ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଲିଖିତ ‘କେନ୍ଦେରା, କରୋନା ଓ ବେତାଳ କଥା’
ମୃତ୍ୟୁ-ଧ୍ୱନିର ବି ଗୋଟେ ଧୂନ୍ ଥାଏ
ଯେମିତି ଆତଙ୍କରେ ଶିହରଣ ।
ନିଜ ତାନ ରେ ନିଜେ ତଲ୍ଲୀନ ହୋଇଯିବା ବୋଧେ
ସର୍ବଶ୍ରେଷ୍ଠ ବିକଳ୍ପ –
ବିଭିଷିକାର ଘୋ ଘୋ ଗର୍ଜନକୁ ମାତ୍ ଦେବାପାଇଁ।
କବିତା ଉନ୍ମୁକ୍ତ ହୁଏ… ସଂଗୀତ ବିସ୍ତରୀ ଯାଏ….
ଚରିତ୍ରମାନେ ସଜିଲ୍ ହୋଇ ବାହାରିଆସନ୍ତି କ୍ୟାନଭାସରୁ
କେଜାଣି ଅଲବିଦା କହିବାକୁ କି
ପଦ୍ମ ପତରେ ଠୋପେ ପାଣି ହୋଇଯିବାକୁ !
କାନ୍ଧରୁ ବେତାଳ ନ ଉଡ଼ିବା ଯାଏଁ – ଶାନ୍ତି କାହିଁ ?
ଉଡିଗଲେ ବା – ଆଶ୍ୱ।ସନା କାହିଁ ??
ମାଟି ଗାଉନାହିଁ ଆବାହନୀ ମନ୍ତ୍ର
ପବନରେ ନାହିଁ ଅମୃତ ଆହ୍ୱାନ
ପରସ୍ତ ପରସ୍ତ ବିଭତ୍ସ ଅଂଧାର ଢାଳିଯାଇଛି ଆକାଶରେ।
ଛାତି ଭିତରେ ରହିରହି ଶୁଣାଯାଉଛି ଖାଲି –
ଆସିଛି ଏକା ..ଯିବି ମୁଁ ଏକା…….;
ବିଶୁନୁ ଯୋଗୀର ଲାଉତୁମ୍ବା ଲଟକିଛି ମାଟି କାନ୍ଥ ପିଠିରେ
କିବା କଳାକାରଟେ ଯେ
ଶ୍ରଦ୍ଧାଞ୍ଜଳିରେ ଭରିଯାଇଥାନ୍ତା ଫେସବୁକ, ହ୍ୱ।ଟସଆପ୍ !
ଅଦୃଶ୍ୟ-ଦୃଶ୍ୟ ଡେଣା ଝାଡୁଛି
ପାଣିରେ,ପବନରେ,ଘରେ,ବାହାରେ,ତମାମ୍ ଆୟୁଷରେ
ସୃଷ୍ଟି ଓ ଧ୍ୱଂସ ଭିତରେ ଟିକେ ନିଃଶ୍ୱାସ, ମହାର୍ଘ ।
ଅବିଶ୍ୱାସର ଶହ ଶହ ଗୁଡ଼ି ଆକାଶରେ –
ଉଡୁଛନ୍ତି, ସଂପର୍କର ମିଛ ପବନରେ।
ହୋ-ହଲ୍ଲା,ଆରୋପ-ପ୍ରତ୍ୟାରୋପ,ସନ୍ଦେହ-ବିଶ୍ୱ।ସ, ସତ୍ୟ-ମିଥ୍ୟାଙ୍କ
ସାଂଘାତିକ ଚିତ୍କାର ଭିତରେ
ଖୁବ୍ ଧୀରେ ଧୀରେ ସ୍ୱର ତୋଳୁଛି
ନୀରବତାର ରାଗିଣୀ …… !
ଶୁଣି ପାରୁଛ କି ?????????
ନାଟ୍ଯକାର, ଅନୁବାଦକ, କବି ତଥା ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ନୟାଗଡ଼, ମୋ- ୭୯୭୮୨୩୩୦୨୦