ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ,ସଂସ୍କୃତି କୁ ଅନୁଷ୍ଠିତ ହୋଇଥିବା ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ଜନ ପ୍ରତିନିଧି, ଶିକ୍ଷାଵିତମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କଳା ପରିବେଷଣ କରିଥିବା ସ୍ଥାନୀୟ କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା।ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ କଳାକାରମାନଙ୍କ ଅନ୍ତର୍ନିହିତ କଳାକୁ ପରିବେଷଣ କରିବାର ମୁଖ୍ୟ ମାଧ୍ୟମ ଏହି ପଞ୍ଚୁପାଣ୍ଡବ ମହୋତ୍ସବ ବୋଲି ମୁଖ୍ୟ ଅତିଥି ବିଧାୟକ ପଦ୍ମନାଭ ବେହେରା କହିଥିଲେ।

ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଏଭଳି ମହୋତ୍ସବ ଆୟୋଜିତ ହୋଇ ପାରିଥିବା କହିବା ସହ ‘ପାଞ୍ଚାଳୀ’କୁ ଉନ୍ମୋଚନ କରିଥିଲେ। ତତ୍ ସହିତ ମିଛ ଦୁନିଆରେ ତୁ ଏକା ସତ ଜଗନ୍ନାଥ, ଭଜନ ସୁନ୍ଦର ଭାବେ ଗାନ କରିଥିଲେ ବିଧାୟକ ପଦ୍ମନାଭ ବେହେରା। ମୁଖ୍ୟ ବକ୍ତା ଭାବେ ନୟାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଏସଡିପିଓ ତପସ୍ଵିନୀ କଅଁର, ୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ସାଂସଦଙ୍କ ବ୍ଲକ୍ ପ୍ରତିନିଧି ବିଜୟ କୁମାର ସାସମଲ ଯୋଗଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଗାଁ’ଗାଁରେ କଳା, ଐତିହ୍ୟ, ସଂସ୍କୃତି ଉଜ୍ଜୀବିତ ହୋଇ ରହିଛି ବୋଲି ମହୋତ୍ସବ କମିଟିର ସଭାପତି ତଥା ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା କହିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଧର ବେହେରା ଏବଂ ଶିକ୍ଷୟତ୍ରୀ ସୁଚିସ୍ମିତା ମହାପାତ୍ର। କୋରଡ଼ା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ନୂଆଗାଁ ବନ୍ଦନା ଏବଂ ଭୋଗବାଡ଼ି ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ପୁରୀ ରଙ୍ଗଶାଳା କଳାକାରମାନଙ୍କ ଦ୍ବାରା ଗଣେଶ ବନ୍ଦନା, ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିନେଇଥିଲା। ସିନେ ଅଭିନେତ୍ରୀ ଶିବାନୀଙ୍କ ଡାଇଲଗ ଏବଂ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ।ମହୋତ୍ସବ କମିଟିର ବିଭିନ୍ନ ବିଭାଗରେ ଥିବା ସଦସ୍ୟ ଏବଂ ମହୋତ୍ସବ ପଡ଼ିଆକୁ ଷ୍ଟଲ୍ ନେଇ ଆସିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦଶପଲ୍ଲା ବିଧାୟକ ପୁରସ୍କୃତ କରିଥିଲେ।

Related posts