ଲକଡାଉନ 2.0

ଚାଂହିଥା ଆକାଶକୁ
ହେଲେ ଦେଖିବନି ଇନ୍ଦ୍ରଧନୁ
ସାତରଙ୍ଗ ଏଵେ ସଟଡାଉନ କବ୍ଜାରେ
କାହାର କାଶ, ଥଣ୍ଡା
କାହାର ଜ୍ଵର
କାହାର ଛାତି ଯନ୍ତ୍ରଣାରେ l

ପାଠପଢା ସବୁ ଚୁଲିକୁ ଯାଉ
ବଂଚିଥିଲେ ପଢିବ ଢେର
ସମସ୍ତେ ନୂଆ କଥା ଶୁଣ
ନୂଆ କଥା ଦେଖ
ପ୍ରଥମେ ବିକାଗଲା ମାଟି
ତାପରେ ପାଣି
ଏଵେ ପବନ କିଣାବିକା ଢେର ଉଚ୍ଚାରେ
ଶିକ୍ଷିତ ମଣିଷ ଏଵେ
ଗଛ କଟାକୁ ପବନ ବିକାରେ l

ଅଟୋ ଷ୍ଟାଣ୍ଡରେ ଅଟୋ ନମ୍ବର ପରି
ଶବ ଏଵେ ଚିତା ଅପେକ୍ଷାରେ
ଶାଗ କଡେଇଟା ତରଳି ଯାଉଛି
ତତଲା ଲୁହରେ l

ଗାଁ ପାଲଟିଛି ଏଵେ ଶବ
ବୋହୂ ଚୋରି, ଖପରକାତି ସବୁ ଖେଳ ଏଵେ ବନ୍ଦ
ଚଷା ପୁଅ ବସିଚି ଶଗଡ଼ ଗୁଳାରେ l

ଛୋଟ ପଡିଗଲା ମହାଭାରତର ଯୁଦ୍ଧ
କିଏ ହସୁଥିଲା ତ, କିଏ କାନ୍ଦୁଥିଲା
କରୋନା ମହାମାରୀଙ୍କୁ ଦିଅ ଡକାୟତ ତାଲିକାର ଶୀର୍ଷ ସ୍ଥାନ
ସଭିଙ୍କୁ କନ୍ଦାଇ ଏକା ହସୁଥିଲା l

ନୟାଗଡ, ମୋ- ୭୯୭୮୫୮୮୧୭୭

Related posts