ନୟାଗଡ଼,(ନୟାଗଡ଼ ଦର୍ପଣ): ବରଗଡ଼ର ଗଣପତି ଭିଲ୍ଲାରେ ୩ଦିନ ଧରି ଆୟୋଜିତ ୨ୟ ଓ୍ବେଷ୍ଟ ଜୋନ ଟାଇକୋଣ୍ଡ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗନେବା ପାଇଁ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ୧୬ )ଜଣ ଖେଳାଳି ୩ଜଣ ଅଫିସିଆଲ୍ ଓ ଜଣେ ଜାତୀୟ ରେଫରୀ ବରଗଡ଼ ଯାତ୍ରାକରିଥିଲେ। ନୟାଗଡ଼ ମାର୍ଶାଲ ଆର୍ଟ ଏକାଡେମୀର ପ୍ରିୟଂଶୁ ପାଲ, ସତ୍ୟବ୍ରତ ବିଶ୍ବାଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଦିକ୍ସା ପ୍ରିୟା, ରିତିକା ପାଣିଗ୍ରାହୀ, ପ୍ରତିୟୁସା ରାୟଗୁରୁ, ଆନନ୍ଦ କୁମାର, ଅଙ୍କିତ ବେହେରା, ଆଶୁତୋଷ ସାହୁ, ସ୍ମୁତିପ୍ରଜ୍ଞା ସାହୁ ରୈପ୍ୟ ପଦକ ଓ ବିରାଟ ପ୍ରୟାସ, ସମ୍ୱିତ ରଞ୍ଜନ ବିଶ୍ବାଳ, ଶୁଚିସ୍ମୀତା ବେହେରା, ଅସ୍ମିତା ସାହୁ, ଆସୁତୋଶ ସ୍ବାଇଁ, ବୈଦ୍ୟନାଥ ସାହୁ କାଂସ୍ୟ ପଦକ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି । ନୟାଗଡ଼ ଟିମ୍ କୋଚ୍ ଶିବାନନ୍ଦ ରାୟଗୁରୁ, ମ୍ୟାନେଜର ଶୁଭଶ୍ରୀ ରାୟଗୁରୁ ଓ ଜାତୀୟ ରେଫରୀ ଆଶିଷ ଓମ୍ ପ୍ରକାଶ ନିଜ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବିଭୁତି ଭୁଷଣ ପଟ୍ଟନାୟକ, ସନ୍ତୋଷ କୁମାର ଷଡଙ୍ଗୀ ଓ ମାନସ କୁମାର ମହାପାତ୍ର ଖେଳାଳି ମାନଙ୍କୁ ସମ୍ବର୍ଧିତ କରି ଉତ୍ସାହ ବୃଦ୍ଧି କରିଛନ୍ତି। ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ରାୟଗୁରୁଙ୍କ ତତ୍ବାବଧାନରେ ନୟାଗଡ଼ ଟିମ୍ ପ୍ରତିଯୋଗିତାରେ ଭାଗନେଇଥିବା ସୁଚନା ଦେଇଛନ୍ତି।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...