ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ୪ ଜଣ ଅଧିକାରୀ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ କାର୍ଯ୍ୟରତ ଏହି ୪ ଜଣ ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ଯଶସ୍ଵିନୀ ସ୍ବାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଖଣ୍ଡପଡ଼ା , ସୁଶ୍ରୀ ମୋନିକା ସେଠ୍, ରେଭିନ୍ୟୁ ଇନିସପେକ୍ଟର, ନୟାଗଡ଼ ତହସିଲ, ଗୋପାଳକୃଷ୍ଣ ରାଉତରାୟ, ପ୍ରଧାନ ଶିକ୍ଷକ,ବି.ସି. ଉଚ୍ଚ ବିଦ୍ୟାଳୟ ରଣପୁର ଓଡ଼ିଶା ସିଭିଲ ସର୍ଭିସ,୨୦୨୧ରେ କୃତ କାର୍ଯ୍ୟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଦ୍ବାରା ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ କୃତୀଅଧିକାରୀମାନଙ୍କୁ ମଂଚକୁ ସ୍ବାଗତ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଲେ ଯେ, ନୟାଗଡ଼ ଜିଲ୍ଲାରୁ ଏହି ୪ଜଣଙ୍କ ବ୍ୟତୀତ ଆହୁରି ଅନେକ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି । କିନ୍ତୁ ଏମାନେ ନିଜ କାର୍ଯ୍ୟାଳୟରେ ସରକାରୀ ସେବା ମଧ୍ୟରେ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରି ସଫଳତା ହାସଲ କରିପାରିଛନ୍ତି ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇ ଦେଇଛି । ଜିଲ୍ଲାପାଳ ସେମାନଙ୍କର ଏହି ସଂଘର୍ଷପୂର୍ଣ୍ଣ ସଫଳତା ପାଇଁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ସଫଳତା ବିଷୟରେ ଆଶାୟୀ ପ୍ରତିଯୋଗୀଙ୍କ ଆଗରେ ନିଜର ଅନୁଭୁତି ପ୍ରକାଶ କରି ଉତ୍ସାହିତ କରିବା ପାଇଁ କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Related posts