ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ ହୋଇଯାଇଛି। ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ ହୋଇ କଳାକାରମାନେ ନାମ ସଙ୍କୀର୍ତ୍ତନ, ଦୁଲୁଦୁଲି ବାଦ୍ୟରେ ପଞ୍ଚୁପାଣ୍ଡବ ପୀଠରୁ ବାହାରି ନୂଆଗାଁ ବିରୁପାଖେସ୍ୱର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତି ମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ ।ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରା ପତାକା ଉତୋଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ।

ନୂଆଗାଁ କଲେଜର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ଜନ ପ୍ରତିନିଧିଙ୍କୁ ନେଇ ସଭା କାର୍ଯ୍ୟ ଅନୁଷ୍ଠିତ ହେବା ସହ ଜନ ପ୍ରତିନିଧି, ଶିକ୍ଷାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବା ୩ ଘଟିକା ଠାରୁ ୬ ଟା ପର୍ଯ୍ୟନ୍ତ ବ୍ଲକ୍ ର କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଂଧ୍ୟା ଉଦ ଘାଟନି କାର୍ଯ୍ୟକ୍ରମ ରେ ଉଦ୍ ଘାଟକ ଭାବେ କ୍ରୀଡା ଯୁବ ବ୍ୟାପାର ,ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାର କାନ୍ତି ବେହେରା ଏବଂ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା,,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାଶ,୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ, ବିଡ଼ିଓ ପ୍ରମୋଦ କୁମାର ନାୟକ ,ମହୋତ୍ସବ କମିଟି ର ସମ୍ପାଦକ ଦିଲ୍ଲୀପ କୁମାର ଦଳ ବେହେରା ପ୍ରମୁଖ ଯୋଗଦେଇ ଦଶପଲ୍ଲା ଯୁବ ବିଧାୟକ ଙ୍କ ପ୍ରଚେଷ୍ଟା ଏବଂ ମହୋତ୍ସବ କମିଟି ର ସଦସ୍ୟ ମାନଙ୍କ ସହଯୋଗ ଯୋଗୁଁ ଏଭଳି ଏକ ଐତିହାସିକ ମହୋତ୍ସବ ଅନୁଷ୍ଠିତ ହୋଇ ପାରିଛି ବୋଲି କହିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର ସଂଯୋଜକ ରମେଶ ଚନ୍ଦ୍ର ପ୍ରଧାନ।

ମଞ୍ଚ ପରିଚାଳନା କରିଥିଲେ ନୂଆଗାଁ କଲେଜ୍ ର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ।ନୂଆଗାଁ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୂଆଗାଁ ବନ୍ଦନା, କଟକ ନୃତ୍ୟାଙ୍ଗନା ଫାଉଣ୍ଡେସନ ଦ୍ବାରା ଓଡିଶୀ ନୃତ୍ୟ, ବଲାଙ୍ଗୀର ଲୋଇସିଂହା ସଙ୍ଗୀତ ସାଧନା ରସର କେଲୀ, ରଙ୍ଗବତୀ, ନଚନୀଆ, ସମ୍ବଲପୁରୀ ନୃତ୍ୟ, ନୂଆଗାଁ ବ୍ଲକ୍ ଗୋହିରିବାଦୁ ଆଦିବାସୀ ନୃତ୍ୟ, ନୂଆଗାଁ ମହାବିଦ୍ୟାଳୟ ବିହୁ ନୃତ୍ୟ, କଳାହାଣ୍ଡି ରାମକୃଷ୍ଣ ପରିଷଦ ଘୁମୁରା ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିନେଇଥିଲା।ଆଶୁତୋଷ ମହାନ୍ତି ଏବଂ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସଙ୍ଗୀତ ପରିବେଷଣ ରେ ଦର୍ଶକ ବିଭୋର ହୋଇ ଯାଇଥିଲେ। ନନ୍ ସେନ୍ସ ମଣି ଦର୍ଶକ ମାନଙ୍କୁ ହସାଇ ହସାଇ ବିଭୋର କରି ଦେଇଥିଲେ।ଆଦିବାସୀ ଅଧ୍ୟୁଷିତ ଲୋକମାନେ ମହୋତ୍ସବ ଦେଖି ଆସିବା ପାଇଁ ବସର ବ୍ୟବସ୍ଥା କରାଯାଇଛି। ମହୋତ୍ସବ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।

Related posts