ଭାଷା ଏବଂ ସଂଖ୍ୟାଜ୍ଞାନ ଉପରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଏଫ୍ ଏଲ ଏନ୍ ଉପରେ ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବି ଆର୍ ସି ସି ଜ୍ୟୋତ୍ସ୍ନା ରାଣୀ ସେଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କର୍ମଶାଳା ରେ ପ୍ରଥମ ଦିନ ୭୦ ଜଣ ଏବଂ ଦ୍ଵିତୀୟ ଦିନ ୧୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।ବିଚାରପତି ଭାବେ ମଦନ ମୋହନ ପ୍ରଧାନ ଏବଂ ଭବାନୀ ଚରଣ ପ୍ରଧାନ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ଭାଷା ଶିକ୍ଷଣ ସାମଗ୍ରୀ ଏବଂ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ,ଦଳ ନଂ ୧ ର ଶିକ୍ଷକ ଶିକ୍ଷୟତ୍ରୀ ଅତି ଉଚ୍ଚ କୋଟୀର ପ୍ରଦର୍ଶନ କରିଥିବାରୁ ପୁରସ୍କୃତ କରିଥିଲେ ।ଏହି କର୍ମଶାଳା ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର,କବିତା ଦାସ ,ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ଙ୍କ ସମେତ ୧୩ ଟି କ୍ଲଷ୍ଟର ର ସି ଆର ସି ସି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ସହଯୋଗ କରିଥିଲେ ସି ଆର୍ ସି ସି କୈଳାସ ଚନ୍ଦ୍ର ନାୟକ।ଏହି କର୍ମଶାଳା ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସାର୍ଟି ଫିକେଟ ପ୍ରଦାନ କରାଯାଇଥିଲା।

Related posts