ଜଗତସିଂହପୁର ଜିଲ୍ଲାରେ ନୟାଗଡ ଜିଲ୍ଲାର ‘ପରମ୍ପରା’ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ସଙ୍ଗଠନ “ପରମ୍ପରା’ର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟାଙ୍କର ପାରାଦୀପ ବନ୍ଦର ପରିଭ୍ରମଣ ଅବସରରେ ପାରାଦୀପଗଡ଼ର ସାହିତ୍ୟ ଅନୁଷ୍ଠାନ “ଟିକିଟିକି ତାରା’ ସୌଜନ୍ୟରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରସିଦ୍ଧ ମାଳିକା କ୍ଷେତ୍ର ଉଦୟବଟ ଧାମ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ, ମୁଖ୍ୟବକ୍ତା ଭାବରେ ପରମ୍ପରାର ସଭାପତି ଡ. ସୁକାନ୍ତି ମହାନ୍ତି, ସମ୍ମାନିତ ଅତିଥିଭାବେ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ, ବରିଷ୍ଠ ସାମ୍ବାଦିକ ଚିତ୍ତ ସ୍ଵାଇଁ, ଉଦୟବଟ ଧାମ ପରିଚାଳନା ଟ୍ରଷ୍ଟ ସଭାପତି ମିହିର ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଟିକିଟିକି ତାରା ସଭାପତି ଅକ୍ଷୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ଵାଗତ ଭାଷଣ ଦେଇଥିଲେ ସମ୍ପାଦିକା ମିନର୍ଭା ସ୍ଵାଇଁ। ଏହି ଅବସରରେ ଆୟୋଜିତ କବିତା ପାଠ ଉତ୍ସବରେ ସୌଭାଗ୍ୟ ମଞ୍ଜରୀ ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ରବୀନ୍ଦ୍ର କୁମାର ମହାପାତ୍ର, ରବି ନାରାୟଣ ପାତ୍ର, ପ୍ରତାପ କୁମାର ସାହୁ, ନିଳିମା ନନ୍ଦ, ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ପ୍ରମିତା ରାଣୀ ଜେନା, ସ୍ନିଗ୍ଧାରାଣୀ ପଟ୍ଟନାୟକ, ଭାସ୍କର ଚନ୍ଦ୍ର ସ୍ଵାଇଁ, ଉର୍ମିଳା ମହାନ୍ତି, ଗୋଲାପ ରାଣୀ ସାହୁ, ପ୍ରେମଲତା ବାରିକ ପ୍ରମୁଖ କବିତା ପାଠ କରିଥିଲେ। କବିତା ସଂଯୋଜନା କରିଥିଲେ ପ୍ରଶାନ୍ତ କୁମାର ରାଉତ ଏବଂ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Related posts