ଇଟାମାଟି ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଇବର ସୁରକ୍ଷା ବିଷୟରେ ବିଶେଷ ଜ୍ଞାନ ନଥିବା ଏବଂ ସଚେତନତା ଅଭାବରୁ ଛାତ୍ରଛାତ୍ରୀ, ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅନେକ ସାଇବର ଠକାମୀର ଶିକାର ହେଉଛନ୍ତି। ସାଇବର କ୍ରାଇମ୍ ଅପରାଧର ଏମିତି ଏକ ଶାଖା ଯାହା ଅନଲାଇନ୍ ମାଧ୍ୟମରେ ଲୋକମାନଙ୍କୁ ଠକି ଥାନ୍ତି ଅପରାଧୀମାନେ। ଏହି ଠକାମୀରେ ପଡିଥିବା ବ୍ୟକ୍ତି ବିଶେଷ ଯଥାଶୀଘ୍ର ଅଭିଯୋଗ କରିବାର ଆବଶ୍ୟକତା ଅଛି ଚେବେ ପୋଲିସ୍ ଅପରାଧୀ ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରିବ ବୋଲି ଇଟାମାଟି ଥାନା ତରଫରୁ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଇଟାମାଟି ଥାନା ଅଧିକାରୀ ଦିଲ୍ଲିପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ସଂଯୋଜନାରେ…

Read More

ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓ ଦୌରା ଜଜ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତିକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଲେଙ୍କୁଡ଼ିପଡ଼ା ଗ୍ରାମ ପଂଚାୟତର ସହାୟତାରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଅଛି । ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଇନ ଉପରେ ବିଷଦ ଆଲୋଚନା କରିଥିଲେ। ଅଧିବକ୍ତା ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ରମେଶ ଚନ୍ଦ୍ର ମହାରଣା ମାନସିକ ସ୍ୱାସ୍ଥ୍ୟ ଅବସ୍ଥାର ବିଭିନ୍ନ ଆଇନଗତ ଦିଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ଉପରେ ଆଲୋକପାତ କରିଥିଲେ । ଶିକ୍ଷୟତ୍ରୀ ସୌଦାମିନୀ ସ୍ଵାଇଁ ମହିଳାମାନେ ହିଁ ପରିବାରରେ ମାନସିକ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ ଭୂମିକା ବହନ କରିବେ ବୋଲି ମତ ରଖିଥିଲେ। ଅଧିବକ୍ତା ପ୍ରଶାନ୍ତ…

Read More

୮୨ ତମ ଶହୀଦ ସ୍ମାରକୀ ସମାରୋହରେ ଯୋଗଦେଇ ଶହୀଦମାନଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କଲେ ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସ୍ଵାଧୀନତା ସଂଗ୍ରାମୀ ଗ୍ରାମ ଗୌଡ଼ ଥିଆବାରୀ ଠାରେ ଶହୀଦ ଶ୍ରାଦ୍ଧ ଦିବସ ତଥା ପ୍ରଜାମଣ୍ଡଳ ସ୍ଵାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ା, ବୁଦ୍ଧି ପରିଡ଼ା ଓ ଦୟା ବେହେରା ଙ୍କ ସ୍ମୃତି ଏବଂ ଜାକେଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସ୍ଵାଧୀନତା ସଂଗ୍ରାମୀ ଆଦର୍ଶ ଗ୍ରାମ କୁଶବିଡା ଠାରେ ଶହୀଦ୍ କଷ୍ଟୀ ଡାକୁଆ ଙ୍କ ଶ୍ରାଦ୍ଧ ଦିବସରେ ଶହୀଦ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ବ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶହୀଦ ମାନଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲା ପରିଷଦ…

Read More

ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତାଥିଲେ କଷ୍ଟି ଡାକୁଆ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ମାନେ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ପୁଷ୍ପ ମାଲ୍ଯାର୍ପଣ କରାଯାଇ ଥିଲା। ଏହାପରେ ଆୟୋଜିତ ସ୍ମୃତି ଚାରଣ ସଭାରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଯୋଗଦେଇ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଆଲୋଚନା କରି କହିଥିଲେ ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା…

Read More

ନୂଆଗାଁ କଷ୍ଟି ଡାକୁଆ ସହିଦ ପୀଠରେ ସହିଦ ଦିବସ ପାଳିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ୧୯୪୨ମସିହା ଅକ୍ଟୋବର ୧୦ତାରିଖରେ ଭାରତଛାଡ ଆନ୍ଦୋଳନ ଅବସରରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ୍ ହୋଇ ନୂଆଗାଁ ବ୍ଲକ କୁସବିଡାର ଆଦିବାସୀ ନେତା କଷ୍ଟୀ ଡାକୁଆ ନୂଆଗାଁ ଥାନା ପାଖରେ ବ୍ରିଟିଶ ପୋଲିସ ଗୁଳିରେ ସହିଦ ହୋଇଥିଲେ।ଏହି ମହାନ ବଳିଦାନର ସ୍ମୃତିରେ ସହିଦ ଦିବସରେ ସ୍ମୃତି କମିଟିର ମୁଖ୍ୟ ଶ୍ରମିକ ନେତା ଶରତ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନୂଆଗାଁ ସହିଦ ପୀଠରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସହିଦ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର କଷ୍ଟି ଡାକୁଆଙ୍କ ବଳିଦାନର ଇତିହାସଉପରେ ଆଲୋକପାତ କରି ସମବେତ ସଭ୍ୟ ମାନଙ୍କୁ ନିର୍ଭୀକ ଭାବରେ ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଥିଲେ। ସ୍ମୃତି କମିଟିର ସଦସ୍ୟ ନବଘନ ଡାକୁଆ,ଗଗନ ବିହାରୀ ପ୍ରଧାନ, ବିରେନ୍ଦ୍ର…

Read More

ନୂଆଗାଁ ବ୍ଲକ୍ ସଭାଗୃହରେ ବାଲ୍ୟ ବିବାହ ମୁକ୍ତ କର୍ମଶାଳା ଅନୁଷ୍ଠିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଭାଗୃହରେ ବାଲ୍ୟବିବାହ ମୁକ୍ତ ଭାରତ ଗଠନ ପାଇଁ କର୍ମଶାଳା ବାଲ୍ୟ ବିବାହ ମୁକ୍ତ ଭାରତ ଓ ନୟାଗଡ଼ ପାଇଁ ଏକ ସମିଳନୀ ସଭା ଆୟୋଜିତ ହୋଇଯାଇଅଛି।ଏହି କାର୍ଯ୍ୟ କ୍ରମ ରୁଚିକା ସମାଜ ମଙ୍ଗଳ ଅନୁଷ୍ଠାନ ଭୁବନେଶ୍ୱର ଦ୍ୱାରା ଆୟୋଜନ କରା ଯାଇଥିଲା। ନୂଆଗାଁ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ କ୍ରମରେ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିଷେଧ, ଶିଶୁ ସୁରକ୍ଷା, ଶିଶୁ ଶିକ୍ଷା ଉପରେ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ଉପରେ ଚର୍ଚ୍ଚା କରା ଯାଇଥିଲା, ଶିଶୁ ମାନଙ୍କ ପାଇଁ ଶିକ୍ଷା ହିଁ ମୂଳ ବଳ ଯାହା ଦ୍ୱାରା ବାଲ୍ୟବିବାହ ଭଳି କୁ ପ୍ରଥା ଦୂର କରା ଯାଇ ପାରିବା ସଙ୍ଗେ ସଙ୍ଗେ ଶିଶୁ…

Read More

ନୟାଗଡ଼ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ‘ଗୋପବନ୍ଧୁ ଜୟନ୍ତୀ’ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ “ଗୋପବନ୍ଧୁ ଜୟନ୍ତୀ” ପାଳନ ହୋଇଯାଇଛି।ବରିଷ୍ଠ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ମା’ ସାରଦାଙ୍କ ନିକଟରେ ଦ୍ୱୀପ ପ୍ରଜ୍ବଳନ କରି ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ପରିସରରେ ସ୍ଥାପିତ ଗୋପବନ୍ଧୁଙ୍କ ସମେତ ଅନ୍ୟ ଚାରୋଟି ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଓ ଗୁଛ ଅର୍ପଣ କରାଯାଇଥିଲା। ଆଚାର୍ଯ୍ୟା ସ୍ୱପ୍ନା ପଟନାୟକ ଦୁଃଖୀ ଦରିଦ୍ରଙ୍କ ଦରଦୀ ବନ୍ଧୁ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ବାଲ୍ୟଜୀବନ, ଶିକ୍ଷାର୍ଥୀ ଜୀବନ, କର୍ମମୟ ଜୀବନ, ଗୁରୁଭକ୍ତି, ସାହିତ୍ୟ ସାଧନା, ସ୍ୱାଧୀନତା ସଂଗ୍ରାମୀ ଜୀବନ ସମ୍ପର୍କରେ ଶିଶୁଭାଇଭଉଣୀ ମାନଙ୍କୁ ସାରଗର୍ଭ କ ଉଦବୋଧନ ଦେଇଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ବକୃତା ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ପ୍ରଧାନାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଗୁରୁଜୀଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Read More

ଆକାଂକ୍ଷିତ ବ୍ଲକ କାର୍ଯ୍ୟକ୍ରମ, ସଂକଳ୍ପ ସପ୍ତାହ ଉଦଯାପିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ସାରା ଦେଶରେ ଅଙ୍କାକ୍ଷିତ କାର୍ଯ୍ୟକ୍ରମ ଓ ସଂକଳ୍ପ ସପ୍ତାହ ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇ ୯ ତାରିଖ ଦିନ ଉଦଯାପିତ ହୋଇ ଯାଇଛି। ଅନୁରୂପ ଭାବେ ଦଶପଲ୍ଲା ବ୍ଲକ ପରିସରରେ ଅନୁଷ୍ଠିତ ଉଦଯାପିତ ସଭାରେ ମୁଖ୍ୟ୍ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଅତିରିକ୍ତ ଯୋଜନା ନିର୍ଦ୍ଧେଶକ ବିଦ୍ୟାଧର ମହାପାତ୍ର, ମୁଖ୍ୟ ଉର୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ନୟାଗଡ଼ ସ୍ଵ୍ରୁରୁପ୍ କୁମାର ବଳ, କୃଷି ବିଭାଗ ଅଧିକାରୀ ଗୌରିସଙ୍କର ମହାପାତ୍ର, ଶିଶୁ ପ୍ରକଳ୍ପ ଅଧିକାରୀ ରୀନା ସରିତା ଲରେନ୍ସ, ସ୍ୱାସ୍ଥ୍ୟ ଅଧିକାରୀ ସନ୍ଦୀପ କୁମାର ସ୍ୱାଇଁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ବର ମହାପାତ୍ର, ବ୍ଲକ ଶିକ୍ଷା ଅଧିକାରୀ…

Read More

ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୧୮ ତାରିଖରେ ହେବାକୁଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ପାଇଁ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଉଁଶିଆପଡ଼ା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ଶିକ୍ଷକ ସଂଗଠନର ନେତୃମଣ୍ଡଳୀ ଉପସ୍ଥିତ ରହି ଏହି ଶିଶୁ ମହୋତ୍ସବକୁ ଖୁବ ଆକର୍ଷଣୀୟ କରିବା ପାଇଁ ମତାମତ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ହେବାକୁ ଥିବା ସଭା ଏବଂ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ଜିଲ୍ଲା ପରିଷଦ ସଦସ୍ୟ, ସ୍ଥାନୀୟ ସରପଞ୍ଚ,ସମିତିସଭ୍ୟ, ବିଦ୍ୟାଳୟ ପରିଚଳାନା କମିଟି ସଭାପତି ପ୍ରମୁଖ ଅତିଥିଭାବେ ଯୋଗଦାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଓଡିଶାର ବରପୁତ୍ର କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏହି ଅବସରରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ଯୋଦ୍ଧା ତଥା ମହାନ୍ ଦେଶ ସେବକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ପୁଷ୍ପ ମାଲ୍ଯାର୍ପଣ ପୂର୍ବକ ଧୂପ ଦୀପ ଅର୍ପଣ କରି ଥିଲେ। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ସେବା ବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ବିଷୟରେ ଉଦବୋଧନ ଦେଇଥିଲେ। ସମସ୍ତ ଗୁରୁଜୀ…

Read More