ବଢୁଛି ରେଳ ଅନୁଦାନ, ତ୍ବରାନ୍ବିତ ହେଉନି କାର୍ଯ୍ୟ

ଦଶପଲ୍ଲା,(ନୟାଗଡ଼ ଦର୍ପଣ); ପୂର୍ବତଟ ରେଳପଥ ଅଧୀନେର ଚାଲିଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା–ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିବାେର ଲାଗିଛି। ଏହି ନିର୍ମାଣ କାର୍ଯ୍ୟକୁ ଦଶପଲ୍ଲା ପର୍ଯ୍ୟନ୍ତ ଆସନ୍ତା ମାର୍ଚ୍ଚ ମଧ୍ୟରେ ଶେଷ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ଏହି ପ୍ରକଳ୍ପ ପ୍ରତି ଅଧିକ ଗୁରୁତ୍ବ ଦେଉଛନ୍ତି। ଏହାରି ମଧ୍ୟରେ ହାତରେ ଆଉମାତ୍ର ୧ମାସର ବ୍ୟବଧାନ। ଖୋର୍ଦ୍ଧା ରୋଡ଼ ଠାରୁ ନୂଆଗାଁ ପ୍ରର୍ଯ୍ୟନ୍ତ ରେଳ ଚଳାଚଳ ସ୍ବଭାବିକ ହୋଇଛି। ନୂଆଗାଁ ଠାରୁ ଦଶପଲ୍ଲା ମଧ୍ୟରେ ୧୫.୪୪୫କିମି ରେଳ ଲାଇନକୁ ଶେଷ କରିବା ପାଇଁ ରେଳ ମନ୍ତ୍ରଣାଳୟ ଯେଉଁ ଲକ୍ଷ୍ୟ ରଖିଛି ତାହା ସଠିକ୍ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାନେଇ ଏବେ ଅନେକ ଆଶଙ୍କା ପ୍ରକାଶ ପାଇଛି। କାରଣ ଏହାରି ମାଟି କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏହା ଉପରେ ମେଟାଲ ଏବଂ ରେଳ ଲାଇନ୍ କାର୍ଯ୍ୟ ଅନେକ କାର୍ଯ୍ୟ ବାକି ରହିଛି। ଏପଟେ କାର୍ୟ୍ଯରେ ବିଳମ୍ବକୁ ନେଇ ବିଭିନ୍ନ ସଂଗଠନରୁ ବିରୋଧର ସ୍ବର ଉଠିଲାଣି। ଗତ କିଛିଦିନ ତଳେ ଦଶପଲ୍ଲା ଉନ୍ନୟନ ପରିଷଦ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଦାବି କରାଯାଇଛି। ଏପଟେ ଏହି ପ୍ରକଳ୍ପ ପାଇଁ ପ୍ରତିବର୍ଷ ବେଜଟରେ ଅନୁଦାନ ରାଶି ବୃଦ୍ଧି ପାଉଥିବା ବେଳେ ସେହି ଅନୁଯାୟୀ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେଉନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

Related posts