ନୟାଗଡ଼,(ନୟାଗଡ଼ ଦର୍ପଣ) ନୟାଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ଲେଙ୍କୁଡ଼ିପଡା କ୍ଲଷ୍ଟରର ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି। ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ସ୍ପଷ୍ଟ ନିର୍ଦ୍ଦେଶ ତଥା କ୍ଲଷ୍ଟର ସିଆରସିସି ରମାକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତବର୍ଷ ପିଲାମାନଙ୍କୁ ପାଠ୍ୟପୁସ୍ତକ ଠିକ ସମୟରେ ଏବଂ ସୁଚାରୁ ରୂପେ ବଣ୍ଟନ କରାଯାଇଥିବା ଜଣାପଡିଛି। ବିଗତ ବର୍ଷ ମାନଙ୍କରେ ପାଠ୍ୟ ପୁସ୍ତକ ଗୁଡ଼ିକୁ କ୍ଲଷ୍ଟର ସ୍ତରରେ ବଣ୍ଟା ନଯାଇ ବିଆରସି ସ୍ତରରେ ବଣ୍ଟା ଯାଉଥିବାରୁ ପିଲାମାନଙ୍କ ନିକଟରେ ବିଳମ୍ବରେ ପାଠ୍ୟ ପୁସ୍ତକ ପହଞ୍ଚୁଥିଲା। ଫଳରେ ଶିକ୍ଷାବର୍ଷ ଆରମ୍ଭରୁ ପିଲାମାନେ ପାଠପଢ଼ାରେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାହୁ ସମସ୍ତ କ୍ଲଷ୍ଟର ସ୍ତରରେ ପାଠ୍ୟ ପୁସ୍ତକ ବାଣ୍ଟିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।
ପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ପୁସ୍ତକ ବଣ୍ଟନ
