ଗଣିଆ ତହସିଲ କର୍ମଚାରୀଙ୍କ ବଦଳି ଦାବି

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ତହସିଲ ଅଫିସରେ ଦୀର୍ଘ ୧୦ବର୍ଷ ଧରି ଗୋଟିଏ ଅଫିସରେ ଗୌରହରି ମାଝୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ, ସୁଦୀପ ପଟ୍ଟନାୟକ, ଅମିନ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ବଦଳି ନିୟମ ଅନୁଯାୟୀ, ତିନିବର୍ଷରେ ଥରେ ବଦଳି ହେବାର ନିୟମ ଅଛି। କିନ୍ତୁ ଏହି ସବୁ କର୍ମଚାରୀ ବଦଳି ନ ହୋଇ ଗୋଟିଏ ସ୍ଥାନରେ ରହିବାଦ୍ୱାରା ସରକାରଙ୍କ ବଦଳି ନିୟମ ଉଲଘଂନ ହୋଇଅଛି। ଜିଲାର ବିଭିନ୍ନ ବିଭାଗରେ ଥିବା କର୍ମଚାରୀ ବଦଳି ହେଉ ଥିବା ବେଳେ ଗଣିଆ ତହସିଲ ଅଫିସରେ ଏହି ବଦଳି ନିୟମ କଣ ପାଇଁ କାର୍ଯ୍ୟକାରୀ ହେଉ ନାହିଁ ଏ ନେଇ ଭାରତ ବିକାଶ ପରିଷଦ ଅସନ୍ତୋଷ ପ୍ରକାଶ କରିଛି । ଏନେଇ ଭାରତ ବିକାଶ ପରିଷଦ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏହି କର୍ମଚାରୀମାନେ ବହୁ ଦୁର୍ନୀତିରେ ଜଡିତ ରହି ସାଧାରଣ ଜନତାଙ୍କ କାମ କରୁନାହାନ୍ତି l ୧୫ଦିନ ମଧ୍ୟରେ ଯଦି ଏହି କର୍ମଚାରୀମାନଙ୍କୁ ବଦଳି କରାନଯାଏ ତେବେ ଭାରତ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଆଶ୍ରୟ ନେବେ ବୋଲି ନୟାଗଡ ଜିଲ୍ଲା ସଭାପତି ତ୍ରିନାଥ ନାୟକ ଜଣାଇଛନ୍ତି।

Related posts