ନୟାଗଡ଼/ଗଣିଆ,(ନୟାଗଡ଼ ଦର୍ପଣ):- ଉକୃଷ୍ଟମାନର ଆମ୍ବ ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ଜଣେ ସଫଳ ଆମ୍ବ ଚାଷୀ ଭାବେ ଆଦିବାସୀ ଅଧ୍ୟୁଷିତ ବଡ଼ଶିଲିଙ୍ଗା ଗ୍ରାମପଞ୍ଚାୟତ ପୁରୁଣାପାଣି ଗ୍ରାମର ଦିବ୍ୟାଙ୍ଗ ଶଙ୍କର ଜାନୀ ଉକୃଷ୍ଟ ଅବଦାନ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ବିକାଶ ବ୍ୟାଙ୍କ(ନାବାର୍ଡ଼)ର ୪୦ତମ ପ୍ରତିଷ୍ଠା ଦିବସରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ପରିସରରେ ଶଙ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟପାଳ ପ୍ରଫେସର ଡଃ.ଗଣେଶୀ ଲାଲ ଶଙ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ସହ ଶଙ୍କର ଦିବ୍ୟାଙ୍ଗ ହୋଇ ବି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବାରୁ ରାଜ୍ୟପାଳ ବେଶ୍ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ନାବାର୍ଡ଼ ଡିଜିଏମ୍ ଜୟନ୍ତ ସାହୁ ଓ ଜିୟୁସିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଉପସ୍ଥିତ…
Read MoreYear: 2021
ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ସେବା ଉତ୍ସବର ସେବା
ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ତରଫରୁ ୧୦ ଦିନବ୍ୟାପି ଆରମ୍ଭ ହୋଇଯାଇଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧, ଆଜି ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ସେବା ଉତ୍ସବର କର୍ମକର୍ତାମାନେ ରାଜସୁନାଖଳା, ରଣପୁର, କୋଟଗଡ଼, ନୂଆଗାଁ ଆଦି ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର ଓ ସମିତି ଉପାଧ୍ୟକ୍ଷ ଚିତ୍ତ ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି, ସ୍ବେଛାସେବୀ ଲିପନ କୁମାର ସାହୁ, ଶ୍ରୀନିବାସ ବେହେରା, ସ୍ବେଛାସେବୀ ସତ୍ୟ ନାରାୟଣ ବାରିକ ପ୍ରମୁଖ ସାମିଲ ହୋଇ ଗରିବ ଅସହାୟମାନଙ୍କୁ ବସ୍ତ୍ର ଓ ରାସନ ବାଣ୍ଟିବାରେ ସହଯୋଗ କରିଥିଲେ। ଏଥିସହିତ ରାଜସୁନାଖଳା ମହୋତ୍ସବ…
Read More୨୬ରେ ଖୋଲିବ ସ୍କୁଲ
ନୟାଗଡ଼,(ନୟାଗଡ଼ ଦର୍ପଣ ବ୍ୟୁରୋ):- ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ସ୍କୁଲ ଓ କଲେଜ୍ ଖୋଲିବା ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ସୋମବାରଠୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଖୋଲିବ। ଏହା ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ଏହା ପ୍ରଯ୍ୟୁଜ୍ୟ। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ। ସକାଳ ୧୦ଟାରୁ ଦିନ ୧ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରାଯାଇଛି। ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏକାଦଶ ଶ୍ରେଣୀ ପାଇଁ ସେପ୍ଟେମ୍ବର ୧୫ତାରିଖରୁ ପାଠପଢ଼ା ଆରମ୍ଭ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। ଏଥିପାଇଁ…
Read Moreରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦଶପଲ୍ଲା ଶାଖା ତରଫରୁ ଆଜି ଏକ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ମହାବୀର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ କର, ଅବସର ପ୍ରାପ୍ତ ବନପାଳ ପ୍ରଫୁଲ୍ଲ କୁମାର ଦାସ ଓ ସମାଜସେବୀ ଧ୍ରୁବଚରଣ ସାହୁ ଉପସ୍ଥିତ ରହି ଦୈନଦିନ ବିଭିନ୍ନ ପରିସ୍ଥିତିରେ ରହି ମଧ୍ୟ କରୋନା ରୋଗୀମାନଙ୍କ ସେବା କରୁଥିବା ସ୍ବାସ୍ଥ୍ୟକର୍ମୀ ସୁଶ୍ରୀ ପ୍ରଣତି ଦାସ, ପ୍ରତାପ ମାଝୀ, ସୋମନାଥ ପୃଷ୍ଟି, ଅଜିତ ସାହୁ ଓ ବିଶ୍ବମ୍ବର ରଥଙ୍କୁ ସମ୍ବର୍ଦ୍ଧନା କରିବା ସହ ଅତିଥିବୁନ୍ଦ ସେମାନଙ୍କର ଅଦମ୍ୟ ସାହସକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅରୁଣ ମହାକୁଡ଼ ସଂଯୋଜନା କରିବା ସହ ମାନସ କୁମାର ସାହୁ ପରିଚୟ…
Read Moreଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସେବା ଉତ୍ସବରେ ବସ୍ତ୍ରଦାନ ଓ ରାସନ ବଣ୍ଟନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବର କର୍ମକର୍ତ୍ତାମାନେ ଏହି ଅବସରରେ ଓଡ଼ଗାଁ ଏନ.ଏ.ସି ସମେତ ରହିବାଙ୍କ, ବାଘୁଆ, କୁରାଳ, ପାଣ୍ଡିରୀପଡା, ଗିରିଡ଼ିପଲ୍ଲୀ ଓ କୋରାପିଠା ଆଦି ବିଭିନ୍ନ ସ୍ଥାନରେ ଗରିବ, ଅସହାୟ ଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ସାଙ୍ଗକୁ ଚାରା ବଣ୍ଟନ କରିଥିଲେ । ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର, ସମାଜସେବୀ ଅର୍ଜୁନ ସାହୁ ଓ ଶାନ୍ତନୁ ବିଷୋୟୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ, ଜ୍ୟୋତିରଞ୍ଜନ ମହାପାତ୍ର, ପରମେଶ୍ୱର ସାହୁ, ସୌମ୍ୟରଞ୍ଜନ ଦାଶ, ସହଦେଵ ଜେନା, ଆଲୋକ ରଂଜନ ବାରିକ ପ୍ରମୁଖ ସାମିଲ…
Read Moreମହିଂସା ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କଲେ କନିଷ୍ଠ ଯନ୍ତ୍ରୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବ୍ଳକ ସାକେଣି ଗ୍ରାମ ନିକଟରେ ଥିବା ମହିଂସା ଜଳ ପ୍ରକଳ୍ପ ବା ଚେକଡ୍ୟାମରେ ବେଆଇନ ଭାବେ ମାଛଚାଷ କରିବା ସହ ବର୍ଷାଦିନେ ମାଛ ଧରିବା ଉଦ୍ଦେଶ୍ୟରେ ଦୁର୍ବୁର୍ତ୍ତମାନେ ଡ୍ୟାମ ଜଳକୁ ଗେଟ ଖୋଲି ଛାଡିବା ଓ କେନାଲ ବନ୍ଧ ମରାମତିକୁ ନେଇ ସାଧରଣ ଲୋକ, ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ପ୍ରସଙ୍ଗ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସୋମବାର ଦିନ ଦଶପଲ୍ଲା ବ୍ଲକ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଟ ଯନ୍ତ୍ରୀ ମନୋଜ କୁମାର ରାଉତ ଡ୍ୟାମ ନିକଟରେ ପହଞ୍ଚି ଡ୍ୟାମ ସ୍ଥିତି ପରଖିବା ସହ ଚାଷୀମାନଙ୍କ ଅସୁବିଧା କଥା ପଚାରି ବୁଝିଥିଲେ। ଏଥିସହ କେନାଲ ବନ୍ଧକୁ ଅଗଷ୍ଟ ୧୫ତାରିଖ ସୁଦ୍ଧା ଜରୁରୀ ଆବଶ୍ୟକ ଥିବା ସ୍ଥାନକୁ ଯଥାଶୀଘ୍ର ମରାମତି କରିବା ସହ ବେଆଇନ ଭାବେ ମାଛଚାଷ କରୁଥିବା ଲୋକଙ୍କ ବିରୁଦ୍ଧରେ…
Read Moreଉଦ୍ଧାର ହେଲା ନାବାଳକ, ଠିକଣା ଖୋଜୁଛି ଚାଇଲଡ ଲାଇନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଅଞ୍ଚଳରେ ନାବାଳକ ଫସିବା ଖବର ପ୍ରକାଶ ପାଇବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ରଶେଖର ବେହେରା ଓ ଓଡ଼ଗାଁ ପୁଲିସ ଗୈାଡ଼ପୁଟ ପଞ୍ଚାୟତ ଗୁଆନ୍ଦ ଗ୍ରାମରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଛତିଶଗଡ଼ର ଟୋଲା ଅଞ୍ଚଳର ହଟକା ଗ୍ରାମର ରାମ ଲାଲ ଏବଂ କଲେଶ୍ରୀଙ୍କ ପୁଅ ବିରୁ କିଛି ସାଙ୍ଗ ସାଥିଙ୍କ ସହ ଭଦ୍ରକ ଜିଲ୍ଲାକୁ କାମ କରିବାକୁ ଆସିଥିବା ପ୍ରକାଶ କରିଛି। କିନ୍ତୁ ବିରୁ ଭଦ୍ରକରୁ କୈାଣସିମତେ ଆସି ଓଡ଼ଗାଁର ଗୌଡ଼ପୁଟ ଅଞ୍ଚଳରେ ପହଞ୍ଚି ଯାଇଥିଲା। ଗୌଡ଼ପୁଟ ଅଞ୍ଚଳରେ ଏକା ଏକା ବୁଲୁଥିବାବେଳେ ଗୁଆନ୍ଦ ଗ୍ରାମର କୈଳାସ ନାୟକ ବିରୁ ସହ କଥାବାର୍ତ୍ତା କରି ତାକୁ ଗୁଆନ୍ଦକୁ ଆଣି ନିଜଘରେ ୫ଦିନ ହେବ ରଖିଥିଲେ। ଆଜି ନାବାଳକ ଉଦ୍ଧାର ହୋଇଥିବା ବେଳେ…
Read Moreଜୀବନ ରେଖା ପରିଷଦ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- କରୋନା ମହାମାରୀ ସମସ୍ତଙ୍କୁ ଏମିତି ପ୍ରଭାବିତ କରି ଚାଲିଲା ଯେ ପ୍ରତ୍ୟେକ ସ୍ତରର ମଣିଷମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବା ସହ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ ଜୀବିକା ଠପ୍ କରି ଦେଇଛି। ହେଲେ ଆଜି ଜୀବନରେଖା ପରିଷଦ ପକ୍ଷରୁ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମ ପଞ୍ଚାୟତ ଅଧୀନ ଗୁଣ୍ଠାପାଯୁ, ଖାଲମଡା, ମସାବାଡି, ପଙ୍କୁଆ ଭଳି ଆହୁରି ଅନେକ ଆଦିବାସୀ ବହୁଳ ଗ୍ରାମାଞ୍ଚଳକୁ ଯାଇ ପ୍ରାୟ ପାଞ୍ଚଶହରୁ ସାତଶହ ଅସହାୟ ଗରିବ ଶ୍ରେଣୀର ପରିବାରକୁ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦଶପଲ୍ଲା ପଞ୍ଚାୟତ ସମିତିର ଅଧକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ପଞ୍ଚାୟତ…
Read Moreଘର ଭିତରୁ ମା’ ଓ ୩ବର୍ଷୟ ପୁଅର ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଇଟାମାଟି,(ନୟାଗଡ଼ ଦର୍ପଣ):- ଘର ଭିତରୁ ମା’ ପୁଅଙ୍କ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ। ଏଭଳି ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି ଇଟାମାଟି ଥାନା ଶଙ୍ଖେଇ ଗ୍ରାମରୁ। ଶଙ୍ଖେଇ ଗାଁ’ର ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମିଲି ସାହୁ ଏବଂ ତାଙ୍କର ୩ବର୍ଷର ପୁଅର ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ସଠିକ ତଥ୍ୟ ମିଳିପାରୁ ନାହିଁ । ଖବର ପାଇ ଇଟାମାଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୁଅକୁ ମାରିଦେଇ ମା ଆତ୍ମହତ୍ୟା କରିଥିବା ଆଲୋଚନା ହେଉଥିବା ବେଳେ ପୁଅର ଦୁଷ୍ଟାମୀ ରୋକିବାକୁ ମାଡ଼ ମାରିବା ବେଳେ ପୁଅର ମୃତ୍ୟୁ ହୋଇଯିବା ପରେ ମା’ ଆତ୍ମହତ୍ୟା କରିଥିବା କଥା ଚର୍ଚ୍ଚା ହେଉଛି । ତେବେ…
Read Moreବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଭ୍ରାମ୍ୟମାଣ ଚାରାବଣ୍ଟନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଇଟାମାଟି ଓ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ତରଫରୁ ଆଜି ସକାଳ ୯ଘଟିକା ସମୟରେ ଶ୍ରୀ ରଘୁନାଥ ମନ୍ଦିର ପରିସରରୁ ଭ୍ରାମ୍ୟମାଣ ଚାରାବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସଭାପତି ମନୋଜ କୁମାର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସମାଜସେବୀ ବସନ୍ତ କର, ସନ୍ତୋଷ କୁମାର ମିଶ୍ର, ବିଭୁତିଭୂଷଣ ସାହୁ, ବସନ୍ତ କୁମାର ସାହୁ, ଖଣ୍ଡପଡାର ସମାଜସେବୀ ବିନୋଦିନୀ ମହାନ୍ତି ଏବଂ ପବ୍ଲିକ ରାଇଟସ ଆସୋସିଏସନ ଓଡ଼ଗାଁ ବ୍ଲକ ସଭାପତି ବିଦ୍ୟାଧର ଦାଶ, ସଂପାଦକ ଭାଗିରଥି ଜେନା, ମହିଳା ଶାଖା ସଭାନେତ୍ରୀ ଜଲି ଦାଶ, ଉପସଭାନେତ୍ରୀ ରାଜଲକ୍ଷ୍ମୀ ସେନାପତି, ସଂପାଦିକା ନମିତା ଜେନା ଓ ନଳିନୀ ସାହୁ, ଶାନ୍ତିଲତା ଜେନା, କ୍ଷେତ୍ରବାସୀ ଜେନା, ମାଳତି ସାହୁ, ବବିତା ବେହେରା ଓ ଲକ୍ଷ୍ମୀ…
Read More