ନୟାଗଡ଼, (ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ନୟାଗଡ଼ର ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ମିସ ବିଜୟିନୀ ଶୁଭଦର୍ଶିନୀ ଓ ଜାତୀୟ ସେବା ଯୋଜନା ଅଧିକାରୀ ସୁନୀଲ କୁମାର ମଲ୍ଲିକ ଶିବିର ପରିଚାଳନା କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ୧୦୧ୟୁନିଟ୍ ରକ୍ତ ଦାନ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣ ସିଂହ, ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆ, ପରିଚାଳନା ସମିତି ସଭ୍ୟ ପବିତ୍ର ବେହେରା, ସାମ୍ବାଦିକ ଶୁଭେନ୍ଦୁ କୁମାର ଦାସ, ଗୌର ମୋହନ ସାହୁ, ଡକ୍ଟର ଜ୍ୟୋତ୍ସ୍ନା ରାଣୀ କର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀମାନେ ରକ୍ତଦାନ ଶିବିରକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।
Related posts
-
ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ... -
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପଠାରେ ୭୬ତମ ସାଧାରଣତନ୍ତ୍ର... -
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ...