ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓ ଦୌରା ଜଜ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତିକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଲେଙ୍କୁଡ଼ିପଡ଼ା ଗ୍ରାମ ପଂଚାୟତର ସହାୟତାରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଅଛି । ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଇନ ଉପରେ ବିଷଦ ଆଲୋଚନା କରିଥିଲେ। ଅଧିବକ୍ତା ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ରମେଶ ଚନ୍ଦ୍ର ମହାରଣା ମାନସିକ ସ୍ୱାସ୍ଥ୍ୟ ଅବସ୍ଥାର ବିଭିନ୍ନ ଆଇନଗତ ଦିଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ଉପରେ ଆଲୋକପାତ କରିଥିଲେ । ଶିକ୍ଷୟତ୍ରୀ ସୌଦାମିନୀ ସ୍ଵାଇଁ ମହିଳାମାନେ ହିଁ ପରିବାରରେ ମାନସିକ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ ଭୂମିକା ବହନ କରିବେ ବୋଲି ମତ ରଖିଥିଲେ। ଅଧିବକ୍ତା ପ୍ରଶାନ୍ତ କୁମାର ଦାସ ଓ ସଦସ୍ୟ ମହମ୍ମଦ ମହମ୍ମଦ ଓମର ମଲ୍ଲିକ ଇର୍ଷା ପରିହାର ଓ ସହନଶୀଳତା ହିଁ ମାନସିକ ସନ୍ତୁଳନକୁ ରକ୍ଷା କରିପାରିବ ବୋଲି ଦର୍ଶାଇ ଥିଲେ। ପରିଶେଷରେ ସରପଂଚ ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related posts