ଖଳିସାହିରୁ ବ୍ରାଉନ ସୁଗାର ବେପାରୀ ଗିରଫ

ଖଣ୍ଡପଡା: ମହାମାରୀ କରୋନା ଯେଉଁଭଳି ଭାବେ କାୟା ବିସ୍ତାର କରି ଚାଲିଛି ତାର ସୁଯୋଗ ନେଇ ବ୍ରାଉନ୍ ସୁଗାର ବେପାରୀଙ୍କ ବେପାର ମଧ୍ୟ ବଢି ଚାଲିଛି। ଜିଲ୍ଲାର କୋଣ ଅନୁକୋଣରେ ବ୍ରାଉନ୍ ସୁଗାର ବ୍ୟବସାୟ ହେଉଥିବା ଜଣାପଡିଛି। ଆଜି ସକାଳୁ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ଖଳିସାହି ଦଶଦୋଳ ପଡ଼ିଆ ଠାରେ ଚଢଉ କରି ଜଣେ ବ୍ରାଉନ୍ ସୁଗାର ବ୍ୟବସାୟୀ ଠାରୁ ବ୍ରାଉନ ସୁଗାର ଜବତ କରିବା ସହ ତାକୁ ଗିରଫ୍ କରିଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଖଳିସାହି ଦଶଦୋଳ ପଡ଼ିଆ ଠାରେ ବ୍ରାଉନ୍ ସୁଗାର ବ୍ୟବସାୟ ହେଉଥିବା ନେଇ ଖଣ୍ଡପଡ଼ା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଚଢଉ କରିଥିଲା। ଚଢଉ ସମୟରେ ବ୍ରାଉନ ସୁଗାର ବ୍ୟବସାୟୀ ବିରଞ୍ଚି ରଣା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧ଗ୍ରାମ…

Read More

କାରୋନା ସ୍ଥିତି ପରଖିଲେ ଜିଲ୍ଲାପାଳ

ଦଶପଲ୍ଲା: ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ଗୋଟି ବ୍ଳକ ଯଥା ନୂଆଗାଁ, ଗଣିଆ ଓ ଦଶପଲ୍ଲାର ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଡ. ପୋମା ଟୁଡୁ। ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ, ଗ୍ରାମ ପଞ୍ଚାୟତରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏଥିରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଶ ଚନ୍ଦ୍ର ରାୟ, ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଗାଁରୁ ସହର ପର୍ଯ୍ୟନ୍ତ କେତେ କରୋନା ପଜେଟିଭ ଅଛନ୍ତି ତାଙ୍କର ସ୍ଥିତି କଣ, କେତେଗୋଟି ଗ୍ରାମ ମାଇକ୍ରୋକଣ୍ଟେଟମେଣ୍ଟ ଘୋଷଣା କରାଯାଇଛି ସେ ସବୁର ସ୍ଥିତି ପରଖିଥିଲେ । ଏଥି ସହିତ ମୁଖ୍ୟତଃ ରାଜ୍ୟ ବାହାରୁ ତଥା ଜିଲ୍ଲା ବାହାରୁ କେତେ ଫେରନ୍ତା…

Read More

ଢାବାରୁ ବିପୁଳ ପରିମାଣର ମଦ ଜବତ

ଭାପୁର: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଫତେଗଡ ଥାନା ଅନ୍ତର୍ଗତ ଭାପୁର ନିକଟସ୍ଥ ଏକ ଢାବାରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛନ୍ତି । ମହାମାରୀ କରୋନାର ଦ୍ବିତୀୟ ଲହର ବୃଦ୍ଧି ପାଉଥିବାରୁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ଏହାର ସୁଯୋଗ ନେଇ ଗାଁ’ ଗହଳି ସବୁଠି ଅସାଧୁ ଚୋରା ମଦବେପାରୀ ମାନେ ଗାଁ ଗହଳିରେ ଚଢ଼ା ଦରରେ ମଦ ବେପାର କରୁଛନ୍ତି । ସୋମବାର ଦିନ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ, ଏଏସଆଇ ନିରଞ୍ଜନ ବେହେରା, କନେଷ୍ଟବଳ ଥିବିର ପଟ୍ଟନାୟକ ସୁମିତ୍ରା ସାମଲ ,ରଞ୍ଜନ ପାତ୍ର ଭାପୁର ବ୍ଲକ ହରିକୋଟି ରାସ୍ତାରେ ଥିବା ଏକ ଢାବାରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ବିପୁଳ ପରିମାଣର ବିଦେଶୀ ମଦ ଜବତ…

Read More

ଜଙ୍ଗଲ ଲୁଟେରା ସନ୍ତୋଷକୁ ଗିରଫ କଲା ଦଶପଲ୍ଲା ବନବିଭାଗ

ଦଶପଲ୍ଲା: ବିଭିନ୍ନ ସମୟରେ ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ ଲୁଟ କରି କେବେବି ଧରା ପଡୁନଥିବା କାଠ ମାଫିଆ ସନ୍ତୋଷକୁ ବନ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ଅନେକ ସମୟରେ ବନ କର୍ମଚାରୀମାନେ କାଠ ଜବତ୍ କରୁଥିଲେ ମଧ୍ୟ ଲୁଟେରା କୌଣସି ମତେ ସମସ୍ତଙ୍କ ଆଖିରେ ଧୂଳି ପକେଇ ଖସି ଯାଉଥିଲା । ତା’କୁ ଗିରଫ କରାଯାଇ ନ ପାରିବାରୁ ସେ ଅନ୍ୟାୟାସରେ ପୁଣି ତା’ କାମ କରି ଆସୁଥିଲା। ନୟାଗଡ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜଙ୍କ ନିର୍ଦ୍ଦେଶରେ ସେ ଲୁଚି ଥିବା ଦଶପଲ୍ଲା ଖଣ୍ଡପଡା ଗ୍ରାମରୁ ସନ୍ତୋଷ ସେଠୀକୁ ଗିରଫ କରାଯାଇଛି । ବନାଞ୍ଚଳ ଅଧିକାରୀ ଅଖିଳେଶ ମଲ୍ଲିକଙ୍କ ସୂଚନା ଅନୁଯାୟୀ ସନ୍ତୋଷକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ବେଳେ ସେ ଖସି ଯାଉଥିଲା । ସନ୍ତୋଷ ଗିରଫ ହେବାପରେ…

Read More

କୋଟଗଡ଼ ଘାଟିରେ ବନ୍ଧୁକ ଦେଖାଇ ଲୁଟ

ରଣପୁର: ରଣପୁର ଥାନା ଅନ୍ତର୍ଗତ କୋଟଗଡ଼ ଘାଟିରେ ଦମ୍ପତ୍ତିଙ୍କୁ ୩ଜଣ ଡ଼କାୟତ ଗୋଟିଏ ମୋଟର ସାଇକେଲରେ ଆସି ବନ୍ଧୁକ ଦେଖାଇ ୯ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ଚମ୍ପାଇଲୋ ସାନବଡ଼ ଗ୍ରାମର ସୁରେଶ ଜେନା ଓ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକରେ ରାଜସୁନାଖଳା ଦେଇ ରଣପୁର ଯାଉଥିଲେ । ସକାଳର ରାସ୍ତା ପ୍ରାୟ ଶୂନସାନ ଥିବାରୁ ଏଇ ସୁଯୋଗ ନେଇ ଗୋଟିଏ ବାଇକରେ ୩ଜଣ ଡକାୟତ ପିଛା କରିଥିଲେ । ପିଛା କରି କୋଟଗଡ଼ ଘାଟି ଠାରେ ନିଛାଟିଆ ରାସ୍ତାରେ ଦମ୍ପତ୍ତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ଦମ୍ପତ୍ତିଙ୍କ ପାଖରେ ଥିବା ୯ହଜାର ଟଙ୍କା ଓ ମାମିନାଙ୍କ ପାଖରେ ଥିବା ଦେଢ ଭରିର ଏକ ଚେନ୍ ଓ ମୋବାଇଲ ଛଡାଇ…

Read More

ନଳକୂପ ଅଚଳ; ମିଳୁନି ପାନୀୟଜଳ

ଗଣିଆ: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନ ଜୀବନ ଅସ୍ତବ୍ୟସ୍ତ କରି ପକାଉଛି । ଦିନ ୯ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଛି। ଅସହ୍ୟ ତାତି ସାଙ୍ଗକୁ ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି। କରୋନା କଷ୍ଟ ସାଙ୍ଗକୁ ଜଳକଷ୍ଟ ଆହୁରି ଯନ୍ତ୍ରଣା ଦେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ମାଉସୀମା ମନ୍ଦିର ସାହିରେ। ସେଠାରେ ପ୍ରାୟ ୧୦ଟି ପରିବାରର ୪୦ରୁ ଅଧିକ ଲୋକ ବାସ କରନ୍ତି । ବର୍ଷ ସାରା ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗାଁକୁ ପାଇପ ଯୋଗେ ଜଳଯୋଗାଣ ହୋଇ ପାରି ନଥିବା ବେଳେ ଭରସା ଗୋଟିଏ ମାତ୍ର ନଳକୂପ ଉପରେ। ଦୀର୍ଘ ଦିନ ହେବ ଉକ୍ତ ନଳକୂପରୁ ପାଣି ବାହାରୁ ନାହିଁ । ଲୋକେ ବଜାରରେ ଥିବା…

Read More

ବିଗିଡିବାରେ ଲାଗିଛି ଦଶପଲ୍ଲା ବ୍ଲକର ଗ୍ରାମାଞ୍ଚଳ ସ୍ଥିତି

ଦଶପଲ୍ଲା: ଦଶପଲ୍ଲା ଏନଏସି ଅପେକ୍ଷା ବ୍ଲକର ବିଭିନ୍ନ ପଞ୍ଚାଯତ ସ୍ଥିତି ବିଗିଡ଼ିବାରେ ଲାଗିଛି। ଗାଁ’ ଗାଁ’ରେ ଭୋଜିଭାତର ଆସର ଜମିବା ସହ ତାସ୍ ଖେଳ ଏବଂ ଖଟି ହେଉଛି। ବାହାରକୁ କାମ କରି ଯାଇଥିବା ଶ୍ରମିକମାନେ ବିଭିନ୍ନ ଗ୍ରାମକୁ ଫେରିଥିବା ବେଳେ ଗାଁ’ ଗାଁ’ରେ ଥଣ୍ଡା, କାଶ ଓ ଜ୍ବର ବ୍ୟାପିବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକ କରୋନା ଆକ୍ରାନ୍ତ ମଧ୍ୟ ହେଲେଣି। କିଛି ଆକ୍ରାନ୍ତଙ୍କ ରହିବା ପାଇଁ ଉପଯୁକ୍ତ ସୁବିଧା ନଥିବା ହେତୁ ଖୋଲାଖୋଲି ବାହାରେ ବୁଲାବୁଲି କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏହାର କୌଣସି ବି ତଦନ୍ତ କରାଯାଉନଥିବା ଅଭିଯୋଗ ହେଉଛି। ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଡିହଗାଁ ପଞ୍ଚାଯତଠାରେ ପ୍ରାୟ ୧୫ ଦିନ ହେବ ୩୦ ଶଯ୍ୟା ବିଶିଷ୍ଠ ଟିଏମସି ବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିବା ବେଳେ ଏହାକୁ…

Read More

ଗ୍ରାମ୍ୟ ଜଙ୍ଗଲକୁ ନେଇ ତିନି ଗାଁ ମୁହାଁମୁହିଁ

ଦଶପଲ୍ଲା: ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ଅନ୍ତର୍ଗତ ତିନି ଗୋଟି ଗ୍ରାମବାସୀକଂର କିଛିଦିନ ହେବ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ନେଇ ତିନିଗ୍ରାମର  ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି।  ସୂଚନା ଅନୁସାରେ ଗତ ୨୦୧୫ ମସିହାରେ ଗ୍ରାମ୍ୟ ଜଙ୍ଗଲ ପାଇଁ ଦଶପଲ୍ଲା ରେଞ୍ଜ ବାଣୀଗୋଛା ବନାଞ୍ଚଳ ଅଧିନରେ ଥିବା ବ୍ରାହ୍ମଣୀଦେଇ ଓ ରୁଗୁମା ପାହାଡ଼କୁ ବାଣୀବିରି ଓ ଜାନୀପଦର ଦୁଇଗ୍ରାମ ଏକ ଜଙ୍ଗଲ ସୁରକ୍ଷା କମିଟି ଗଠନ କରି ଦୀର୍ଘ ଦିନ ହେବ ସୁରକ୍ଷା ଦେଇଆସୁଛନ୍ତି। ଆଜି ସକାଳୁ ଗୁରୁହା ଗ୍ରାମର ଏକାଧିକ ମହିଳା ଓ ପୁରୁଷ ଉକ୍ତ ଜଙ୍ଗଲକୁ ଟାଙ୍ଗିଆ କଟୁରି ସାଙ୍ଗରେ ନେଇ ପସିଥିଲେ। ତିନି ଗୋଟି ଗ୍ରାମ ମଧ୍ୟରେ ଗ୍ରାମ୍ୟଜଙ୍ଗଲକୁ ନେଇ ଉଭୟ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ହେବାସହ ଉତ୍ତେଜନା ଦେଖାଦେଇଥିଲା। ପୁଣିଥରେ ୨୦୧୬ ମସିହାରେ ଗ୍ରାମ୍ୟଜଙ୍ଗଲ…

Read More

ବିଶିଷ୍ଟ ସମାଜସେବୀ ଶଶୀଭୂଷଣ ଆଚାରୀଙ୍କ ହୃଦଘାତରେ ପରଲୋକ

ଓଡ଼ଗାଁ: ଓଡ଼ଗାଁ ଅଞ୍ଚଳର ଉତ୍ସର୍ଗୀକୃତ ସମାଜସେବୀ ଶ୍ରୀଯୁକ୍ତ ଶଶୀଭୂଷଣ ଆଚାରୀଙ୍କ ପରଲୋକ। ଆର୍ଯ୍ୟ ଦୀକ୍ଷାରେ ଦୀକ୍ଷିତ ଏହି ମହାମାନବ ପଥରା ଠାରେ ଏକ ବୃଦ୍ଧାଶ୍ରମ ନିର୍ମାଣ କରିଛନ୍ତି। ତାଙ୍କର ମୃତ୍ୟୁରେ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଶ୍ରୀଯୁକ୍ତ ଆଚାରୀ ବିଗତ ଦିନରେ ନିଜର ଅଙ୍ଗଦାନ କରିବା ପାଇଁ ଚୁକ୍ତିବଦ୍ଧ ହୋଇ ନିଜ ପରୋପକାରୀ ପଣିଆର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ସେ ଏକାଧାରରେ ସମାଜ ସଂସ୍କାରକ, ସାମାଜିକ କର୍ମୀ, ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ସମଗ୍ର ଓଡ଼ଗାଁ ଅଞ୍ଚଳରେ ଖୁବ ଜଣାଶୁଣା ଥିଲେ। ବିଭିନ୍ନ ଗଠନମୂଳକ ସ୍ବେଛାସେବୀ କାର୍ଯ୍ୟରେ ନିଜକୁ ସଂଶ୍ଲିଷ୍ଟ କରି ସେ ଯେଉଁ ପଦଚିହ୍ନ ଛାଡି ଯାଇଛନ୍ତି ଜନମାନସରେ ସେ ସଦାସର୍ବଦା ଚିର ଅମର ହୋଇ ରହିବେ। ଏହି ଦୁଃସମୟରେ ଭଗବାନ ତାଙ୍କ ପରିବାର ଲୋକଙ୍କୁ ଅମାପ ଧୌର୍ଯ୍ୟ ଓ ସହନଶୀଳତା…

Read More