ରଣପୁର,(ନୟାଗଡ଼ ଦର୍ପଣ): ହାତୀ ଆକ୍ରମଣରେ ଯୁବକ ମୃତ। ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗ୍ରାମର କିଛି ଚାଷୀ ଫସଲ ଜଗିବାକୁ ବିଲକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଜଗବନ୍ଧୁ ଜେନା ନାମକ ଜଣେ ଚାଷୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା। ତେବେ ଗୁରୁତର ଅବସ୍ଥାରେ ରଣପୁର ବନବିଭାଗ ଜଗବନ୍ଧୁଙ୍କୁ ନିକଟସ୍ଥ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଜଗବନ୍ଧୁଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟାର ଖେଳିଯାଇଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହୋଇଛି। ବାରମ୍ବାର ହାତୀ ଆକ୍ରମଣରେ ଅନେକ ଲୋକଙ୍କର ଜୀବନ ଯାଉଥିବାବେଳେ ରଣପୁର ବନବିଭାଗର ବନ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ରଣପୁର ମହତପଲ୍ଲାରେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
