ଆଶା କର୍ମୀଙ୍କ ଠାରୁ ୨ଶିଶୁ ପୁତ୍ର ଉଦ୍ଧାର

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଶା କର୍ମୀଙ୍କ ଠାରୁ ୨ଶିଶୁ ପୁତ୍ରକୁ ଉଦ୍ଧାର କରିଛି ନୟାଗଡ ଚାଇଲଡ ଲାଇନ। ନୟାଗଡ ଜ଼ିଲ୍ଲା ଓଡଗାଁ ଥାନା ପାଣ୍ଡେରୀପଡା ଗାଁ ର ଆଶା କର୍ମୀ ସସ୍ମିତା ପଣ୍ଡା। କୌଣସି ସୂତ୍ର ରୁ ନୟାଗଡ ଚାଇଲଡ ଲାଇନ ଖବର ପାଇଥିଲା ୨ଶିଶୁ ପୁତ୍ର ତାଙ୍କ ପାଖରେ ଅଛି। ଆଜି ଓଡଗାଁ ପୋଲିସ ଓ ଚାଇଲଡ ଲାଇନ ତାଙ୍କ ଘରେ ଚଢ଼ାଉ କରିଥିଲେ। ୨ ଶିଶୁ ପୁତ୍ର ଙ୍କ ପ୍ରମାଣ ପତ୍ର ମାଗିଥିଲେ। ସଠିକ ପ୍ରମାଣ ପତ୍ର ନଦେବାରୁ ୨ ଶିଶୁ ଙ୍କୁ ନୟାଗଡ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହଜାର କରିଥିଲେ। ସେଠାରୁ ଚାଇଲଡ ଲାଇନରେ ରଖାଯାଇଛି। ଏ ସମ୍ପର୍କରେ ଆଶା କର୍ମୀଙ୍କୁ ପଚାରିବାରୁ ସେ କହିଥିଲେ ଏକ ମାମଲାରେ ଓଡଗାଁ ଥାନା ଅଧିକାରୀଙ୍କ ସହଯୋଗୀ ତାଙ୍କୁ ୫୦ହଜାର ଟଙ୍କା ମାଗିଥିଲେ। ସକାଳୁ ଥାନାରେ ବସାଇ ସନ୍ଧ୍ୟାରେ ଛାଡ଼ନ୍ତି। ଏଭଳି ୪ଦିନ ବସାଇ ଥିଲେ ଆଉ ଟଙ୍କା ନଦେବାରୁ ତାଙ୍କୁ ବିପଦରେ ପକାଇ ଛନ୍ତି ଥାନା ଅଧିକାରୀ। ଏନେଇ ଓଡ଼ଗାଁ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ।

Related posts