ସତସଙ୍ଗ ସାରି ଘରକୁ ଫେରୁଥିବା ସମୟରେ ଗାଡି ଧକାରେ ମହିଳା ମୃତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଥାନା ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଘଟିଛି ଏହି ଦୁର୍ଘଟଣା। ବୃନ୍ଦାବନପୁର ଗ୍ରାମର ଉମାରାଣୀ ଦେଇ ନାମକ ଜନୈକା ମହିଳା ଗ୍ରାମ ନିକଟସ୍ଥ ସତସଙ୍ଗରୁ ଘରକୁ ଫେରୁଥିବା ସମୟରେ ଇଟାମାଟି ପଟରୁ ନୟାଗଡ ଅଭିମୁଖେ ଯାଉଥିବା (CG07CC6274) ନମ୍ବର ବିଶିଷ୍ଟ ବୋଲେରୋ ପିକଅପ ଭ୍ୟାନ ଅତ୍ୟଧିକ ଜୋରରେ ଆସି ଧକ୍କା ଦେଇଥିଲା। ଯାହାଫଳରେ ଉମାମଣୀଙ୍କ ସେହିଠାରେ ଗୁରୁତର ଭାବେ ଆହତ ହୋଇଥିଲେ। ବୃନ୍ଦାବନପୁର ଗ୍ରାମର ଲୋକମାନେ ସେଠାରେ ପହଂଚି ଉମାମଣିଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳାଙ୍କ ପୁଅ ସତ୍ୟନାରାୟଣ ଜେନା କହିଛନ୍ତିକି ଗାଡି ଡ୍ରାଇଭରର ବେପରୁଆ ଗାଡିଚାଳନାରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ନୟାଗଡ ଟାଉନଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଥାନା ପକ୍ଷରୁ ଗାଡିକୁ ଅଟକ ରଖି ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

Related posts