ନୂଆଗାଁ ବ୍ଳକ କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମରେ ଚାଲିଥିବା କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ସମ୍ମାନୀତ ଅତିଥି ଭାବେ ବ୍ଲକ୍ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ସମାଜ ସେବୀ ଶଙ୍କର୍ଷଣ ବେହେରା, ବିଜେଡ଼ି ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସରପଞ୍ଚ ନିରୁପମା ପାତ୍ର, କବି ଓ ଗାଳ୍ପିକ ରୋଜାଲିନ ସେନାପତି, ସମିତି ସଭ୍ୟ ପ୍ରଫୁଲ୍ଲ ବେହେରା, ମହୋତ୍ସବ କମିଟି ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ସମ୍ପାଦକ ଭଗବାନ ପ୍ରଧାନ, ଗ୍ରାମ୍ୟ ସଭାପତି ପ୍ରମୋଦ କୁମାର ଦାଶ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ମଞ୍ଚାସିନ ରହି କୋରଡ଼ାଗଡ଼ ମାଟିର ଐତିହ୍ୟ ସଂସ୍କୃତି ଲଙ୍କାପୋଡ଼ି ଯାତ୍ରାର ଗାରିମା ବର୍ଣ୍ଣନା କରିଥିଲେ।

ଗ୍ରାମରେ କିପରି ମହୋତ୍ସବ ହୋଇପାରିବ ତାହା କୋରଡ଼ା ଗଡ କରି ଦେଖାଇଛି ବୋଲି ଦଶପଲ୍ଲା ବିଧାୟକ କହିବା ସହ ମହୋତ୍ସବ ପାଳନ ଦ୍ଵାରା କିପରି ଭାଇଚାରା ସୃଷ୍ଟି ହୁଏ ସେ ଉପରେ ବର୍ଣ୍ଣନା କରିବା ସହ ଅନୁଷ୍ଠାନର ଉତ୍ତୋରତର କାମନା କରିଥିଲେ। ଅତିଥିମାନଙ୍କୁ ମହୋତ୍ସବ କମିଟି ତରଫରୁ ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନଙ୍କ ଦ୍ଵାରା ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମହୋତ୍ସବ କମିଟିର ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ ପରିଚାଳନା କରିଥିଲେ।ସମ୍ବଲପୁରର ଶାଶ୍ଵତ ମେଲୋଡି ଦର୍ଶକମାନଙ୍କ ମନ ମୋହିନେଇଥିଲା। ଶହ ଶହ ଦର୍ଶକ ଉପସ୍ଥିତ ରହି କୋରଡ଼ା ଲଙ୍କାପୋଡି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାକୁ ଉପଭୋଗ କରିଥିଲେ।

Related posts