ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତାଥିଲେ କଷ୍ଟି ଡାକୁଆ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ମାନେ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ପୁଷ୍ପ ମାଲ୍ଯାର୍ପଣ କରାଯାଇ ଥିଲା। ଏହାପରେ ଆୟୋଜିତ ସ୍ମୃତି ଚାରଣ ସଭାରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଯୋଗଦେଇ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଆଲୋଚନା କରି କହିଥିଲେ ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ। ୧୮୯୭ ମସିହା ଅକ୍ଟୋବର ୦୧ ତାରିଖରେ ନୂଆଗାଁ ବ୍ଳକ ଅନ୍ତର୍ଗତ କୁସବିଡା ଗ୍ରାମରେ ଜନ୍ମଲାଭ କରିଥିବା ଏହି ଦେଶ ସେବକ କଷ୍ଟି ଡାକୁଆ ୧୯୪୨ ମସିହା ଅକ୍ଟୋବର ୧୦ ତାରିଖରେ ଭାରତଛାଡ଼ ଆନ୍ଦୋଳନ ପରିପ୍ରେକ୍ଷୀରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗଦେଇ ନୂଆଗାଁ ଥାନା ପାଖରେ ବ୍ରିଟିଶ ପୋଲିସ ଗୁଳିରେ ସହିଦ୍ ହୋଇଥିଲେ ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ସହିଦ୍ କଷ୍ଟି ଡାକୁଆଙ୍କ ସଂଗ୍ରାମୀ ଜୀବନ ବିଷୟରେ ବକ୍ତବ୍ଯ ରଖିଥିଲା ବେଳେ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ପବିତ୍ର ସାହୁ, ରଂଜନ କୁମାର ପରିଡା, ରାମଚନ୍ଦ୍ର ମାନସିଂହ, କୃଷ୍ଣଚନ୍ଦ୍ର ଚିନରା ଓ ସେବାବ୍ରତୀ ଆଚାର୍ଯ୍ୟା ବିନୋଦିନୀ ବାରିକ, ଶୁଭଶ୍ରୀ ପଟ୍ଟନାୟକ, ଶୁଭସ୍ମିତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରି ସହିଦଙ୍କ ସ୍ମୃତି ଚାରଣ କରିଥିଲେ।

Related posts