ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ପ୍ରସଙ୍ଗରେ ଜିଲ୍ଲାର ବିଧାୟକମାନେ ନେତୃତ୍ଵ ନେବାପାଇଁ ଜିଲ୍ଲା କଂଗ୍ରେସ ସଭାପତି ଲେଖିଲେ ଚିଠି

ନୟାଗଡ଼,(ନୟାଗଡ଼ ଦର୍ପଣ): ୧୯୬୧ ମସିହାରେ ସ୍ଥାପିତ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏଯାବତ ସ୍ନାଡାକୋତ୍ତର ପିଜି ଶ୍ରେଣୀ ଖୋଲି ପାରିଲା ନାହିଁ । ନୟାଗଡ ଜିଲ୍ଲାର ପ୍ରମୁଖ ପରିଚୟ ଏହି ଶିକ୍ଷାର ମନ୍ଦିର ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ଜିଲ୍ଲାର ମାନ୍ୟବର ବିଧାୟକମାନଙ୍କ ଆନ୍ତରିକତା ନଥିବା ଜିଲ୍ଲାବାସୀ ଅନୁଭବ କରୁଛନ୍ତି । ଏଠାରେ ଅଭିଜ୍ଞ ପ୍ରାଧ୍ୟାପକଙ୍କ ଅଭାବ ପାଇଁ ଯୁଜିସି ନାକ ଟିମ ଦ୍ଵାରା “ଏ” ଗ୍ରେଡ ମାନ୍ୟତା ପାଇବାରୁ ବାଦ ପଡିଛି ନୟାଗଡ କଲେଜ। ଯେଉଁଥିପାଇଁ ଏଠାରେ ପଢ଼ୁଥିବା ୪ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାପି ବିଧାୟକମାନଙ୍କ ନୀରବତା ଆଦୌ ଶୋଭନୀୟ ନୁହେଁ କିନ୍ତୁ ଖୁସିର କଥା କୋଟିକୋଟି ଟଙ୍କା ବ୍ୟୟରେ ମହା ଆଡମ୍ବରରେ କଲେଜର ପ୍ଲାଟିନମ ଜୁବୁଲି ପାଳନ କରାଯାଇଛି।

ସୂଚନାଯୋଗ୍ୟ, ୧୯୬୦ ଦଶକରେ ସ୍ଥାପିତ ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ଖୋର୍ଦ୍ଧାର ମାନ୍ୟବର ବିଧାୟକଙ୍କ ନେତୃତ୍ଵରେ ଜିଲ୍ଲାର ଅନ୍ୟାନ୍ୟ ବିଧାୟକ, ଲୋକ ପ୍ରତିନିଧି ଏବଂ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗତ ୧୪ତାରିଖ ଏପ୍ରିଲ ମାସରେ ଏକ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନିଆଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରିବା ପାଇଁ ସର୍ବସମ୍ମତି ପ୍ରସ୍ତାବ ପାରିତ କରାଯାଇଛି ।

ଯଦି ଖୋର୍ଦ୍ଧା ଜିଲ୍ଲା ଲୋକ ପ୍ରତିନିଧିମାନେ ଖୋର୍ଦ୍ଧାରେ ବିଶ୍ଵବିଦ୍ୟାଳୟ ସ୍ଥାପନାପାଇଁ ସମ୍ମିଳିତ ପ୍ରୟାସ ଆରମ୍ଭ କଲେଣି ତେବେ ଆମ ନୟାଗଡ ଜିଲ୍ଲାର ବିଧାୟକମାନେ ନୟାଗଡ ସ୍ଵୟଂଶାସିତ କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ସେମାନଙ୍କ ନୀରବତାକୁ ଜିଲ୍ଲା କଂଗ୍ରେସ ସଭାପତି ନାପସନ୍ଦ କରିଛନ୍ତି । ପୁଣି ଜିଲ୍ଲାର ରଣପୁର ଏବଂ ଦଶପଲ୍ଲା ବିଧାୟକ ନୟାଗଡ କଲେଜର ପୁରାତନ ଛାତ୍ର ହୋଇ ମଧ୍ୟ ସେ ମହାଶୟ ମାନେ ଚୁପ ବସିଛନ୍ତି। ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ଠାରୁ ନୟାଗଡ ମହାବିଦ୍ୟାଳୟ କୌଣସି ଗୁଣରେ କମ ନୁହେଁ । ନୟାଗଡ଼ କଲେଜର ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ଚାରି ହଜାରରୁ ଉର୍ଦ୍ଧ୍ବ, ବିଶ୍ଵବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ନାହିଁ । ତେବେ ଜିଲ୍ଲାର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ନୟାଗଡରେ ବିଶ୍ଵବିଦ୍ୟାଳୟ ସ୍ଥାପନା ପ୍ରସଙ୍ଗରେ ସମ୍ମିଳିତ ପ୍ରୟାସ ନିମନ୍ତେ ଖୁବଶୀଘ୍ର ଠୋସ ନିଷ୍ପତି ନେବା ପାଇଁ ଶ୍ରୀ ଦାଶ ଜିଲ୍ଲାର ମାନ୍ୟବର ବିଧାୟକ ତଥା ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ଖଣ୍ଡପଡା ବିଧାୟକ
ସୌମ୍ୟ ରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ତତ୍ ସହିତ ନୟାଗଡର ମାନ୍ୟବର ବିଧାୟକ ତଥା ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ. ସାହୁ ଏହାର ନେତୃତ୍ଵ ନିଅନ୍ତୁ ବୋଲି ଶ୍ରୀ ଦାଶ ପତ୍ରରେ ଉଲ୍ଲେଖ କରିଛନ୍ତି।

Related posts