୍ରୟୋଗ ସହ କିପାରି ତନ୍ତ ରେ କପଡା ବୁଣାଯାଏ ଏବିଷୟରେ ଶିକ୍ଷା ଲାଭ କରିଥିଲେ। ସେହିପରି ଇଲକ୍ଟ୍ରୋନିକ୍ସ ଓ ହାର୍ଡୱେର ଛାତ୍ର ମନେ ଜୟ ବଜରଙ୍ଗୀ ରାଇସ ମିଲ ରେ ପ୍ରଶିକ୍ଷକ ଗୋୖରାଙ୍ଗ ସାହୁଙ୍କ ସହ ମ୍ୟାନେଜର ପ୍ରଭାତ ଦାସ ଏବଂ ମାଲିକ ପି. ବାଲେଶ୍ବର ପାତ୍ର ଙ୍କ ସହଯୋଗ କ୍ରମେ ବିଭିନ୍ନ ପ୍ରକାର ମଟର ଓ ଏହାର ରକ୍ଷଣାବେକ୍ଷଣ , ଆଧୁନିକ ଇଲେକ୍ଟ୍ରିକାଲ ଯନ୍ତ୍ରପାତି ଜ୍ଞାନ କୌଶଳ ସୁରକ୍ଷିତ କାର୍ଯ୍ୟ କରିବା ବିଷୟ ରେ ଜ୍ଞାନ ଲାଭ କରିଥିଲେ। ଏଥିରେ ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ଯୋଗଦେବା ବେଳେ ବିଦ୍ୟାଳୟ ର ଶିକ୍ଷକ ଙ୍କ ସମେତ ବିଭିନ୍ନ ମହଲରେ ଏହା ଶିକ୍ଷାରେ ବିଶେଷ ଲାଭପ୍ରଦ ହେବ ବୋଲି ପ୍ରକାଶ କରିଛନ୍ତି।
