ନୟାଗଡ଼,(ନୟାଗଡ଼ ଦର୍ପଣ): ଏପ୍ରିଲ ୧୧ତାରିଖ ୧୧ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ ବିଶ୍ବ ଛେନାପୋଡ଼ ଦିବସ ।ଏଥି ନିମନ୍ତେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କର ଏପ୍ରିଲ ୧୧ ତାରିଖ ହେଉଛି ତାଙ୍କ ଜନ୍ମ ଦିନ । ଏହି ଅବସରରେ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ଅନୁର୍ଭୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି । ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନୟାଗଡ଼ ଛେନାପୋଡ଼କୁ ନେଇ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଆରକ୍ଷୀ, ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ସମସ୍ତ ତହସିଲଦାର, ବିଡିଓ, ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ, ନୟାଗଡ଼ ପୌରାଞ୍ଚଳ, ସମସ୍ତ ସିଡିପିଓ, ବନ ବିଭାଗ, ମତ୍ସ୍ୟ, ବିଜ୍ଞାନ ବିଭାଗ, ଶିକ୍ଷା ବିଭାଗ ପରି ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ଛେନାପୋଡ଼ ଦିବସ ପାଳନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ “ବିଶ୍ବ ଛେନାପୋଡ଼ ଦିବସ”
