ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବୁଢାବୁଢୀଆଣି ମନ୍ଦିର ପରିସରରେ ଓଡଗାଁ ବ୍ଲକ କଂଗ୍ରେସ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୩୫ ଗୋଟି ପଞ୍ଚାୟତରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ଓଡଗାଁରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଯୋଗଦେଇ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀ ମାନଙ୍କ ସମସ୍ତ ପ୍ରସ୍ତାବକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯାଇ ଦଳକୁ କ୍ରିୟାଶୀଳ କରାଯିବ ବୋଲି କହିଥିଲେ l ଯେଉଁ ବିରୋଧୀ ଦଳ ମାନେ କଂଗ୍ରେସର ନୟାଗଡ଼ରେ କିଛି ନାହିଁ ବୋଲି କହୁଛନ୍ତି ସେମାନେ ଆସିକି ଦେଖିକି ଯାଆନ୍ତୁ, କଂଗ୍ରେସ କୁ କେତେ ଲୋକ ଭଲ ପାଉଛନ୍ତି, ବିଜେଡି ବିଧାୟକ ଆଉ ତାଙ୍କର କୁଜିନେତା ଠିକାଦାର ଏତେ ଦୁର୍ନୀତିରେ ଉବୁଟୁବୁ ଯେ ସେହି ଦୁର୍ନୀତି ପର୍ଦ୍ଧlଫସ ହେଲେ ନିର୍ବାଚନ ପୂର୍ବରୁ ସେମାନଙ୍କ ମୁହଁ କଳା ହୋଇଯିବ ବୋଲି ଶ୍ରୀ ଦାଶ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପିସିସି ସମ୍ପାଦକ ହୁସେନ ଖାଁ, ନିରଞ୍ଜନ ତ୍ରିପାଠୀ, ଭଗବାନ ଆଚାର୍ଯ୍ୟ, ଯୋଗେନ୍ଦ୍ର ବେହେରା, ପୀତବାସ ପାଢ଼ୀ, ଆଡ଼ଭୋକେଟ ବିଭୁତି ରାଉତ, ପାଣୁଚରଣ ବେହେରା, ବିଜୟ ଡାକୁଆ, ଆଲୋକ ପ୍ରଧାନ, ମଦନ ମୋହନ ବିଶୋଇ, ପ୍ରତୀକ ମହାପାତ୍ର, ଜ୍ୟୋତିରଞ୍ଜନ ଦାଶ, ଦିଲ୍ଲୀପ କୁମାର ବିଶୋଇ, ଅନିଲ କୁମାର ମୁଦୁଲି, ପୂର୍ଣ୍ଣଚନ୍ଦ୍ର ପ୍ରମୁଖ ଯୋଗ ଦେଇ ଦଳକୁ ସୁସଂଗଠିତ କରାଇବା ପାଇଁ ମାର୍ଗଦର୍ଶନ କରାଇଥିଲେ l ଏହି ବନ୍ଧୁମିଳନ ଉତ୍ସବରେ ୫୦୦ ଦଳୀୟ କର୍ମୀ କାର୍ଯ୍ୟକର୍ତା, ମହିଳା ଯୁବକ, ଛାତ୍ର ଯୋଗ ଦେଇଥିବାରୁ ଜିଲ୍ଲା ସଭାପତି ସମସ୍ତଙ୍କୁ ହୃଦୟରୁ ସ୍ୱାଗତ କରିଥିଲେ।
