ନୟାଗଡ,(ନୟାଗଡ଼ ଦର୍ପଣ): ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚିଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ଵ ବୁଝାଇବା ସହ ନାରୀ ଆଜି ଅବଳା ନ ହୋଇ ସବଳା ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ସେ ନାରୀ ସଶକ୍ତିକରଣ ଓ ନାରି ଜାଗରଣ ଉପରେ ନିଜର ବକ୍ତବ୍ୟ ରଖିବା ସହ ମାନସିକ ଦୃଢ଼ତା, ପ୍ରତିକ୍ରିୟାଶିଳତା ଓ ଲଢ଼ୁଆ ମନୋବୃତ୍ତି ଓ ଆଭିମୁଖ୍ୟ ଦ୍ୱାରା ଯେ କୌଣସି ବିପଦକୁ ମୁକାବିଲା କରିବାକୁ ନାରୀମାନେ ସମର୍ଥ ହୋଇପାରିବେ ବୋଲି ଶ୍ରୀଯୁକ୍ତ ନାୟକ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ସୁପ୍ରିୟା ମହାପାତ୍ର, ଅଧ୍ୟାପକ ଅଭୟ କୁମାର ଲେଙ୍କା, ପ୍ରଶାନ୍ତ କୁମାର ରଥ, ଅଧ୍ୟାପିକା ସଲିଳା ସାମଲ, ରମାକାନ୍ତ ତ୍ରିପାଠୀ ପ୍ରମୁଖ କାର୍ଯକ୍ରମରେ ଯୋଗ ଦାନ କରି ଛାତ୍ରଛାତ୍ରୀମାନେ ଆତ୍ମ ସୁରକ୍ଷା ତାଲିମ ଦ୍ଵାରା ସାଂପ୍ରତିକ ପରିସ୍ଥିତିରେ ହେଉଥିବା ଶାରୀରିକ ଓ ମାନସିକ ହିଂସା ଓ ଅତ୍ୟାଚାରରୁ ନିଜକୁ ସୁରକ୍ଷା ଦେଇ ପାରିବେ ବୋଲି ମତ ବ୍ୟକ୍ତି କରିଥିଲେ। ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ନୟାଗଡର ନୋଡାଲ କଲେଜ ଭାବରେ ୨୯ଟି ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ପରିଚାଳନା କରିବାସହ ସଫଳତାର ସହ ସମାପନ କରିଥିବାରୁ ସାଧୁବାଦ ଜଣାଇଥିଲେ। ସୋନାଲି ସାଥୁଆ, ଜ୍ୟୋତିର୍ମୟୀ ଜେନା ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ଭାଗ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା।
![](https://nayagarhdarpan.com/wp-content/uploads/2023/02/IMG-20230202-WA0076-840x591.jpg)