ପି.ଟି.ଏସ୍ ଛକକୁ ଗୋଲେଇ ଛକ କରିବାକୁ ଦାବୀ

ନୟାଗଡ଼: ନୟାଗଡ଼ର ପିଟିଏସ୍ ଛକକୁ ଗୋଲେଇଛକରେ ପରିଣତ କରିବାକୁ ଟାଉନ ପ୍ଳାନିଙ୍ଗ ବା ମୁନିସପାଲିଟି କର୍ତ୍ତୃପକ୍ଷ ଧ୍ୟାନ ନ ନେବା ବିଡ଼ମ୍ବନାର ବିଷୟ ପାଲଟିଛି । ଜନ ସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଛକକୁ ଗୋଲେଇ ଛକରେ ପରିଣତ କରିବାକୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ଧ୍ୟାନ ନଦେବା ବିଡମ୍ବନାର ବିଷୟ ପାଲଟିଛି। ବର୍ତ୍ତମାନ ନୟାଗଡ଼ର ପିଟିଏସ୍ ଛକ ଏକ ବ୍ୟସ୍ତ ବହୁଳ ଛକ । ଡିଆରଡିଏ ରୋଡ଼ର ଦୁଇ ପାଶ୍ୱର୍ରେ ଗଢ଼ିଉଠିଲାଣି ଅନେକ ସରକାରୀ ଅଫିସ୍ । ତା ସାଙ୍ଗକୁ ଅନେକ ସ୍କୁଲ, ପିଟିଏସ, ତିନି ତିନିଟା ଆବାସିକ ମହାବିଦ୍ୟାଳୟ ସହିତ ବିଭିନ୍ନ କୋଚିଙ୍ଗ୍ ସେଣ୍ଟର ମଧ୍ୟ ଅବସ୍ଥିତ । ନିକଟସ୍ଥ ଅନେକ ଗାଁ’ର ଲୋକମାନେ ମଧ୍ୟ ଏହି ବାଟଦେଇ ଯିବା ଆସିବା କରିଥାନ୍ତି । ରାସ୍ତାଟି କିଛି ମାତ୍ରାରେ…

Read More

ସ୍ୱାସ୍ଥ୍ୟ ପାଇଁ ତରଭୁଜ

ସ୍ୱାସ୍ଥ୍ୟ ପାଇଁ ତରଭୁଜତରଭୁଜ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ତ୍ୱଚା ପାଇଁ ମଧ୍ୟ ଉପକାରୀ । ତରଭୁଜରେ ଥିବା ‘ଭିଟାମିନ୍ ଏ’ ଏବଂ ‘ଭିଟାମିନ୍ ସି’ ତ୍ୱଚା ପାଇଁ ଲାଭଦାୟକ ହେବା ସହ ରୋଗପ୍ରତିରୋଧକ ଶକ୍ତି ବି ବଢ଼ାଇଥାଏ । ବ୍ରଣ ଓ ମୁହଁରେ ଉଜ୍ଜ୍ୱଳତା ବୃଦ୍ଧି କରିବା ପାଇଁ ତରଭୁଜ ରସ ସହିତ ଗୋଟିଏ ପାଚିଲା କଦଳୀକୁ ଚକଟି ପେଷ୍ଟ କରି ମୁହଁରେ ଲଗାଇଲେ ମଧ୍ୟ ଏହା ମୁହଁକୁ ଉଜ୍ଜ୍ୱଳ ରଖବା ସହିତ ବ୍ରଣଭଲ କରିବାରେ ସାହାଯ୍ୟ କରିଥାଏ । ଘରେ କଦଳୀ ନଥିଲେ ତରଭୁଜ ରସ ସହିତ ଅଧା ଚାମଚ ମହୁ ମିଶାଇ ମୁହଁରେ ଲଗାଇ ପରେ ଉଷୁମ ପାଣିରେ ଧୋଇ ଦେଲେ ମଧ୍ୟ ତ୍ୱଚା ନରମ ରହିବା ସହିତ ଉଜ୍ଜ୍ୱଳ ଦେଖାଯିବ ।

Read More

ଅଭିନ୍ନ ପରିଚୟ

ପ୍ରିୟଦର୍ଶୀ ଚନ୍ଦନ (ଦୀପୁ) ମଣିଷ ଜୀବନଅସମ୍ପୂର୍ଣ୍ଣ ପାଂଡୁଲିପିଟିଏତା’ପରେ ସବୁବେଳେ ପ୍ରଶବାଚୀବ୍ୟର୍ଥ ଯାହା ଗତି ଅନୁମେୟଛାତିତଳେ ବା ମଶାଣି କବରଛାତିତଳେ ମସଜିଦ ମନ୍ଦିରପୋତେ ସେ, ପୋଡ଼େ ସେପାପ ମଥାତଳରଯନ୍ତ୍ରଣା ବିସ୍ମୃତି ସବୁ ଛାତିତଳରଆଲ୍ଲା ଆଲ୍ଲା କରେ ହାଲ୍ଲାଦୁର୍ବଳ ମୁହୂର୍ତରେଈଶ୍ୱର ପରମେଶ୍ୱର ବୋଲି ଉଚ୍ଚାରେପୁଣ୍ୟର ଆଶାରେନିଚ୍ଛକ ସତଟିଏ କିନ୍ତୁମୋତେ ବିଶ୍ୱାସ କରଏ ମଣିଷର ନିର୍ଭୁଲ ସଂଜ୍ଞାଟିଏ “ସ୍ୱାର୍ଥପର”ଅଭିନୟ ପେଷା ତା’ରସ୍ନେହ ପ୍ରେମ ତା ଅଚଳନ୍ତି ମୁଦ୍ରାଛାତି ତା’ କଙ୍କ୍ରିଟ ଚଟ୍ଟାଣସ୍ୱର୍ଶଶୂନ୍ୟ ସ୍ପନ୍ଦନହୀନଦୁନିଆର ଡ୍ରଇଂ ରୁମ୍‌ରେକିନ୍ତୁ କାକଟସ ଣ୍ଠଉଁ ସୁନ୍ଦର ।ା ଅକଲାଣ୍ଡ, ନିଉଜ୍‌ଲାଣ୍ଡ

Read More

ଲକଡାଉନ 2.0

ଚାଂହିଥା ଆକାଶକୁହେଲେ ଦେଖିବନି ଇନ୍ଦ୍ରଧନୁସାତରଙ୍ଗ ଏଵେ ସଟଡାଉନ କବ୍ଜାରେକାହାର କାଶ, ଥଣ୍ଡାକାହାର ଜ୍ଵରକାହାର ଛାତି ଯନ୍ତ୍ରଣାରେ l ପାଠପଢା ସବୁ ଚୁଲିକୁ ଯାଉବଂଚିଥିଲେ ପଢିବ ଢେରସମସ୍ତେ ନୂଆ କଥା ଶୁଣନୂଆ କଥା ଦେଖପ୍ରଥମେ ବିକାଗଲା ମାଟିତାପରେ ପାଣିଏଵେ ପବନ କିଣାବିକା ଢେର ଉଚ୍ଚାରେଶିକ୍ଷିତ ମଣିଷ ଏଵେଗଛ କଟାକୁ ପବନ ବିକାରେ l ଅଟୋ ଷ୍ଟାଣ୍ଡରେ ଅଟୋ ନମ୍ବର ପରିଶବ ଏଵେ ଚିତା ଅପେକ୍ଷାରେଶାଗ କଡେଇଟା ତରଳି ଯାଉଛିତତଲା ଲୁହରେ l ଗାଁ ପାଲଟିଛି ଏଵେ ଶବବୋହୂ ଚୋରି, ଖପରକାତି ସବୁ ଖେଳ ଏଵେ ବନ୍ଦଚଷା ପୁଅ ବସିଚି ଶଗଡ଼ ଗୁଳାରେ l ଛୋଟ ପଡିଗଲା ମହାଭାରତର ଯୁଦ୍ଧକିଏ ହସୁଥିଲା ତ, କିଏ କାନ୍ଦୁଥିଲାକରୋନା ମହାମାରୀଙ୍କୁ ଦିଅ ଡକାୟତ ତାଲିକାର ଶୀର୍ଷ ସ୍ଥାନସଭିଙ୍କୁ କନ୍ଦାଇ ଏକା ହସୁଥିଲା l ନୟାଗଡ, ମୋ- ୭୯୭୮୫୮୮୧୭୭

Read More

ଜିଲ୍ଲାପାଳଙ୍କ କୋଭିଡ୍ ପରିସ୍ଥିତି ସମୀକ୍ଷା

ନୟାଗଡ଼: ଜିଲ୍ଲାପାଳ ଡା. ପୋମା ଟୁଡୁ ନୟାଗଡ଼ ଜିଲ୍ଲାର କୋଭିଡ୍ ସଂପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଡା. ଟୁଡୁ ଚାନ୍ଦପୁର ଓ ଖଣ୍ଡପଡ଼ା ଠାରେ ଥିବା କୋଭିଡ୍ ହସିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ମୋବାଇଲ ମାଧ୍ୟମରେ ସିଧାସଳଖ କଥାବାର୍ତା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂର୍କରେ ପଚାରି ବୁଝିଥିଲେ । ଏହା ସହିତ ତାଙ୍କ ପରିବାରବର୍ଗଙ୍କ ସହିତ ଫୋନଯୋଗେ କଥାବାର୍ତା ହେବା ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ ଏଚ. ଡି. ଧନରାଜ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ମଧ୍ୟ ରୋଗୀମାନଙ୍କ ସହିତ କଥାବାର୍ତା କରିଥିଲେ । ପ୍ରତି ସପ୍ତାହ ଅପରାହ୍ନ ୫ଘଟିକା ସମୟରେ ସମସ୍ତ ମେଡିକାଲ ଅଫିସର, ଷ୍ଟାଫ୍ ଏବଂ କଂଟ୍ରୋଳ ରୁମର…

Read More

ନୟାଗଡ଼ ଏକ କ୍ଷୁଦ୍ର ଆଲୋକପାତ

ସାନ୍ତନୁ ବିଶୋଇ ଅଜା ଡାକୁଥିଲେ କୁନାକୁ ସଧିରେବୁଲିବାକୁ ଛୁଟି ଦିନେ,ଅବକାଶ ଦେଖି କୁନା ବି କହିଲାବୁଲି ଯିବାପରା ପଡୁନିକି ତମ ମନେ ??ଅଜା ବାହାରିଲେ ବୁଲିଯିବା ପାଇଁକୁନାକୁ ସାଥିରେ ନେଇ,ପହଁଚିଲେ ଯାଇ ଓଡ଼ଗାଁ ଠାରେରଘୁନାଥ ଦେଖା ପାଇଁ ।ବୁଲିଲେ ମନ୍ଦିର ଭକ୍ତି ଭାବ ନେଇସାଗର ପୋଖରୀ ଗଲେରାମସାଗରର ଉଦ୍ୟାନକୁ ଦେଖିଉଭୟେ ପ୍ରୀତ ହୋଇଲେ ।ତରତର ହୋଇ ଶରଣକୁଳକୁଯିବାକୁ ହେଲେ ତତ୍ପର,ଲଡୁବାବାଙ୍କ ସେ କରିବେ ଦର୍ଶନସୁପ୍ରସିଦ୍ଧ ଶୈବ କ୍ଷେତ୍ରା ।ସଦାନନ୍ଦ ବ୍ରହ୍ମା ଜନମ ମାଟି ସେଭିକାରୀ ପଡା ତା’ ନାଁସେଇ ବାଟ ଦେଇ ରଣପୁର ଯିବେଦେଖିବାକୁ କିଛି ନୂଆଁ । ।ପାହାଡ ଉପରେ ମଣିନାଗ ଉଭାସୁନ୍ଦର ମନ୍ଦିର ଅଛିବୀର ସହିଦ ସେ ରଘୁ ଦିବାକରେଏଇ ମାଟି ପ୍ରସବିଛି । ।ଆସୁ କବି ସିଏ ଉତ୍କଳର ଘଣ୍ଟଯଦୁମଣି ମହାପାତ୍ର,ଇଟାମାଟି ଘର ଅଟଇ ତାଙ୍କରମନେ ମନେ ତାଙ୍କୁ ସ୍ମର । ।ଦକ୍ଷିଣକାଳୀ…

Read More

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?ଗାଁ ମୁଣ୍ଡ ବରଗଛ ତଳ ଚାନ୍ଦିନୀରେ ଶୋଇବାକୁ ଖରାଦିନ ଚାରିମାସ ବହୁତ ଭିଡ । ଘରେ କାହାର ରହିବାକୁ ଇଚ୍ଛା ହୁଏନି । ଛୁଆଠାରୁ ବୁଢ।।ଏ ସମସ୍ତେ ଦଶଟାରୁ ଅଖା କି ଶପ ଖଣ୍ଡେଖଣ୍ଡେ କାଖରେ ଯାକି ସେଠି ହାଜର । ଘଂଚ ବରଗଛର ବହଳ ଅନ୍ଧାରୁଆ ଛାଇକୁ ନଦୀପଠାରୁ ପାଣିଉପର ଦେଇ ଆସୁଥିବା ସୁଲୁସୁଲିଆ ଥଣ୍ଡା ପବନ ନିଦମାଉସୀକୁ ଡାକିଆଣେ । ଯିବା ଆସିବା ଲୋକ ଘଡିଏ ବସିଗଲେ ଢୁଳାଇବାକୁ ଆରମ୍ଭ କରନ୍ତି । ମଫସଲଲୋକଙ୍କର ଗାଁ ଗଣ୍ଡାରେ ଆଉ ଆଜିକାଲି ବିଶେଷକିଛି କାମନାହିଁ । ଟଙ୍କିକିଆ ଚାଉଳର ବାସିପଖାଳ ଅମୃତପରିକା ଲାଗୁଛି । ସାଙ୍ଗରେ କୋଳିଖଟ୍ଟା କି ଆମ୍ବୁଲ ଫାଳକୁ ଧାନୁଆ କଂଚାଲଙ୍କା ଲୁଣଦେଇ ଦଳିଦେଲେ ବେଲାଏ ଦେଢବେଲା ଉଠିବାକୁ ଭାରି ସହଜ । “ବାହ୍ୟ ମଳମୁକ୍ତ ଗାଁ”…

Read More

ନୟାଗଡ଼ ଅତୀତ ନାଟ୍ୟ ପରମ୍ପରା

ଗୋଦାବରୀଶ ମିଶ୍ରସୃଷ୍ଟିର ପ୍ରାରମ୍ଭରୁ ମାନବ ଖୋଜିଚାଲିଛି ଆବେଗିକ ଭାବରେ ଜୀବନକୁ, ପ୍ରକୃତିକୁ ଆଉ ସ୍ଥାବର ଜଙ୍ଗମକୁ । ଖୋଜିବାର ଅନ୍ତ ନାହିଁ । ସତରେ କଳ୍ପନା କରିହେବ ନାହିଁ ପିପାସିତ ପ୍ରାଣର ଅନ୍ତର୍ବେଦନାକୁ । ବେଦନା ଅବ୍ୟକ୍ତ, ଅନନ୍ତ । ବାଟ ଚାଲୁଚାଲୁ ଗୀତ ଗାଇଥିବ । ହସିଥିବ, ନାଚିଥିବ, ଝୁଣ୍ଟିଥିବ, ଉଠିଥିବ । ଦେହରୁ ଧୂଲିଝାଡ଼ି ହେଇଥିବ, ମାଟି କାଦୁଆ, ବିଭିନ୍ନ ରଙ୍ଗେବେରଙ୍କୁ ଦେଖି ସେ ଚକିତ ହୋଇଥିବ । ସମୟ କ୍ରମେ ମନର କଥାକୁ ବ୍ୟକ୍ତ କରିବାକୁ ମାଧ୍ୟମ ଖୋଜିଥିବ । କାରଣ ଏତେକଥା କୁହାଗଲାପରେ ମଧ୍ୟ ଲେଖାଚାଲିଛି ଅଜାଚିତ ଭାବରେ । ଏବେ ମଧ୍ୟ ଖୋଜାଚାଲିଛି ଜୀବନକୁ… ଏହାର ସଂଜ୍ଞାକୁ । ସହଜରେ ଅନୁମେୟ କରିହୁଏ ଏସବୁର ଇତିବୃତ୍ତିକୁ । ଆଉ ଏହାର ମଧୁମୟ ପରଂପରାକୁ । ଖୁସିରେ ଜୀବନ କାଟିବା ଏକ…

Read More

ଖଣ୍ଡପଡା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା

ନୟାଗଡ଼: ଖଣ୍ଡପଡା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହେଉଛି । ସିଧାମୂଳା ପଞ୍ଚାୟତ କନାସିଙ୍ଗ ଗ୍ରାମର ବିଧବା ମହିଳା ବୈଦେହୀ ନାୟକ ଓ ବଳଭଦ୍ରପ୍ରସାଦ ପଞ୍ଚାୟତ ସତ୍ୟଭ।ମା ବାରିକଙ୍କ କ୍ଷେତ୍ରରେ ଦେଖାଦେଇଛି । ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରକୃତ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ସଦାସର୍ବଦା ଗୁରୁତ୍ବାରୋପ କରି ଆସୁଥିବାବେଳେ କିଛି ଦୁର୍ନୀତିଖୋରଙ୍କ ଯୋଗୁଁ ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି । ଗତବର୍ଷ ବାତ୍ୟାରେ ସତ୍ୟଭାମା ବାରିକଙ୍କ ଝାଟିମାଟିର ଚାଳିଆ ଘର ଖଣ୍ଡିକ ଭୁଶୁଡ଼ି ପଡ଼ିଥିବାବେଳେ ସରକାରୀ ସ୍ତରରେ ଅନୁକମ୍ପା ମୂଳକ ପାଲ ଖଣ୍ଡିଏ ଯୋଗାଇ ଦେଇଥିଲେ । ପ୍ରତିଶୃତି ମିଳିଥିଲା ଘର ଖଣ୍ଡିଏ ଯୋଗାଇ ଦେବାପାଇଁ । ହେଲେ ସରକାରୀ ବାବୁମାନଙ୍କୁ ବର୍ଷାଧିକ କାଳ ଗୁହାରି କରୁଥିଲେ ମଧ୍ୟ ତାଙ୍କ ପ୍ରତି କାହାର…

Read More

ଭାଷା ହୃଦୟର

ସୁକାନ୍ତି ମହାନ୍ତି ନୁହଁଇ କବି ମୁଁ ନୁହେଁ ସାହିତ୍ୟିକା ନୁହଁଇ ସୃଜନକାରୀନୂଆ ସୃଷ୍ଟି କରି ତୋଷିବି ସଭିଙ୍କୁ ଦେଖାଇବି ବାହାଦୂରୀ ।1।ହୃଦୟ ବେଦନା ନିଛକ ସତ୍ୟକୁ ପରଷିବା ମୋର ଲକ୍ଷ୍ୟସୃଷ୍ଟି ସମ୍ଭାରରେ ଶବ୍ଦ ସଂଯୋଜନା କରିବାରେ ନୁହେଁ ଦକ୍ଷ ।2।ସରଳ ଭାଷାର କୁହୁକ ପେଡ଼ିକୁ ଥୋଇବାରେ ମୋର ମନଛୋଟିଆ ଦୀପଟେ ଦିବସେ ଜାଳିଲେ ଆଲୋକ ହେବ କି ଦିନ ।3।ଜନସଚେତନ ଅବା ଆଲୋଚନା ଶୋଷଣ କଷଣ କେତେଅନ୍ୟାୟ ଅନୀତି ଅବା ପ୍ରିୟା ପ୍ରୀତି ସମାଜେ ରହିଛି ଯେତେ ।4।କ୍ରାନ୍ତିକାରୀ ପରି ଲେଖନୀ ମୁନରେ ଆଙ୍କିଲେ ଦି ଧାଡ଼ି ଲେଖାଦୂର ନ ହେଲେ ବି ଦୁର୍ନୀତି ଆବର ଖୋଲି ଯିବ ଦିନେ ମୁଖା ।5।ଆସ ସାଥୀ ଆସ ଦି ଧାଡ଼ି ଲେଖିବା ଆମ ଗାଁ, ସହର କଥାସୁଖୀ ନ ହେଲେ ବି ଦୁଃଖୀ ତ ହେବନି ମନରୁ ହରିବ…

Read More