ଓଡ଼ଗାଁ ବ୍ଲକ୍ ଶିକ୍ଷକ ସଂଘର ୫୦୦ରୁ ଉର୍ଦ୍ଧ୍ବ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ବିଇଓଙ୍କୁ ଦେଲେ ତିନିଦଫା ଦାବୀପତ୍ର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ସ୍ଥାନୀୟ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ସରକାରଙ୍କ ଉଦ୍ଦେଶ୍ୟରେ ତିନିଦଫା ଦାବୀପୂରଣ ପାଇଁ ଗର୍ଜିଥିଲେ ଓଡ଼ଗାଁ ବ୍ଲକର ସମସ୍ତ ବର୍ଗର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ।ଏକ ବିରାଟ ରାଲି ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାସ୍ତାରେ ଚାଲିଚାଲି ବିଇଓ କାର୍ଯ୍ୟାଳୟରେ ପହଞ୍ଚି ବିଇଓ ଗୀତାଞ୍ଜଳି ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।ସୂଚନା ଅନୁଯାୟୀ ଗତ ୨୦୨୨ ମସିହା ନଭେମ୍ବର ୨୭ ତାରିଖରେ ସମଗ୍ର ରାଜ୍ୟର ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ୱର ପିଏମଜି ଛକରେ ମୁଖ୍ୟ ଶାସନ ସଚିବ ପତ୍ରାଙ୍କ ନଂ ୧୦୯ ସିଏସ୍ ତା ୩୦/୧୧/୨୦୨୨ ରିଖ ଅନୁସାରେ ଶିକ୍ଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଦାବୀଗୁଡିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।…

Read More

ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ୪ ଜଣ ଅଧିକାରୀ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ କାର୍ଯ୍ୟରତ ଏହି ୪ ଜଣ ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ଯଶସ୍ଵିନୀ ସ୍ବାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଖଣ୍ଡପଡ଼ା , ସୁଶ୍ରୀ ମୋନିକା ସେଠ୍, ରେଭିନ୍ୟୁ ଇନିସପେକ୍ଟର, ନୟାଗଡ଼ ତହସିଲ, ଗୋପାଳକୃଷ୍ଣ ରାଉତରାୟ, ପ୍ରଧାନ ଶିକ୍ଷକ,ବି.ସି. ଉଚ୍ଚ ବିଦ୍ୟାଳୟ ରଣପୁର ଓଡ଼ିଶା ସିଭିଲ ସର୍ଭିସ,୨୦୨୧ରେ କୃତ କାର୍ଯ୍ୟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଦ୍ବାରା ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ କୃତୀଅଧିକାରୀମାନଙ୍କୁ ମଂଚକୁ ସ୍ବାଗତ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଲେ ଯେ, ନୟାଗଡ଼ ଜିଲ୍ଲାରୁ…

Read More

ତାଲା ପଡ଼ିବ ସମସ୍ତ ପ୍ରାଥମିକ ବିଦ୍ୟାଳୟ,ସମୂହ ଛୁଟିରେ ଯିବେ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୧୬ ତାରିଖରୁ ତାଲା ପଡ଼ିବ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ । କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବା ପାଇଁ ରାଜ୍ୟ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି । ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ, ଖାରବେଳ ନଗର, ଭୁବନେଶ୍ୱରର ଆହ୍ୱାନ କ୍ରମେ ଆଜି ରାଜ୍ୟର ସମସ୍ତ ବ୍ଲକରେ ତିନିଦଫା ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମଗ୍ରଶିକ୍ଷା କାର୍ଯ୍ୟାଳୟଠାରେ ୫ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଏକ ବିଶାଳ ରାଲିରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ । ପ୍ରାଥମିକ ଶିକ୍ଷକସଂଘ ସଭାପତି ବିପିନ ବିହାରୀ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି…

Read More

ନୂତନ ବ୍ଳକ ଶିକ୍ଷାଧିକାରୀଙ୍କ ଯୋଗଦାନ, ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଭାବେ ନିମାଇଁ ଚରଣ ପ୍ରଧାନ ବିଧିବଦ୍ଧ ରୂପେ ଯୋଗଦାନ କରିଛନ୍ତି । ଫଳରେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଖାଲିଥିବା ଏହି ପଦବୀ ପୂରଣ ହୋଇ ପାରିଛି । ପୂର୍ବରୁ ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ନୟାଗଡ଼ ବ୍ଲକ ଦାୟିତ୍ୱରେ ରହିଥିଲେ । ନୂତନ ବିଇଓଙ୍କ ଯୋଗଦାନ ପରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ଦିଆଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶିକ୍ଷକନେତା ସନ୍ତୋଷ ସାହୁ, ଲକ୍ଷ୍ମୀଧର ସାହୁ, ସଂଗ୍ରାମ ସାହୁ, ଉମେଶ ସ୍ୱାଇଁ, ରବିନ୍ଦ୍ର ସାହୁ, ଭଗବାନ ପଣ୍ଡା, ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ ପ୍ରମୁଖ ନୁତନ ବିଇଓଙ୍କୁ ସ୍ୱାଗତ ଜଣାଇଥିଲେ । ଉତ୍ତରରେ ନୂତନ ବିଇଓ ଶିକ୍ଷମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ଆଲୋଚନା…

Read More

ମଡେଲ ଡିଗ୍ରୀ କଲେଜ, ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ନୟାଗଡ଼ର ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ମିସ ବିଜୟିନୀ ଶୁଭଦର୍ଶିନୀ ଓ ଜାତୀୟ ସେବା ଯୋଜନା ଅଧିକାରୀ ସୁନୀଲ କୁମାର ମଲ୍ଲିକ ଶିବିର ପରିଚାଳନା କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ୧୦୧ୟୁନିଟ୍ ରକ୍ତ ଦାନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣ ସିଂହ, ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ, ପରିଚାଳନା ସମିତି ସଭ୍ୟ ପବିତ୍ର…

Read More

ନୟାଗଡ଼ କଲେଜ କର୍ମଚାରୀଙ୍କ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ପ୍ରସଙ୍ଗରେ କଲେଜ ସମ୍ମୁଖରେ ଆନ୍ଦୋଳନ କରିବ ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଂଜିତ ଦାସ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ 5ଦଫା ଦାବି ସମ୍ବଳିତ ଏକ ଦାବିପତ୍ର କଲେଜ ଅଧ୍ୟକ୍ଷଙ୍କୁ ଦେବା ସହ କଣ ଲେଖିଛନ୍ତି ଜାଣନ୍ତୁ… ଆପଣ ଜାଣନ୍ତି ନୟାଗଡ଼ ମହାବିଦ୍ୟାଳୟ ହେଉଛି ଆମ ସମସ୍ତଙ୍କ ପାଇଁ ଶିକ୍ଷାର ମନ୍ଦିର, ନୟାଗଡ଼ ର ଅନନ୍ୟ ପରିଚୟ l ଅଭିଭାବକ ମାନଙ୍କ ଅତୁଟ ବିଶ୍ୱାସ ଆମ କଲେଜ ଉପରେ ରହିଛି l ସମ୍ପ୍ରତ୍ତି ନୟାଗଡ଼ ମହାବିଦ୍ୟାଳୟ ରେ ପ୍ରଶାସନିକ ଅବ୍ୟବସ୍ଥା, ଢିଲା ଶାସନ ଏବଂ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ପାଇଁ ଅଧ୍ୟାପକ, କର୍ମଚାରୀଙ୍କ ଚାରିତ୍ରିକ ବିଶୃଙ୍ଖଲିତ ଆଚରଣ ପାଇଁ କଲେଜ ର ପ୍ରତିଷ୍ଠା ମାନସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଚନା ଆମ ମାନଙ୍କୁ ବହୁତ କଷ୍ଟ ଦେଉଛି l…

Read More

ଭାଷା ଏବଂ ସଂଖ୍ୟାଜ୍ଞାନ ଉପରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଏଫ୍ ଏଲ ଏନ୍ ଉପରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବି ଆର୍ ସି ସି ଜ୍ୟୋତ୍ସ୍ନା ରାଣୀ ସେଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କର୍ମଶାଳା ରେ ପ୍ରଥମ ଦିନ ୭୦ ଜଣ ଏବଂ ଦ୍ଵିତୀୟ ଦିନ ୧୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।ବିଚାରପତି ଭାବେ ମଦନ ମୋହନ ପ୍ରଧାନ ଏବଂ ଭବାନୀ ଚରଣ ପ୍ରଧାନ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ,ଦଳ ନଂ ୧ ର ଶିକ୍ଷକ ଶିକ୍ଷୟତ୍ରୀ ଅତି ଉଚ୍ଚ କୋଟୀର ପ୍ରଦର୍ଶନ…

Read More

ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସୁଧାଂଶୁ ସାହୁ ପାଇଲେ NSS ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗର ଛାତ୍ର ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଗୋଡିପଡାର ସୁଧାଂଶୁ ସାହୁ ୨୦୨୦-୨୧ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି l ସେ ପୂର୍ବରୁ ନୟାଗଡ଼, ସ୍ଵୟଂଶାସିତ ମହାବିଦ୍ୟାଳୟରେ ପଢିବା ସମୟରୁ NSS ସହ ଯୋଡ଼ି ହୋଇ ଅନେକ ଉନ୍ନତ ମାନର କାମ କରିଆସିଛନ୍ତି। ସେ ପୂର୍ବରୁ ରାଜୀବ ଗାନ୍ଧୀ ପୁରସ୍କାର, ବେଷ୍ଟ ଭଲ୍ଯୁଣ୍ଟର ପୁରସ୍କାର, ସେବା ପୁରସ୍କାର, ଜିଲ୍ଲାପାଳଙ୍କ ଠାରୁ ବେଷ୍ଟ ଭଲ୍ଯୁଣ୍ଟର ପୁରସ୍କାର, ଏକକ ଅଭିନୟ ପାଇଁ ପୁରସ୍କାର, ସାହିତ୍ୟ ପୁରସ୍କାର ଏହି ପରି ଅନେକ ପୁରସ୍କାର ସହ ରକ୍ତଦାନ ଶିବିର ଆୟୋଜନ ସହ NSS ମାଧ୍ୟମରେ ନିଜ ଅଞ୍ଚଳରେ ଅନେକ ବୃକ୍ଷରୋପଣ କାଯ୍ୟ କରିଛନ୍ତି ବିଶ୍ୱବିଦ୍ୟାଳୟରେ ଏନଏସଏସ ସହ ଯୋଡ଼ି ହୋଇ ଅନେକ କାଯ୍ୟ କରିଆସିଛନ୍ତି ।

Read More

ରୋଟାରୀ କ୍ଲବ ପକ୍ଷରୁ ନୟାଗଡ଼ରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ବର୍ଷ ଅଗଷ୍ଟ ୪ ତାରିଖ ଦିନ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଏ, ଏହି କ୍ରମରେ ନୟାଗଡ଼ ରୋଟାରୀ କ୍ଲବ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଆଜି ରୋଟାରୀ କ୍ଲବ ପରିସରରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରିଛି । କ୍ଲବ ସଭାପତି ଅବଦୁଲ ଆରିଫ ଖାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ସଭାପତି ଆରିଫ ଖାନ୍ ସ୍ବାଗତ ଭାଷଣ ଦେଇଥିବାବେଳେ କ୍ଲବ ସଂପାଦକ ଶ୍ରୀଧର ସାହୁ ଓଡିଆ ସାମ୍ବାଦିକତା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ସମସ୍ତ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ…

Read More

ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଶିକ୍ଷାଧିକାରୀ ଭାବେ ରାଜଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏଠାରେ କାର୍ଯ୍ୟରତ ଥିବା ଶିକ୍ଷାଧିକାରୀ ଅକ୍ରୁର ବାରିକଙ୍କ ଭଦ୍ରକ ଜିଲ୍ଲାକୁ ବଦଳି ହୋଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ୧୮ଜଣ ଶିକ୍ଷାଧିକାରୀଙ୍କୁ ବଦଳି କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମତୀ ପଟ୍ଟନାୟକ ପୂର୍ବରୁ ଓସେପାର ଯୁଗ୍ମ ନିର୍ଦ୍ଦେଶିକା ଭାବେ ଭୁବନେଶ୍ୱର ଠାରେ କାର୍ଯ୍ୟରତ ଥିଲେ।

Read More