ଶରଣକୁଳ, (ନୟାଗଡ଼ ଦର୍ପଣ): ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ବରିଷ୍ଠତା ଭିତିରେ ପଦୋନ୍ନତି ଦିଆଯାଇଥିବା ବେଳେ ନାରାୟଣ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ରଙ୍କୁ ରାବରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ମିଳିଛି। ଗୁରୁବାର ଶ୍ରୀ ମିଶ୍ର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ସାହୁଙ୍କୁ ନିଜର ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ଶ୍ରୀ ମିଶ୍ର ଗୋଦାବରୀଶ ବିଦ୍ୟାପୀଠ ବାଣପୁରରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିବା ପରେ ୨୦୦୬ ମସିହାରେ ନାରାୟଣ ଉଚ୍ଚ ବିଦ୍ୟାଳୟ ଶରଣକୁଳରେ ଯୋଗ ଦେଇଥିଲେ। ଏଠାରେ ଦୀର୍ଘ ୨୦ ବର୍ଷ ରହଣି ମଧ୍ୟରେ ବିଦ୍ୟାଳୟର ଶୃଙ୍ଖଳା ଓ…
Read MoreDay: June 4, 2026
“ଫଗୁରେ ଫଗୁରେ ଫାଲଗୁନି” ପୁସ୍ତକ ଉନ୍ମୋଚନ ଉତ୍ସବ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଜଗାପୁର ବନଦୁର୍ଗା ମନ୍ଦିର ପ୍ରାଙ୍ଗଣ ତଥା ଏକ ମନୋଜ୍ଞ ପରିବେଶରେ ବିଶିଷ୍ଟ ସାହିତ୍ୟିକ କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ନୂତନ ଉପନ୍ୟାସ “ଫଗୁରେ ଫଗୁରେ ଫାଲଗୁନି” ଲୋକାର୍ପିତ ହୋଇଯାଇଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ସାହିତ୍ୟପ୍ରେମୀଙ୍କ ଉପସ୍ଥିତି ଉତ୍ସବର ଗୁରୁତ୍ୱକୁ ବୃଦ୍ଧି କରିଥିଲା। ଉତ୍ସବର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଅତିଥିମାନଙ୍କୁ ପୁଷ୍ପ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହିତ ପୁସ୍ତକର ପ୍ରକାଶନ ସଂସ୍ଥା ରଞ୍ଜୁବାଳା ପ୍ରକାଶନୀ ପକ୍ଷରୁ ପ୍ରକାଶକ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେବାପରେ ଅତିଥିମାନଙ୍କ ଦ୍ୱାରା ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପୁସ୍ତକଟିକୁ ସୁନ୍ଦର ଭାବରେ ସମୀକ୍ଷା ପୂର୍ବକ ଉପସ୍ଥାପନ କରିଥିଲେ ସମୀକ୍ଷକ ପ୍ରଫେସର ଡ଼ ଆଶୁତୋଷ ମିଶ୍ର । ଡ.ମିଶ୍ରଙ୍କ ଉପସ୍ଥାପନା…
Read Moreସବ୍-ରେଜିଷ୍ଟ୍ରାର ଅଫିସରେ ଲାଗିବ ଜମି ଦଲାଲଙ୍କ ଫଟୋ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ସମସ୍ତ ସବ୍-ରେଜିଷ୍ଟ୍ରାର ଅଫିସରେ ଜମି ଦଲାଲଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି। ଏଣିକି ନୟାଗଡ଼ ଜିଲ୍ଲା ସମେତ ସବୁ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚିହ୍ନଟ ହୋଇଥିବା ଜମି ଦଲାଲଙ୍କ ଫଟୋ ପ୍ରଦର୍ଶନ କରାଯିବ। ଏହି ସୂଚନା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଜମି ପଞ୍ଜୀକରଣ କାର୍ଯ୍ୟରେ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଓ ଅବୈଧ ଭାବେ ଟଙ୍କା ଆଦାୟ କରୁଥିବା ଦଲାଲମାନଙ୍କ ଉପରେ କଡ଼ା ନଜର ରଖାଯିବ। ସେମାନଙ୍କ ଫଟୋ କାର୍ଯ୍ୟାଳୟ ପରିସରରେ ଲଗାଯିବା ଫଳରେ ଲୋକମାନେ ସତର୍କ ରହିପାରିବେ ଏବଂ ଦଲାଲଙ୍କ ଠକେଇରୁ ବଞ୍ଚିପାରିବେ। ସରକାରଙ୍କ ଲକ୍ଷ୍ୟ ହେଉଛି ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ଦୁର୍ନୀତିମୁକ୍ତ କରିବା। ଏଥିପାଇଁ ସବ୍-ରେଜିଷ୍ଟ୍ରାର ଅଫିସଗୁଡ଼ିକରେ ସଚେତନତା…
Read More