ଶରଣକୁଳ, (ନୟାଗଡ଼ ଦର୍ପଣ): ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ବରିଷ୍ଠତା ଭିତିରେ ପଦୋନ୍ନତି ଦିଆଯାଇଥିବା ବେଳେ ନାରାୟଣ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ରଙ୍କୁ ରାବରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ମିଳିଛି। ଗୁରୁବାର ଶ୍ରୀ ମିଶ୍ର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ସାହୁଙ୍କୁ ନିଜର ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ଶ୍ରୀ ମିଶ୍ର ଗୋଦାବରୀଶ ବିଦ୍ୟାପୀଠ ବାଣପୁରରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିବା ପରେ ୨୦୦୬ ମସିହାରେ ନାରାୟଣ ଉଚ୍ଚ ବିଦ୍ୟାଳୟ ଶରଣକୁଳରେ ଯୋଗ ଦେଇଥିଲେ। ଏଠାରେ ଦୀର୍ଘ ୨୦ ବର୍ଷ ରହଣି ମଧ୍ୟରେ ବିଦ୍ୟାଳୟର ଶୃଙ୍ଖଳା ଓ ମେଧାବୀ ଛାତ୍ରଛାତ୍ରୀ ଗଠନରେ ନିଜକୁ ନିୟୋଜିତ କରି ସଫଳ ହୋଇପାରିଛନ୍ତି। ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ସାହୁ, ସସ୍ମିତା ସାହୁ, ପ୍ରତିଭା ମଞ୍ଜରୀ ସ୍ୱାଇଁ,ଶିକ୍ଷକ ପ୍ରଶାନ୍ତ କୁମାର ଦାଶ, ଚନ୍ଦନ ମଲିକ,ବିକାଶ କୁମାର ନାୟକ, ଦାମୋଦର ସାହୁ, ରଞ୍ଜନ କୁମାର ପୃଷ୍ଟି, ଗୌରାଙ୍ଗ ସାହୁ, ସୁକାନ୍ତି ସାହୁ,ଅନୁଭା ମିଶ୍ର ପ୍ରମୁଖ ଉପସ୍ଥିତ ହୋଇ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
