ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜ ପିଲାମାନେ ଗାଡ଼ି ଚଳାଉଥିବା ଉପରେ ଯାଞ୍ଚ କରାଯାଉଛି। ୩ଜଣ ନାବାଳକ ସହର ମଧ୍ୟରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି। ଜଣ ପ୍ରତି ୨୫ହଜାର ଲେଖାଏଁ ମୋଟ ୭୫ହଜାର ଟଙ୍କା ଫାଇନ କରିଛନ୍ତି ନୟାଗଡ଼ ଆରଟିଓ । ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନର ଶେଷ ଦିନରେ ନୟାଗଡ଼ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ବେଳେ ଏହି ୩ଜଣ ନାବାଳକ ବାଇକ ଆରୋହୀ ଧରା ପଡ଼ିଥିଲେ । ଫାଇନ ସହ ନାବାଳକମାନେ ଚଳାଉଥିବା ୩ଟି ଦୁଇଚକିଆ ଗାଡ଼ିକୁ ଜବତ କରାଯାଇଛି । ନୟାଗଡ଼ ସହର ଭିତରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବିଭାଗ ପକ୍ଷରୁ ଚେକିଂ ଚାଲିଥିବା ବେଳେ ଏମାନେ ଧରାପଡ଼ିଥିଲେ । ଜବତ ଗାଡ଼ି ଭିତରେ ୨ଟି ସ୍କୁଟି ଓ ଗୋଟିଏ ବାଇକ ରହିଛି।ଆଇନ ଅନୁଯାୟୀ ନାବାଳକମାନଙ୍କୁ ୨୫ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ ନାହିଁ ବୋଲି ଜଣାଯାଇଛି। ଏହା ସହିତ ଅଭିଭାବକ କିମ୍ବା ଗାଡ଼ିମାଲିକଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପରିବହନ ଅଧିକାରୀ କହିଛନ୍ତି।
୩ଜଣ ନାବାଳକଙ୍କୁ ୭୫ହଜାର ଟଙ୍କା ଜୋରିମାନା, ଅଭିଭାବକଙ୍କୁ ହୋଇପାରେ କାର୍ଯ୍ୟାନୁଷ୍ଠାନ
