ଅଭିନ୍ନ ପରିଚୟ

ପ୍ରିୟଦର୍ଶୀ ଚନ୍ଦନ (ଦୀପୁ)


ମଣିଷ ଜୀବନ
ଅସମ୍ପୂର୍ଣ୍ଣ ପାଂଡୁଲିପିଟିଏ
ତା’ପରେ ସବୁବେଳେ ପ୍ରଶବାଚୀ
ବ୍ୟର୍ଥ ଯାହା ଗତି ଅନୁମେୟ
ଛାତିତଳେ ବା ମଶାଣି କବର
ଛାତିତଳେ ମସଜିଦ ମନ୍ଦିର
ପୋତେ ସେ, ପୋଡ଼େ ସେ
ପାପ ମଥାତଳର
ଯନ୍ତ୍ରଣା ବିସ୍ମୃତି ସବୁ ଛାତିତଳର
ଆଲ୍ଲା ଆଲ୍ଲା କରେ ହାଲ୍ଲା
ଦୁର୍ବଳ ମୁହୂର୍ତରେ
ଈଶ୍ୱର ପରମେଶ୍ୱର ବୋଲି ଉଚ୍ଚାରେ
ପୁଣ୍ୟର ଆଶାରେ
ନିଚ୍ଛକ ସତଟିଏ କିନ୍ତୁ
ମୋତେ ବିଶ୍ୱାସ କର
ଏ ମଣିଷର ନିର୍ଭୁଲ ସଂଜ୍ଞାଟିଏ “ସ୍ୱାର୍ଥପର”
ଅଭିନୟ ପେଷା ତା’ର
ସ୍ନେହ ପ୍ରେମ ତା ଅଚଳନ୍ତି ମୁଦ୍ରା
ଛାତି ତା’ କଙ୍କ୍ରିଟ ଚଟ୍ଟାଣ
ସ୍ୱର୍ଶଶୂନ୍ୟ ସ୍ପନ୍ଦନହୀନ
ଦୁନିଆର ଡ୍ରଇଂ ରୁମ୍‌ରେ
କିନ୍ତୁ କାକଟସ ଣ୍ଠଉଁ ସୁନ୍ଦର ।ା

ଅକଲାଣ୍ଡ, ନିଉଜ୍‌ଲାଣ୍ଡ

Related posts