ହରିଶ ପ୍ରଧାନଙ୍କ ଓଡିଆ ଭଜନ ‘ଦୁନିଆଟା ବିଷ ଗଛଲୋ ସଜନୀ’

ନୟାଗଡ଼ରୁ ୨୦୦୨ମସିହାରେ ରେକର୍ଡ଼ିଂ ହୋଇଥିବା “ଦୁନିଆଟା ବିଷ ଗଛ ଲୋ ସଜନୀ” ଗୀତଟିକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ନୟାଗଡ଼ ଗୌରବ ଉପାଧିରେ ଭୂଷିତ ଗୀତିକାର ଗୀତିକଳ୍ପ ହରିଶ ପ୍ରଧାନ ରଚନା କରିଥିବା ବେଳେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ବିଭୁ କିଶୋର କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିନୁ ସୁନା।

Read More

୯୪ଏକର ଜମିର କିସମ ବଦଳାଇ ତହସିଲଦାର ନିଲମ୍ବିତ

ନୂଆଗାଁ: (ନୟାଗଡ ଦର୍ପଣ) ନୂଆଗାଁର ପୂର୍ବତନ ତହସିଲଦାର ଶରତ କୁମାର ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତହସିଲଦାର ଶ୍ରୀ ମଲ୍ଲିକ୍ ନୟାଗଡ଼ ଜିଲ୍ଲା ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସୁଚନାନୁସାରେ, ନୂଆଗାଁ ତହସିଲ ଅଞ୍ଚଳରେ ମେସର୍ସ ଗୁପ୍ତା ପାୱାର ଇନଫ୍ରାଷ୍ଟକଚରକୁ ଅନୁକମ୍ପା ଦେଖାଇ ଚଳିତ ବର୍ଷ ଜାନୁଆରୀ ମାସରେ ୯୪ ଏକର ଚାଷ ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ କରିଥିଲେ । ସବୁତକ କିସମ ଜମିର ଗୋଟିଏ ମକଦ୍ଦମାରେ ପରିବର୍ତ୍ତନ କରିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ଅଭିଯୋଗ କରିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା । ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ତଥ୍ୟ ଅନୁଯାୟୀ ନୂଆଗାଁର ଉକ୍ତ ଅଞ୍ଚଳରେ…

Read More

ତୁମେ ଧରମ ଦଣ୍ଡଧାରୀ ମୁଁ ଧରମଦାଣ୍ଡର ଦୋଷୀ

ନୟାଗଡ଼ରୁ ୨୦୦୨ମସିହାରେ ରେକର୍ଡ଼ିଂ ହୋଇଥିବା “ତୁମେ ଧରମ ଦଣ୍ଡଧାରୀ” ଗୀତଟିକୁ ଗୀତିକଳ୍ପ ହରିଶ ପ୍ରଧାନ ରଚନା କରିଥିବା ବେଳେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଶିବ ରଥ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିନୁ ସୁନା।

Read More

କେନ୍ଦେରା, କରୋନା ଓ ବେତାଳ କଥା

ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଲିଖିତ ‘କେନ୍ଦେରା, କରୋନା ଓ ବେତାଳ କଥା’ ମୃତ୍ୟୁ-ଧ୍ୱନିର ବି ଗୋଟେ ଧୂନ୍ ଥାଏଯେମିତି ଆତଙ୍କରେ ଶିହରଣ ।ନିଜ ତାନ ରେ ନିଜେ ତଲ୍ଲୀନ ହୋଇଯିବା ବୋଧେସର୍ବଶ୍ରେଷ୍ଠ ବିକଳ୍ପ –ବିଭିଷିକାର ଘୋ ଘୋ ଗର୍ଜନକୁ ମାତ୍ ଦେବାପାଇଁ।କବିତା ଉନ୍ମୁକ୍ତ ହୁଏ… ସଂଗୀତ ବିସ୍ତରୀ ଯାଏ….ଚରିତ୍ରମାନେ ସଜିଲ୍ ହୋଇ ବାହାରିଆସନ୍ତି କ୍ୟାନଭାସରୁକେଜାଣି ଅଲବିଦା କହିବାକୁ କିପଦ୍ମ ପତରେ ଠୋପେ ପାଣି ହୋଇଯିବାକୁ !କାନ୍ଧରୁ ବେତାଳ ନ ଉଡ଼ିବା ଯାଏଁ – ଶାନ୍ତି କାହିଁ ?ଉଡିଗଲେ ବା – ଆଶ୍ୱ।ସନା କାହିଁ ??ମାଟି ଗାଉନାହିଁ ଆବାହନୀ ମନ୍ତ୍ରପବନରେ ନାହିଁ ଅମୃତ ଆହ୍ୱାନପରସ୍ତ ପରସ୍ତ ବିଭତ୍ସ ଅଂଧାର ଢାଳିଯାଇଛି ଆକାଶରେ।ଛାତି ଭିତରେ ରହିରହି ଶୁଣାଯାଉଛି ଖାଲି –ଆସିଛି ଏକା ..ଯିବି ମୁଁ ଏକା…….;ବିଶୁନୁ ଯୋଗୀର ଲାଉତୁମ୍ବା ଲଟକିଛି ମାଟି କାନ୍ଥ ପିଠିରେକିବା କଳାକାରଟେ ଯେଶ୍ରଦ୍ଧାଞ୍ଜଳିରେ ଭରିଯାଇଥାନ୍ତା ଫେସବୁକ,…

Read More

ଛିନ୍ନ ସମ୍ପର୍କ

ବରିଷ୍ଠ ସ୍ତମ୍ଭାକାର ତଥା କବି ଦିଲ୍ଲୀପ କୁମାର ସାହାଣୀଙ୍କ ‘ଛିନ୍ନ ସମ୍ପର୍କ’             ପନ୍ଦର ଦିନ ହେଲାଣି ସମ୍ପର୍କ ଆଉ ନାହିଁ । ଏତେ ସହଜରେ ସମ୍ପର୍କଟା ଛିନ୍ନ କରିବ ବୋଲି ସେ କେବେ ସ୍ବପ୍ନରେ  ସୁଦ୍ଧା ଭାବି ନଥିଲା । ସମ୍ପର୍କ କେବେ କାହା ସହିତ କେମିତି ଗଢି ହୁଏ ଯେମିତି କହିହୁଏ ନାହିଁ ସେମିତି ସମ୍ପର୍କ କେବେ କାହାଠାରୁ କେମିତି କେତେବେଳେ ଛିନ୍ନହେବ କହିବା ସମ୍ଭବ ନାହିଁ। ଏହା ଭାବିବା ବେଳେ ଛାତି ଭିତରେ କେଉଁଠି ଅସମ୍ଭବ ଭାବେ ଯନ୍ତ୍ରଣା ହେଉଛି ଠିକ୍ସେ ଜାଣି ପାରୁ ନଥିଲା ଦିବ୍ୟଶଙ୍କର ।            ସେ ଟିକିଏ ଆରାମ ପାଇବା ପାଇଁ ବାଲକୋନି ଉପରକୁ ଆସିଲା। ମୁଣ୍ଡ ଉପରେ ଖୋଲା ଆକାଶ ଛାତିରେ  ମଲ୍ଲୀ ଫୁଲପରି ତାରାମାନେ ହସୁଥିଲେ । ତା’କୁ ଖୁବ ଖୁସି ଲାଗିଲା  । ଏଇଠି କିଛି ମୁହୂର୍ତ୍ତ ବସିଗଲେ…

Read More

ମହାମାରୀରେ ପିଲାଙ୍କୁ ଏକାଠି କରି ପଢାଇବା ମହଙ୍ଗା ପଡିଲା ଶିକ୍ଷକଙ୍କୁ, ସାବାଡ଼ କଲା ଚାନ୍ଦପୁର ପୋଲିସ, ୧୦ ହଜାର ଜୋରିମାନା

ରଣପୁର: (ନୟାଗଡ ଦର୍ପଣ) ସାରା ଦେଶରେ କୋରୋନା ମହାମାରୀ ଯୋଗୁଁ ଅନେକଙ୍କ ଜୀବନ ଦୀପ ଲିଭିଯାଉଛି l ମହାମାରୀର ଭୟାଭହତା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି l ମାତ୍ର ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ ମଦର ଷ୍ଟାର ଟ୍ୟୁଟୋରିଆଲରେ ଦୁଇଜଣ ଶିକ୍ଷକ ଏହାକୁ ବେଖାତିର କରିଥିବା ଦେଖିବାକୁ ମିଳିଛି l ଶିକ୍ଷକ ହୋଇ ପିଲାଙ୍କ ଭବିଷ୍ୟତକୁ ବାଜିରେ ଲଗାଇଛନ୍ତି l ଏକାଠି କରି ପିଲାଙ୍କୁ ପଢାଉଥିଲେ l ଥରେ ଚିନ୍ତା କଲେନି କୌଣସି ଛାତ୍ରଛାତ୍ରୀଙ୍କୁ ସଂକ୍ରମଣ ହେଲେ କେତେ ଭୟଙ୍କର ହୋଇପାରେ ପରିଣାମ l ମହାମାରୀ ସମୟରେ ଚଳାଉଥିଲେ କୋଚିଂ l ପିଲାମାନଙ୍କୁ ପାଠ ପଢାଉଥିଲେ l ନାଁ ଥିଲା ସାମାଜିକ ଦୂରତା, ନାଁ ମୁହଁରେ ମାସ୍କ l ଖବର ପାଇ ଚାନ୍ଦପୁର ଥାନା ଅଧିକାରୀ…

Read More

ରଣପୁର ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ, ମଦ ସହ ଦୁଇ ମହିଳା ଗିରଫ

ରଣପୁର: ରଣପୁର ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା। ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ସାମଗ୍ରୀ ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ବିଭାଗର ଅତିରିକ୍ତ ସବ୍ ଇନ୍ସସ୍ପେକଟର ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ବ୍ଲକର ବିଭିନ୍ନ ସ୍ଥାନ ଯଥା ମୟୁରଝୁଲିଆ, ସୁରୁକାବାଡି ଓ ପଟିଆରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିବା ସହିତ ଦୁଇଜଣ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Read More

ଗାଁ’କୁ ବିଶୋଧନ କରିବା ସହ ମଇଳା ଆବର୍ଜନା ସଫାକଲେ ଯୁବଗୋଷ୍ଠୀ

ଓଡ଼ଗାଁ: ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ଲଣ୍ଡାବାଦୁ ଗାଁର ଯୁବଗୋଷ୍ଠୀ ଗାଁର ସମସ୍ତ ସ୍ଥାନଗୁଡିକୁ ପରିଷ୍କାର କରିଛନ୍ତି । ଗାଁରେ ଥିବା ନଳକୂପ, ପୋଖରୀ, ଡ୍ରେନ, କୋଠାଘର ଓ ସ୍କୁଲସାମ୍ନା ଅପରିଷ୍କାର ହୋଇ ପଡିରହିଥିବା ବେଳେ ଯୁବଗୋଷ୍ଠୀ ମିଳିତ ହୋଇ ଏହିସବୁ ସ୍ଥାନଗୁଡିକୁ ସଫାକରିବା ସହିତ ଫିନାଇଲ ବିଲ୍ଲୀଚିଂ ପକାଇ ବିଶୋଧନ କରିଛନ୍ତି । ନିଜେ ପରିଷ୍କାର ରହିବା ସହିତ ସଫେଇ ହୋଇଥିବା ସ୍ଥାନଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି। ତା’ସହିତ ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୁରତା ରକ୍ଷା କରି ଚଳପ୍ରଚଳ କରିବା ପାଇଁ କୁହାଯାଇଛି । ତେବେ ଏହି ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ତରଫରୁ ବିଶୋଧନ କରାନଯିବାରୁ ଯୁବଗୋଷ୍ଠୀ ଏକାଠି ହୋଇ ଏଭଳି ପ୍ରଶଂସନୀୟ କାର୍ଯ୍ୟ କରିଥିବା ସ୍ଥାନୀୟ ସମାଜସେବୀ…

Read More

ନୟାଗଡ଼ ଜିଲ୍ଲାର ପ୍ରଥମ ଛାପାକଳ ପ୍ରତିଷ୍ଠାତା ରଘୁନାଥ ମିଶ୍ରଙ୍କ ପରଲୋକ

ନୟାଗଡ଼: ନୟାଗଡ଼ ଜିଲ୍ଲାର ପ୍ରଥମ ଛାପାକଳ ପ୍ରତିଷ୍ଠାତା ରଘୁନାଥ ମିଶ୍ର(୮୮)ଙ୍କ କରୋନା ଚିକିତ୍ସାଧିନ ସମୟରେ ପରଲୋକ ଘଟିଛି। ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ସୂଚନା ଯୋଗ୍ୟଯେ ଗତ ୬୦ ଦଶକରେ ନୟାଗଡ଼ ସହରରେ ପ୍ରଥମ ଛାପାକଳ ‘ରଘୁନାଥ ପ୍ରେସ’ ସ୍ଥାପନ କରି ବିଭିନ୍ନ ପୁସ୍ତିକା,ମାଗାଜିନ ତଥା ସରକାରୀ ନଥିପତ୍ର ଆଦି ଛାପୁଥିଲେ। ପରବର୍ତ୍ତି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଜଗନ୍ନାଥ ପ୍ରେସ ସ୍ଥାପନ କରି ବର୍ତ୍ତମାନ ପର୍ଯ୍ୟନ୍ତ ଛାପାକାର୍ଯ୍ୟ ଚାଲୁ ରଖିଥିଲେ। କୋଭିଡ ଗାଇଡଲାଇନ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ଚାନ୍ଦପୁରଠାରେ କରାଯାଇଥିବା ବେଳେ ମଧ୍ୟମ ପୁତ୍ର ଅଜିତ କୁମାର ମିଶ୍ର ମୁଖାଗ୍ନି ଦେଇଥିଲେ। ତାଙ୍କର ମୃତ୍ୟୁରେ ନୟାଗଡ଼ ବଣିକସଂଘ, ଉପର ବଜାରଛକ…

Read More