ସାଗର ପୋଖରୀ କୂଳରେ ଯୋଗ କେନ୍ଦ୍ର ଓ ଖୋଲା ବ୍ୟାୟାମଶାଳାକୁ ଉଦଘାଟନ କଲେ ବିଧାୟକ ଡ଼ଃ. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ନିର୍ମିତ ଯୋଗ କେନ୍ଦ୍ର ଓ ଖୋଲା ବ୍ୟାୟାମଶାଳା ଆଜି ଉଦଘାଟିତ ହୋଇଛି । ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସାଗର ପୁଷ୍କରିଣୀ କୂଳରେ ନିର୍ମିତ ଉକ୍ତ ଯୋଗକେନ୍ଦ୍ର ଓ ବ୍ୟାୟାମଶାଳାକୁ ଉଦଘାଟନ କରିଛନ୍ତି। ଆଜି ସକାଳ ୮ଘଟିକା ସମୟରେ ଲୋକାର୍ପିତ ହୋଇଛି ଏହି ଦୁଇଗୋଟି ପ୍ରକଳ୍ପ । ଏହି ଅବସରରେ ଏକ ଯୋଗ ଶିକ୍ଷା ତାଲିମ ଶିବିର-ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ, ଶିକ୍ଷାବିତ, ଆଇନଜୀବୀ, ସମାଜସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗଶିକ୍ଷା କରିଥିଲେ । ସୂଚନାଯୋଗ୍ୟ ଏଠାରେ ୨୪ଲକ୍ଷ ଟଙ୍କା ବ୍ୟୟରେ ଯୋଗ କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ୧୪ ଳଲକ୍ଷ ଟଙ୍କା ବ୍ୟୟରେ ବ୍ୟାୟାମଶାଳା ନିର୍ମାଣ କରାଯାଇଛି। ଏହି ଦୁଇଗୋଟି ପ୍ରକଳ୍ପ ଦ୍ବାରା ନୟାଗଡ଼ ପୁରୁଣା ସହରର ଅଧିବାସୀମାନେ ଅଧିକ ଉପକୃତ ହେବେ ବୋଲି ଜଣାପଡିଛି। ଯିଏ ନିଜର ସ୍ବାସ୍ଥ୍ୟ ପାଇଁ ସମୟ ଦିଏ ନାହିଁ ସମୟ ତାପାଇଁ ସମୟ ଦିଏ ନାହିଁ ବୋଲି ସ୍ଥାନୀୟ ବିଧାୟକ ଡ଼ଃ. ସାହୁ ତାଙ୍କ ବକ୍ତବ୍ୟ ରଖିଥିଲେ । ଏହାର ସଦ୍‌ବିନିଯୋଗ କରି ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଡ. ସାହୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ପୌରାଞ୍ଚଳ କାର୍ଯ୍ୟନିର୍ବାହି ଅଧିକାରୀ ସ୍ବାତି ମିଶ୍ର ଓ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ ।

Related posts