ନୟାଗଡ଼ କଲେଜ କର୍ମଚାରୀଙ୍କ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ପ୍ରସଙ୍ଗରେ କଲେଜ ସମ୍ମୁଖରେ ଆନ୍ଦୋଳନ କରିବ ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଂଜିତ ଦାସ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ 5ଦଫା ଦାବି ସମ୍ବଳିତ ଏକ ଦାବିପତ୍ର କଲେଜ ଅଧ୍ୟକ୍ଷଙ୍କୁ ଦେବା ସହ କଣ ଲେଖିଛନ୍ତି ଜାଣନ୍ତୁ…

ଆପଣ ଜାଣନ୍ତି ନୟାଗଡ଼ ମହାବିଦ୍ୟାଳୟ ହେଉଛି ଆମ ସମସ୍ତଙ୍କ ପାଇଁ ଶିକ୍ଷାର ମନ୍ଦିର, ନୟାଗଡ଼ ର ଅନନ୍ୟ ପରିଚୟ l ଅଭିଭାବକ ମାନଙ୍କ ଅତୁଟ ବିଶ୍ୱାସ ଆମ କଲେଜ ଉପରେ ରହିଛି l ସମ୍ପ୍ରତ୍ତି ନୟାଗଡ଼ ମହାବିଦ୍ୟାଳୟ ରେ ପ୍ରଶାସନିକ ଅବ୍ୟବସ୍ଥା, ଢିଲା ଶାସନ ଏବଂ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ପାଇଁ ଅଧ୍ୟାପକ, କର୍ମଚାରୀଙ୍କ ଚାରିତ୍ରିକ ବିଶୃଙ୍ଖଲିତ ଆଚରଣ ପାଇଁ କଲେଜ ର ପ୍ରତିଷ୍ଠା ମାନସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଚନା ଆମ ମାନଙ୍କୁ ବହୁତ କଷ୍ଟ ଦେଉଛି l କଲେଜର ଅଧ୍ୟାପକ/ ଅଧ୍ୟାପିକା ମାନେ ଘରୋଇ ଟିଉଟୋରିଆଲ/ କଲେଜ ରେ ପାଠ ପଢ଼ାଉଥିବା ଉପରେ ଅଧ୍ୟକ୍ଷ ମହାଶୟଙ୍କ ରୋକ ନେର୍ଦ୍ଦେଶ ସ୍ୱାଗତଯୋଗ୍ୟ l ଅନୁଷ୍ଠାନ ର ସ୍ୱାର୍ଥ ଏବଂ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଞ୍ଚଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ଅଧ୍ୟକ୍ଷ ମହାଶୟଙ୍କୁ ପ୍ରଦାନ କରାଯାଉଛି, ଆଶା କରୁଛି ଆମ ପ୍ରସ୍ତାବ ସୁଵିଚାର କରାଯିବ l ରାଜ୍ୟର ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଭଳି ଅଘଟଣ ଘଟିବା ପାଇଁ ଅଧ୍ୟକ୍ଷ ପ୍ରଶ୍ରୟ ଦିଅନ୍ତୁ ନାହିଁ l

୧. ନୟାଗଡ଼ କଲେଜ ର ଚାରିତ୍ରିକ ବିଶୃଙ୍ଖଲିତ, ଅନୈତିକ କାର୍ଯ୍ୟରେ ଲିପ୍ତ ଅଧ୍ୟାପକ, କର୍ମଚାରୀଙ୍କୁ କଲେଜ ରୁ ବହିଷ୍କାର କରାଯାଉ l

୨. ଲେଡ଼ିଜ ହଷ୍ଟେଲ ଦାୟିତ୍ୱ ରେ ଜଣେ ଅଧିକ୍ଷକ ଦାୟିତ୍ୱ ରେ ଥିବା ସତ୍ୱେ କଲେଜ କ୍ୟାଣ୍ଟିନ ଠିକାଦାର ଙ୍କୁ ଲେଡ଼ିଜ ହଷ୍ଟେଲ ଭିତରକୁ କାହିଁକି ଅବାଧ ପ୍ରବେଶ ଅନୁମତି ଦିଆଯାଇଛି l ଯଦି ଗ୍ରସୋରି ସାମଗ୍ରୀ ଯୋଗାଣ ନାଁରେ ଭିତରେ ପଶୁଛନ୍ତି ତେବେ ଅଧିକ୍ଷକ କାହିଁକି ଆଗଭଳି ନିଯେ ଏହା ବୁଝୁ ନାହାଁନ୍ତି l କ୍ୟାଣ୍ଟିନ ଠିକାଦାର ଙ୍କୁ ଲେଡ଼ିଜ ହଷ୍ଟେଲ ବାରଣ କରାଯାଉ l

୩. କଲେଜ ଅଧ୍ୟାପକ/ ଅଧ୍ୟାପିକା ମାନେ ଘରୋଇ ଶିକ୍ଷାନୁଷ୍ଠାନ ରେ ପାଠ ପଢ଼ାଉଥିବା ଭଳି ବେଆଇନ ପ୍ରସଙ୍ଗ ସ୍ପଷ୍ଟ ହେବା ପରେ ଏକ କମିଟି ଦ୍ୱାରା ଯାଞ୍ଚ କରାଯାଇ ସମ୍ପୃକ୍ତ teaching faculty ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l

୪. କଲେଜ ଇନଡୋର ହଲ ଦାୟିତ୍ୱ/ ଚାବି କ୍ୟାଣ୍ଟିନ ଠିକାଦାର ଙ୍କୁ କାହିଁକି ଦିଆଯାଇଛି l ଏ କ୍ୟାଣ୍ଟିନ ଠିକାଦାର କିଏ? ତାଙ୍କୁ କଲେଜ ପ୍ରଶାସନ କାହିଁକି ଏତେ ଅନୁକମ୍ପା ଦେଖାଇ ବର୍ଷବର୍ଷ ଧରି ତାଙ୍କୁ ମନଇଛା କ୍ୟାଣ୍ଟିନ ଠିକା ଦିଆଯାଇଛି l

୫. କଲେଜ ଭିତରକୁ ବିଜୁ ଜନତା ଦଳର ରାଜନେତା ଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲଗାଯାଉ l

କଲେଜ କର୍ମଚାରୀଙ୍କ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ପ୍ରସଙ୍ଗରେ ନୟାଗଡ଼ର ସ୍ୱାର୍ଥ ପାଇଁ ନୟାଗଡ଼ କଂଗ୍ରେସ କଲେଜ ସମ୍ମୁଖରେ ଆନ୍ଦୋଳନ କରି ନୟାଗଡ଼ରେ ନାରୀ ସମ୍ମାନ ରକ୍ଷା କରିବା ସହ ଏହି ଦାବିପତ୍ରକୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ପ୍ରମୁଖ ଶାସନ ସଚିବ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ଓଡିଶା, ଜିଲ୍ଲପାଳ ନୟାଗଡ଼, ଏସପି ନୟାଗଡ଼, ଏସପି ସ୍ପେଶାଲ ବ୍ରାଞ୍ଚ ଭୁବନେଶ୍ୱର ଏବଂ ଛପା, ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିକଟକୁ ପଠାଇଛନ୍ତି l

Related posts