ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ
ନୟାଗଡ଼ ସଂକୁଳ “ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା” ଉଦଘାଟିତ। ବିଦ୍ୟାଳୟର ପ୍ରଧାନଚାର୍ୟ୍ଯ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପରିଚାଳନା ସମିତିର ସଭାପତି କେଶବ ଚନ୍ଦ୍ର ରାଉତରାୟ ଓ ନୟାଗଡ଼ ସଂକୁଳ ପ୍ରମୁଖ ଦିଲ୍ଲୀପ କୁମାର ମିଶ୍ର, ମୁଖ୍ୟବକ୍ତା ଜିଲ୍ଲା ବୌଦ୍ଧିକ ପ୍ରମୁଖ ମାନସ ରଞ୍ଜନ ନାୟକ ଯୋଗଦେଇଥିଲେ।
ସେହିପରି ପରିଚାଳନା ସମିତିର ଉପସଭାପତି ଶାନ୍ତନୁ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ଗଣେଶ୍ୱର ପରିଡା, ପୂର୍ବ ସମ୍ଭାଗ ସଦସ୍ୟ ଚନ୍ଦ୍ରଭାନୁ ବରାଡ଼ ଓ ନୟାଗଡ଼ ସଂକୁଳ ଅନ୍ତର୍ଗତ ୯ଟି ବିଦ୍ୟାଳୟର ପ୍ରାୟ ୧୫୦ରୁ ଅଧିକ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ସେହିପରି ୨୬ ତାରିଖ ସକାଳେ ପରିଚାଳନା ସମିତିର ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ଉପସଭାପତି ଶାନ୍ତନୁ କୁମାର ସ୍ୱାଇଁ ଓ ବରିଷ୍ଠ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।
ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ତଥା ନୟାଗଡ଼ ସଂକୁଳ ପ୍ରମୁଖ ଦିଲ୍ଲୀପ କୁମାର ମିଶ୍ର ଦ୍ୱୀପ ପ୍ରଜ୍ୱଳନ କରି ଶିକ୍ଷା କ୍ଷେତ୍ରରେ
ଥିବା ଆଗାମୀ ଲକ୍ଷ୍ୟକୁ ଆଚାର୍ଯ୍ୟ ଆଚାର୍ଯ୍ୟlମାନେ କିପରି ଶିଶୁ ଭାଇଭଉଣୀମାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କୁ ସ୍ୱାଧୀନ ଭାରତର ସୁ ନାଗରିକ ଭାବେ ଗଢି ତୋଳିବେ ସେଥିପାଇଁ ନିରନ୍ତର ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ ଏବଂ ସେଥିପାଇଁ ଏହି କାର୍ଯ୍ୟଶାଳା କରାଯାଇଛି ବୋଲି ମତ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ବୌଦ୍ଧିକ ପ୍ରମୁଖ ମାନସ ରଞ୍ଜନ ନାୟକ “ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା”, ହିନ୍ଦୁତ୍ୱ ଏକ ଶ୍ରେଷ୍ଠ ବିଚାର ଧାରା ମଧ୍ୟରେ ପ୍ରାଣୀଙ୍କ ପ୍ରତି ଆତ୍ମୀୟତାର ଭାବ, ତ୍ୟାଗର ମହତ୍ୱ, ପ୍ରକୃତିର ସୁରକ୍ଷା ଓ ଷୋଡଶ ସଂସ୍କାର ଆଦି ବହୁ ଉଦାହରଣ ଦେଇଥିଲେ। ଏବଂ ଜଗତର ନାଥ ଜଗନ୍ନାଥଙ୍କୁ କିପରି ପ୍ରକୃତିର ଦେବତା ବୋଲି କୁହାଯାଏ ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ଉପସ୍ଥାପନା କରିଥିଲେ। ସଭାପତି କେଶବ
ଚନ୍ଦ୍ର ରାଉତରାୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ
କରି କିପରି ଶିଶୁର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ତା ଉପରେ ଆଲୋକପାତ କରିଥିଲେ। ଶେଷରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଗଣେଶ୍ୱର ପରିଡା ହିନ୍ଦୁ ରାଷ୍ଟ୍ର ନିର୍ମାଣ କରିବାରେ ଆମ୍ଭମାନଙ୍କ ଭୂମିକା ଉପରେ ଆଲୋକପାତ କରି ଧନ୍ୟବାଦ ଅର୍ପଣ କରିଥିଲେ।