୮୨ ତମ ଶହୀଦ ସ୍ମାରକୀ ସମାରୋହରେ ଯୋଗଦେଇ ଶହୀଦମାନଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କଲେ ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସ୍ଵାଧୀନତା ସଂଗ୍ରାମୀ ଗ୍ରାମ ଗୌଡ଼ ଥିଆବାରୀ ଠାରେ ଶହୀଦ ଶ୍ରାଦ୍ଧ ଦିବସ ତଥା ପ୍ରଜାମଣ୍ଡଳ ସ୍ଵାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ା, ବୁଦ୍ଧି ପରିଡ଼ା ଓ ଦୟା ବେହେରା ଙ୍କ ସ୍ମୃତି ଏବଂ ଜାକେଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସ୍ଵାଧୀନତା ସଂଗ୍ରାମୀ ଆଦର୍ଶ ଗ୍ରାମ କୁଶବିଡା ଠାରେ ଶହୀଦ୍ କଷ୍ଟୀ ଡାକୁଆ ଙ୍କ ଶ୍ରାଦ୍ଧ ଦିବସରେ ଶହୀଦ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ସ୍ତମ୍ବ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶହୀଦ ମାନଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ସମାଜ ସେବୀ ଶଙ୍କର୍ଷଣ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ପାରାଢିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଜାକେଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁମିତ୍ରା ଜାନୀ,ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା, ଜିଲ୍ଲା ବିଜେଡ଼ି ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ, ମାଇଛେଳି ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ , ମୁଖ୍ୟ ବକ୍ତା ଭାବେ ଡାକ୍ତର ବନମାଳୀ ପ୍ରଧାନ ଯୋଗଦେଇ ଶହୀଦ ମାନଙ୍କ ସ୍ମୃତି ଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ଗୌଡ଼ ଥୁଆବାରୀ ଏବଂ କୁସବିଡା ଗ୍ରାମବାସୀ ଙ୍କ ସମେତ ଜାକେଡା ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ଜାନୀ ଏବଂ ନାଏବ ସରପଞ୍ଚ ସହଯୋଗ କରିଥିଲେ ।

Related posts