ନୟାଗଡ଼: ଖଣ୍ଡପଡା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହେଉଛି । ସିଧାମୂଳା ପଞ୍ଚାୟତ କନାସିଙ୍ଗ ଗ୍ରାମର ବିଧବା ମହିଳା ବୈଦେହୀ ନାୟକ ଓ ବଳଭଦ୍ରପ୍ରସାଦ ପଞ୍ଚାୟତ ସତ୍ୟଭ।ମା ବାରିକଙ୍କ କ୍ଷେତ୍ରରେ ଦେଖାଦେଇଛି । ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରକୃତ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ସଦାସର୍ବଦା ଗୁରୁତ୍ବାରୋପ କରି ଆସୁଥିବାବେଳେ କିଛି ଦୁର୍ନୀତିଖୋରଙ୍କ ଯୋଗୁଁ ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି । ଗତବର୍ଷ ବାତ୍ୟାରେ ସତ୍ୟଭାମା ବାରିକଙ୍କ ଝାଟିମାଟିର ଚାଳିଆ ଘର ଖଣ୍ଡିକ ଭୁଶୁଡ଼ି ପଡ଼ିଥିବାବେଳେ ସରକାରୀ ସ୍ତରରେ ଅନୁକମ୍ପା ମୂଳକ ପାଲ ଖଣ୍ଡିଏ ଯୋଗାଇ ଦେଇଥିଲେ । ପ୍ରତିଶୃତି ମିଳିଥିଲା ଘର ଖଣ୍ଡିଏ ଯୋଗାଇ ଦେବାପାଇଁ । ହେଲେ ସରକାରୀ ବାବୁମାନଙ୍କୁ ବର୍ଷାଧିକ କାଳ ଗୁହାରି କରୁଥିଲେ ମଧ୍ୟ ତାଙ୍କ ପ୍ରତି କାହାର ବର୍ତ୍ତମାନ ସୁଦ୍ଧା କୃପା ଦୃଷ୍ଟି ପଡ଼ିନଥିବା ଅଭିଯୋଗ କରିଛନ୍ତି ।
ଖଣ୍ଡପଡା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା
