ନୂଆଗାଁ, (ନୟାଗଡ଼ ଦର୍ପଣ): ୧୯୪୨ମସିହା ଅକ୍ଟୋବର ୧୦ତାରିଖରେ ଭାରତଛାଡ ଆନ୍ଦୋଳନ ଅବସରରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ୍ ହୋଇ ନୂଆଗାଁ ବ୍ଲକ କୁସବିଡାର ଆଦିବାସୀ ନେତା କଷ୍ଟୀ ଡାକୁଆ ନୂଆଗାଁ ଥାନା ପାଖରେ ବ୍ରିଟିଶ ପୋଲିସ ଗୁଳିରେ ସହିଦ ହୋଇଥିଲେ।ଏହି ମହାନ ବଳିଦାନର ସ୍ମୃତିରେ ସହିଦ ଦିବସରେ ସ୍ମୃତି କମିଟିର ମୁଖ୍ୟ ଶ୍ରମିକ ନେତା ଶରତ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନୂଆଗାଁ ସହିଦ ପୀଠରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସହିଦ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର କଷ୍ଟି ଡାକୁଆଙ୍କ ବଳିଦାନର ଇତିହାସଉପରେ ଆଲୋକପାତ କରି ସମବେତ ସଭ୍ୟ ମାନଙ୍କୁ ନିର୍ଭୀକ ଭାବରେ ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଥିଲେ। ସ୍ମୃତି କମିଟିର ସଦସ୍ୟ ନବଘନ ଡାକୁଆ,ଗଗନ ବିହାରୀ ପ୍ରଧାନ, ବିରେନ୍ଦ୍ର ଯାନି, ମହେନ୍ଦ୍ର କୁମାର ପ୍ରଧାନ,ପ୍ରବୀର ପ୍ରଧାନ ପ୍ରମୁଖ ସହିଦଙ୍କ ସ୍ମୃତି ଚାରଣ କରିଥିଲେ।
ନୂଆଗାଁ କଷ୍ଟି ଡାକୁଆ ସହିଦ ପୀଠରେ ସହିଦ ଦିବସ ପାଳିତ
