ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ
“ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା”

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେନୟାଗଡ଼ ସଂକୁଳ “ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା” ଉଦଘାଟିତ। ବିଦ୍ୟାଳୟର ପ୍ରଧାନଚାର୍ୟ୍ଯ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପରିଚାଳନା ସମିତିର ସଭାପତି କେଶବ ଚନ୍ଦ୍ର ରାଉତରାୟ ଓ ନୟାଗଡ଼ ସଂକୁଳ ପ୍ରମୁଖ ଦିଲ୍ଲୀପ କୁମାର ମିଶ୍ର, ମୁଖ୍ୟବକ୍ତା ଜିଲ୍ଲା ବୌଦ୍ଧିକ ପ୍ରମୁଖ ମାନସ ରଞ୍ଜନ ନାୟକ ଯୋଗଦେଇଥିଲେ।ସେହିପରି ପରିଚାଳନା ସମିତିର ଉପସଭାପତି ଶାନ୍ତନୁ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ଗଣେଶ୍ୱର ପରିଡା, ପୂର୍ବ ସମ୍ଭାଗ ସଦସ୍ୟ ଚନ୍ଦ୍ରଭାନୁ ବରାଡ଼ ଓ ନୟାଗଡ଼ ସଂକୁଳ ଅନ୍ତର୍ଗତ ୯ଟି ବିଦ୍ୟାଳୟର ପ୍ରାୟ ୧୫୦ରୁ ଅଧିକ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ସେହିପରି ୨୬ ତାରିଖ ସକାଳେ ପରିଚାଳନା ସମିତିର ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ଉପସଭାପତି ଶାନ୍ତନୁ କୁମାର ସ୍ୱାଇଁ ଓ…

Read More

ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ପ୍ରସଙ୍ଗରେ ଜିଲ୍ଲାର ବିଧାୟକମାନେ ନେତୃତ୍ଵ ନେବାପାଇଁ ଜିଲ୍ଲା କଂଗ୍ରେସ ସଭାପତି ଲେଖିଲେ ଚିଠି

ନୟାଗଡ଼,(ନୟାଗଡ଼ ଦର୍ପଣ): ୧୯୬୧ ମସିହାରେ ସ୍ଥାପିତ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏଯାବତ ସ୍ନାଡାକୋତ୍ତର ପିଜି ଶ୍ରେଣୀ ଖୋଲି ପାରିଲା ନାହିଁ । ନୟାଗଡ ଜିଲ୍ଲାର ପ୍ରମୁଖ ପରିଚୟ ଏହି ଶିକ୍ଷାର ମନ୍ଦିର ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ଜିଲ୍ଲାର ମାନ୍ୟବର ବିଧାୟକମାନଙ୍କ ଆନ୍ତରିକତା ନଥିବା ଜିଲ୍ଲାବାସୀ ଅନୁଭବ କରୁଛନ୍ତି । ଏଠାରେ ଅଭିଜ୍ଞ ପ୍ରାଧ୍ୟାପକଙ୍କ ଅଭାବ ପାଇଁ ଯୁଜିସି ନାକ ଟିମ ଦ୍ଵାରା “ଏ” ଗ୍ରେଡ ମାନ୍ୟତା ପାଇବାରୁ ବାଦ ପଡିଛି ନୟାଗଡ କଲେଜ। ଯେଉଁଥିପାଇଁ ଏଠାରେ ପଢ଼ୁଥିବା ୪ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାପି ବିଧାୟକମାନଙ୍କ ନୀରବତା ଆଦୌ ଶୋଭନୀୟ ନୁହେଁ କିନ୍ତୁ ଖୁସିର କଥା କୋଟିକୋଟି ଟଙ୍କା ବ୍ୟୟରେ ମହା ଆଡମ୍ବରରେ କଲେଜର ପ୍ଲାଟିନମ ଜୁବୁଲି ପାଳନ କରାଯାଇଛି। ସୂଚନାଯୋଗ୍ୟ, ୧୯୬୦ ଦଶକରେ ସ୍ଥାପିତ ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟକୁ…

Read More

ଜିଲ୍ଲାପାଳଙ୍କ ନାମରେ ଅଭିଯୋଗ କରିଥିବା ଲିଜଧାରୀଙ୍କ ନାମରେ ଫୌଜଦାରୀ ମୋକଦ୍ଦମା ପାଇଁ କୋର୍ଟର ନିର୍ଦ୍ଦେଶ

ମୟୁରଝାଲିଆ ଖଣି ଉପରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (NGT)ର ଚୁଡ଼ାନ୍ତ ରାୟ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ତହସିଲ ମୟୁରଝାଲିଆ ମୌଜାରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖନନ ସଂପର୍କୀତ କେସ ବାବଦରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ, କୋଲକାତା (NGT, Kolkata)ଙ୍କର ଚୁଡ଼ାନ୍ତ ରାୟ ତା.୧୮.୦୪.୨୦୨୩ରିଖ ଦିନ ପ୍ରକାଶ ପାଇଛି । ତା.୦୬.୧୨.୨୦୨୨ରିଖରେ ଜିଲ୍ଲାପାଳ ଦାଖଲ କରିଥିବା ଜବାବି ସତ୍ୟପାଠକୁ କୋର୍ଟ ଗ୍ରହଣ କରି ସେହି ପ୍ରକାରେ ଲିଜଧାରୀ, ଅନ୍ୟଜଣେ ବ୍ୟକ୍ତି ଏବଂ ଏଥିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୁଇମାସ ମଧ୍ୟରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବା ସହ କ୍ଷତି ଭରଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲିଜଧାରୀ ଜିଲ୍ଲାପାଳଙ୍କ ନାମରେ ଆଣିଥିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିନାହାଁନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ମୟୁରଝାଲିଆ ମୌଜାର ୧୬୮୯ ପ୍ଲଟରୁ ଏ.୪.୦୦ ମାଙ୍କଡ଼ା ପଥର…

Read More

ଏକାଧିକ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଗୋଟିଏ ରାତିରେ ଏକାଧିକ ଘରୁ ସିନ୍ଧିଚୋରି ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି। ଆନୁମାନିକ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଜଣାପଡିଛି। ରଘୁନାଥ ଦାସଙ୍କ ଘରୁ ମାଳି,ସୁନାମୁଦି, ପାଉଁଜି ଆଦି ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା ସହ ନଗଦ ୯ ହଜାର ୫ଶହ ଟଙ୍କା ଚୋରି ହୋଇଥିବା ବେଳେ ତାଙ୍କର ଟ୍ରଙ୍କ ଓ ଦରକାରୀ କାଗଜପତ୍ର ଗହୀର ମଝିରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ସେହି ଗ୍ରାମର ମାଗୁଣୀ ଦାସଙ୍କ ଘରୁ କାନ ସୁନା ପେଣ୍ଡିଫୂଲ ଓ ୧ହଜାର ଟଙ୍କା, ମଲ୍ଲି ସାହୁଙ୍କ ଘରୁ କାନର ସୁନାଫୁଲ, କଂସା,ଥାଳି,ବେଲା ଓ ମର୍ଯ୍ୟାଦା ଦେବାକୁ ଆଣି ଘରେ ରଖିଥିବା ୨୦ଖଣ୍ଡ ଶାଢ଼ୀ,୧୦ ହଳ ଲୁଙ୍ଗି ଗାମୁଛା ଓ ୧୨ଶହ ଟଙ୍କା ଚୋରି…

Read More

ସ୍ବୟଂଶାସିତ ମହାବିଦ୍ୟାଳୟ, ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ବିଦାୟ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଣିଜ୍ୟ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତହୋଇଅଛି । ବିଭାଗୀୟ ମୁଖ୍ୟ ବଂଶୀଧର ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ଅଧକ୍ଷ ସୁରେଶ କୁମାର ପ୍ରଧାନ, ବାଣିଜ୍ୟ ବିଭାଗର ପୂର୍ବତନ ମୁଖ୍ୟ ହରେକୃଷ୍ଣ ସାହୁ, ଜିଲ୍ଲା ଆଇନ୍ ସେବା ପ୍ରାଧ୍ୟାକରଣ, ନୟାଗଡ଼ର ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଏବଂ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ସାହୁ ଅତିଥି ରୂପେ ଉପବିଷ୍ଟ ଥିଲେ । ବିଭାଗୀୟ ମୁଖ୍ୟ ଅତିଥି ପରିଚୟ ସହିତ, ଅତିଥି ସ୍ବାଗତ କରିଥିଲେ। ବକ୍ତାମାନେ ମହାବିଦ୍ୟାଲୟର ସୁବିଧା, ସମ୍ମାନ, ଛାତ୍ର ଶୁଖାଳା, ଜାତୀୟତା, ସାମାଜିକତା ଏବଂ ମାନବିକତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଅନ୍ୟତମ ବକ୍ତା ରୂପେ, ସମାଜ ବିଜ୍ଞାନ…

Read More

ନୟାଗଡ଼ରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଚୟନରେ କେଳେଙ୍କାରୀ

ଦୁର୍ନୀତିର ତଦନ୍ତ ହେଲେ ଫସିବେ ବହୁ ନେତା ବୋଲି ଅଭିଯୋଗ କଲା କଂଗ୍ରେସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଚୟନରେ କେଳେଙ୍କାରୀ ଦୁର୍ନୀତି ସବୁ ସୀମା ଟପି ସାରିଲାଣି। ସୁସ୍ଥ ସବଳମାନେ ନିଜକୁ ବିଭିନ୍ନ ଶାରୀରିକ ବିକଳାଙ୍ଗ ଯଥା କାନକୁ ଶୁଭୁନି, ଆଖିକୁ ସାମାନ୍ୟ ଦୃଶ୍ୟମାନ ହେଉଥିବା, ସାମାନ୍ୟ ଗୋଡଭଙ୍ଗା ପାଇଁ ହୁଇଲ ଚେୟାରରେ ଚଳପ୍ରଚଳ ଦର୍ଶାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସର୍ବନିମ୍ନ ୬୦ ପ୍ରତିଶତ ଏବଂ ତଦୁର୍ଦ୍ଦ ଦିବ୍ୟାଙ୍ଗ ପ୍ରମାଣପତ୍ର ହାସଲ କରିଛନ୍ତି। ଏହି ଦିବ୍ୟଙ୍ଗ ପ୍ରମାଣପତ୍ର ପାଇ ବିଭିନ୍ନ ସରକାରୀ ନିଯୁକ୍ତି, ମଧୁବାବୁ ଭତ୍ତା, ରାସନ କାର୍ଡ, ଆବାସ ଗୃହ ଏପରିକି ସ୍ୱତନ୍ତ୍ର ଶ୍ରେଣୀ ଠିକାଦାରୀ ଲାଇସେନ୍ସ ହାତେଇ ସରକାରୀ ଅର୍ଥରାଶି ଆତ୍ମସାତ କରୁଛନ୍ତି। ଯେଉଁମାନେ ଏମିତି ଜାଲ ପ୍ରମାଣପତ୍ରନେଇ ସରକାରୀ ଅର୍ଥ ହଡ଼ପ କରିଛନ୍ତି ତଦନ୍ତ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…

Read More

ଏନଏସି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ଅନୁଷ୍ଠିତ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦାନ କରି ସରକାରୀ ସ୍କୁଲରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ଆଜି ସବୁକ୍ଷେତ୍ରରେ ଏବଂ ସବୁ ସ୍ଥାନରେ ଉଚ୍ଚ ଆସନରେ ଅଧିଷ୍ଠିତ ଅଛନ୍ତି। ପିତାମାତାମାନେ ପିଲାଙ୍କ ପରସେଣ୍ଟଜ ବା ନମ୍ବର ପଛରେ ନପଡ଼ି ସେମାନଙ୍କୁ ଭଲ ମଣିଷ କରି ଗଢ଼ିବା ପାଇଁ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଯୋଗୁଁ ଶିକ୍ଷା କ୍ଷେତ୍ରରେ…

Read More

ଆଜି ହେଉଛି ପବିତ୍ର ଅଖି ତୃତୀୟା, ଆଜିଠୁ ଆରମ୍ଭ ରଥ ଅନୁକୂଳ ଓ ଚନ୍ଦନ ଯାତ୍ରା

ରଥନିର୍ମାଣର ଶୁଭାନୁକୂଳ: ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ…

Read More

ନୂଆଗାଁ ବ୍ଳକ କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମରେ ଚାଲିଥିବା କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ସମ୍ମାନୀତ ଅତିଥି ଭାବେ ବ୍ଲକ୍ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ସମାଜ ସେବୀ ଶଙ୍କର୍ଷଣ ବେହେରା, ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସରପଞ୍ଚ ନିରୁପମା ପାତ୍ର, କବି ଓ ଗାଳ୍ପିକ ରୋଜାଲିନ ସେନାପତି, ସମିତି ସଭ୍ୟ ପ୍ରଫୁଲ୍ଲ ବେହେରା, ମହୋତ୍ସବ କମିଟି ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ସମ୍ପାଦକ ଭଗବାନ ପ୍ରଧାନ, ଗ୍ରାମ୍ୟ ସଭାପତି ପ୍ରମୋଦ କୁମାର ଦାଶ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ମଞ୍ଚାସିନ ରହି କୋରଡ଼ାଗଡ଼ ମାଟିର ଐତିହ୍ୟ ସଂସ୍କୃତି…

Read More

ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଧୁମଧାମରେ ଉଦ୍‌ଘାଟିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିବା ବେଳେ ଜୀବନର ସ୍ମୃତି ଅତି ମଧୁର, ତାକୁ ସାଇତି ରଖିବା ଦରକାର । ବିଭିନ୍ନ ଜୟନ୍ତୀର ସମାରୋହ ଦ୍ୱାରା ବିଦ୍ୟାଳୟର ଇତିହାସ ଜାଣିବାର ସୁଯୋଗ ମିଳିଥାଏ। ଛାତ୍ରଛାତ୍ରୀଙ୍କ ସଫଳତାରେ ଶିକ୍ଷକ ଆତ୍ମତୃପ୍ତି ପାଇଥାଏ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଡ. ସଂଗ୍ରାମ ଜେନା, ବିଶିଷ୍ଟ ଅତିଥିଭାବେ ନୟାଗଡ଼ ଜିଳ୍ଲାପାଳ ରବୀନ୍ଦ୍ରନାଥ ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଳକ ଅଧ୍ୟକ୍ଷ କିଶୋର…

Read More