ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦର ୨୮ତମ ବିଷୁବ ମିଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ୨୮ତମ ବିଷୁବ ମିଳନ ମହୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡ ପବିତ୍ର କୁମାର ସୁବୁଦ୍ଧି,ସମାଜସେବୀ ତଥା ବରିଷ୍ଠ କବୟିତ୍ରୀ ସସ୍ମିତା ଦାଶ ଏବଂ କବି ଓ ସୁଵକ୍ତା ଗୋଦାବରୀ ବସନ୍ତିଆ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାଶ ଓ ହରାପ୍ରିୟା ଦ୍ବିବେଦୀ ସଂଯୋଜନା କରିଥିଲେ । ପରମ୍ପରା ପ୍ରକାଶନୀ ତରଫରୁ ଗାଳ୍ପିକ ଗଦାଧର ନନ୍ଦଙ୍କ ଗଳ୍ପ ପୁସ୍ତକ ‘ଭଙ୍ଗା କ୍ୟାବିନର କଥା’,କବୟିତ୍ରୀ ନିଳିମା ନନ୍ଦଙ୍କ ଗଳ୍ପ ସଂକଳନ ‘ଅଥଚ ନୀରବ’ ଏବଂ ଡ଼ଃ. ନିର୍ମଳ ଶୁରଦେଓଙ୍କ ସମ୍ପାଦିତ ଶିଶୁ ଓ କିଶୋର ପତ୍ରିକା ‘ସପନ’ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକ ଗୁଡିକୁ କବି…

Read More

ଆସନ୍ତାମାସ ୨୧ତାରିଖରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ମହାଦେବଙ୍କ ପୀଠରେ ଆସନ୍ତାମାସ ୨୧ ତାରିଖରେ ଭଞ୍ଜ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ, ନାଟ୍ୟକାର ବିଶ୍ବନାଥ ମହାପାତ୍ର, ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ର, ସଂସ୍କୃତି ପ୍ରେମୀ ପ୍ରେମାନନ୍ଦ ପାଟ୍ଟଶାଣୀ, ସମାଜସେବୀ ତ୍ରିନାଥ ସାହୁ, ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଭଞ୍ଜ ଜୟନ୍ତୀ କିପରି ବର୍ଣ୍ଣାଢ଼୍ୟ ପରିବେଶରେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇ ସୁଦକ୍ଷ ଭଞ୍ଜ ସାହିତ୍ୟ ପ୍ରବକ୍ତା ମାନଙ୍କୁ ଉତ୍ସବକୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହିତ ଲବ୍ଧ ପ୍ରତିଷ୍ଠ କଳାକାରଙ୍କ ଦ୍ବାରା ଭଞ୍ଜ ସଙ୍ଗୀତ ପରିବେଷଣ ଓ ବିଭିନ୍ନ…

Read More

ଡ଼ଃ.ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ୧୩୨ ତମ ଜିଲ୍ଲାସ୍ତରୀୟ ଡ.ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ସୁଚନା ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାଓ ଯୋଗ ଦେଇଥିଲେ । ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ନୟାଗଡ଼ ତହସିଲଦାର ଭିକାରି ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଓ ଜିଲ୍ଲାସାମାଜିକ ସୁରକ୍ଷା ଅଧୂକାରୀ ଆଦିକନ୍ଦ କଅଁର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଅତିଥି ମାନେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ । ଅତିଥି ମାନେ ଡ.…

Read More

ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୯ତମ ଜନ୍ମ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୯ତମ ଜନ୍ମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମୈତ୍ରୀ ଯୁବ ସଂସଦ ମିଳିତ ଆନୁକୁଲ୍ୟରେ ନୟାଗଡ଼ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ସମାଜସେବୀ ଲକ୍ଷ୍ମୀଧର ମହାପାତ୍ର ପୌରହିତ୍ୟ କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଅଶୋକ ନାୟକ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ ମୁଖ୍ୟବକ୍ତାଭାବେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ, ପରମ୍ପରା ସମ୍ପାଦକ ତଥା ସାହିତ୍ୟିକ ନିର୍ମଳ ଶୂରଦେଓ, ସଦାନନ୍ଦ ସାହିତ୍ୟ ପରିଷଦ ସମ୍ପାଦକ ପ୍ରଶାନ୍ତ ଦାଶ, କବି ଅଶୋକ ମଲ୍ଲ ଏବଂ ଯୁବ ମୈତ୍ରୀ ସଂସଦ ସଂପାଦକ…

Read More

ସାଗର ପୋଖରୀ କୂଳରେ ଯୋଗ କେନ୍ଦ୍ର ଓ ଖୋଲା ବ୍ୟାୟାମଶାଳାକୁ ଉଦଘାଟନ କଲେ ବିଧାୟକ ଡ଼ଃ. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ନିର୍ମିତ ଯୋଗ କେନ୍ଦ୍ର ଓ ଖୋଲା ବ୍ୟାୟାମଶାଳା ଆଜି ଉଦଘାଟିତ ହୋଇଛି । ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସାଗର ପୁଷ୍କରିଣୀ କୂଳରେ ନିର୍ମିତ ଉକ୍ତ ଯୋଗକେନ୍ଦ୍ର ଓ ବ୍ୟାୟାମଶାଳାକୁ ଉଦଘାଟନ କରିଛନ୍ତି। ଆଜି ସକାଳ ୮ଘଟିକା ସମୟରେ ଲୋକାର୍ପିତ ହୋଇଛି ଏହି ଦୁଇଗୋଟି ପ୍ରକଳ୍ପ । ଏହି ଅବସରରେ ଏକ ଯୋଗ ଶିକ୍ଷା ତାଲିମ ଶିବିର-ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ, ଶିକ୍ଷାବିତ, ଆଇନଜୀବୀ, ସମାଜସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗଶିକ୍ଷା କରିଥିଲେ । ସୂଚନାଯୋଗ୍ୟ ଏଠାରେ ୨୪ଲକ୍ଷ ଟଙ୍କା ବ୍ୟୟରେ ଯୋଗ କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ୧୪ ଳଲକ୍ଷ ଟଙ୍କା ବ୍ୟୟରେ ବ୍ୟାୟାମଶାଳା ନିର୍ମାଣ କରାଯାଇଛି। ଏହି ଦୁଇଗୋଟି ପ୍ରକଳ୍ପ ଦ୍ବାରା ନୟାଗଡ଼ ପୁରୁଣା ସହରର ଅଧିବାସୀମାନେ ଅଧିକ…

Read More

କାଜୁପଦା ପାଇଁ ତୀବ୍ରତର ହେଉଛି ଆଦିବାସୀ ମେଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ବାଣ୍ଠପୁର ଗ୍ରାମପଂଚାୟତରେ ଅବସ୍ଥିତ ଶାଳିଆଝରୀ ଗ୍ରାମର ଆଦିବାସୀ ପ୍ରଜାମାନେ ଭୋଗଦଖଲ କରିଆସୁଥିବା କାଜୁପଦାକୁ ପ୍ରଜାମାନଙ୍କ ଅଗୋଚରରେ କାଜୁ କର୍ପୋରେସନ୍ ବାହାର ଜିଲ୍ଲାର ନିଲାମଦାରଙ୍କୁ ପ୍ରବେଶ କରାଇ ଯେଭଳି ଜଟିଳ ପରିସ୍ଥିତି ସୃଷ୍ଟି କରାଉଛନ୍ତି। ତାହା ଅତ୍ୟନ୍ତ ଉଦ୍‌ବେଗଜନକ କଥା ଏବଂ ଆଦିବାସୀ ପ୍ରଜାଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କଲେ ତାହାର ପ୍ରତିବାଦ ତୀବ୍ରତର ହେବ ବୋଲି ଓଡ଼ିଶା କୃଷକ ସଭାର ନେତା ବିଶ୍ଵନାଥ ମହାପାତ୍ର, ଗୋଲକ ବିହାରି ମୁଦୁଲି ଓ ପବିତ୍ର ଇନ୍ଦ୍ରଜିତ୍ ଚେତାବନୀ ଦେଇଛନ୍ତି । ଉକ୍ତ ଗ୍ରାମଟି ବୁଢ଼ାବୁଢ଼ିଆଣୀର ବିସ୍ଥାପିତ ଥଇଥାନ ଗ୍ରାମ ଏବଂ ଷାଠିଏ ବର୍ଷ ହେଲା ଏହି ଗରିବ ଆଦିବାସୀମାନେ ଆଖପାଖରେ ଫସଲଫନ୍ଦା କରି ଚଳିଆସୁଛନ୍ତି । କାଜୁ କର୍ପୋରେସନ ଏଠାରେ କାଜୁଚାରା ରୋପଣ କଲାପରେ ଏହି ପ୍ରଜାମାନେ ଫଳଭୋଗୀ ହେବେ ବୋଲି ଆଶ୍ୱାସନା ଦେଇ…

Read More

ପୂଜ୍ୟପୂଜା କମିଟି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ଖଣ୍ଡପଡ଼ା ରୋଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ର ସଦସ୍ଯ ଅବଦୁଲ୍ ଆରିଫ୍ ଖାଁ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ଯାର୍ପଣ କରିଥିଲେ। ସହ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଆମ୍ବେଦକରଙ୍କର ଜୀବନୀ ବିଷୟରେ ଆଲୋଚନା କରିବା ସହିତ ସଂବିଧାନ ପ୍ରଣୟନ କରିଥିବା କମିଟିର ସମସ୍ତ ସଦସ୍ଯ ମାନଙ୍କ ସ୍ମ୍ରୁତି ଚାରଣ କରି ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂଜ୍ୟପୂଜା କମିଟିର ସଦସ୍ଯ ଅବିନାଶ ସାହୁ, ବିମଳ ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଶ୍ରୀଧର ସାହୁ ଆଦି ସଦସ୍ଯ ମାନେ ଉପସ୍ଥିତ ଥିଲେ।

Read More

“ମା’ଲୋ ଦକ୍ଷିଣକାଳୀ” ସଙ୍ଗୀତ ଭିଡିଓ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ”, ନୟାଗଡ(କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥ ଦକ୍ଷିଣକାଳୀ ମନ୍ଦିର ପରିସରରେ “ମା’ଲୋ ଦକ୍ଷିଣକାଳୀ” ସଙ୍ଗୀତ ଭିଡିଓ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ , ସମାଜସେବୀ ପ୍ରମୋଦ ପଟ୍ଟନାୟକ,ପ୍ରଦୀପ ସାହୁ,ଡ. ସୁକାନ୍ତି ମହାନ୍ତି, ପ୍ରତାପ କୁମାର ସାହୁ ,ୟଶଶ୍ରୀ ମନ୍ଜିତ୍,ସାଇଶ୍ରୀ ଦେବୀ, ଜିତେନ୍ଦ୍ର ମହାପାତ୍ର ଏବଂ ଅନେକ ଭକ୍ତଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି। ଏହି ଗୀତଟିରେ ଗୀତିକାର ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା ,କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ କଣ୍ଠ ଦାନ କରିବା ସହିତ ସଙ୍ଗୀତ ସଂଯୋଜନା ମଧ୍ୟ କରିଛନ୍ତି। ଶ୍ରୀ ସୃଜନ ନୟାଗଡ଼ ୟୁଟ୍ୟୁବ୍ ଚ୍ୟାନେଲରେ ଗୀତଟି ଉପଲବ୍ଧ ।

Read More

ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ “ବିଶ୍ବ ଛେନାପୋଡ଼ ଦିବସ”

ନୟାଗଡ଼,(ନୟାଗଡ଼ ଦର୍ପଣ): ଏପ୍ରିଲ ୧୧ତାରିଖ ୧୧ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ ବିଶ୍ବ ଛେନାପୋଡ଼ ଦିବସ ।ଏଥି ନିମନ୍ତେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କର ଏପ୍ରିଲ ୧୧ ତାରିଖ ହେଉଛି ତାଙ୍କ ଜନ୍ମ ଦିନ । ଏହି ଅବସରରେ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ଅନୁର୍ଭୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି । ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନୟାଗଡ଼ ଛେନାପୋଡ଼କୁ ନେଇ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିବା…

Read More

ପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ପୁସ୍ତକ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ) ନୟାଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ଲେଙ୍କୁଡ଼ିପଡା କ୍ଲଷ୍ଟରର ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି। ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ସ୍ପଷ୍ଟ ନିର୍ଦ୍ଦେଶ ତଥା କ୍ଲଷ୍ଟର ସିଆରସିସି ରମାକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତବର୍ଷ ପିଲାମାନଙ୍କୁ ପାଠ୍ୟପୁସ୍ତକ ଠିକ ସମୟରେ ଏବଂ ସୁଚାରୁ ରୂପେ ବଣ୍ଟନ କରାଯାଇଥିବା ଜଣାପଡିଛି। ବିଗତ ବର୍ଷ ମାନଙ୍କରେ ପାଠ୍ୟ ପୁସ୍ତକ ଗୁଡ଼ିକୁ କ୍ଲଷ୍ଟର ସ୍ତରରେ ବଣ୍ଟା ନଯାଇ ବିଆରସି ସ୍ତରରେ ବଣ୍ଟା ଯାଉଥିବାରୁ ପିଲାମାନଙ୍କ ନିକଟରେ ବିଳମ୍ବରେ ପାଠ୍ୟ ପୁସ୍ତକ ପହଞ୍ଚୁଥିଲା। ଫଳରେ ଶିକ୍ଷାବର୍ଷ ଆରମ୍ଭରୁ ପିଲାମାନେ ପାଠପଢ଼ାରେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାହୁ ସମସ୍ତ କ୍ଲଷ୍ଟର ସ୍ତରରେ ପାଠ୍ୟ ପୁସ୍ତକ ବାଣ୍ଟିବାକୁ ସ୍ପଷ୍ଟ…

Read More