ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ସେବା ଉତ୍ସବର ସେବା

ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ତରଫରୁ ୧୦ ଦିନବ୍ୟାପି ଆରମ୍ଭ ହୋଇଯାଇଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧, ଆଜି ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ସେବା ଉତ୍ସବର କର୍ମକର୍ତାମାନେ ରାଜସୁନାଖଳା, ରଣପୁର, କୋଟଗଡ଼, ନୂଆଗାଁ ଆଦି ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର ଓ ସମିତି ଉପାଧ୍ୟକ୍ଷ ଚିତ୍ତ ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି, ସ୍ବେଛାସେବୀ ଲିପନ କୁମାର ସାହୁ, ଶ୍ରୀନିବାସ ବେହେରା, ସ୍ବେଛାସେବୀ ସତ୍ୟ ନାରାୟଣ ବାରିକ ପ୍ରମୁଖ ସାମିଲ ହୋଇ ଗରିବ ଅସହାୟମାନଙ୍କୁ ବସ୍ତ୍ର ଓ ରାସନ ବାଣ୍ଟିବାରେ ସହଯୋଗ କରିଥିଲେ। ଏଥିସହିତ ରାଜସୁନାଖଳା ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସଦସ୍ୟା ମଧ୍ୟ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ। ନୟାଗଡ଼ ସେବା ଉତ୍ସବ ସମିତିର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଥିଲେ।ଅନ୍ୟପକ୍ଷେ ଗତ ୧୫ ଜୁଲାଇରୁ ନୟାଗଡ଼ ବ୍ଲକରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ଜୁଲାଇ ୨୫ ତାରିଖରେ ଭରଚୁଆଲ ମାଧ୍ୟମରେ ଉଦଯାପିତ ହେବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଦୀପ କୁମାର ରଣା
ଆ/ପ୍ର/ରାଜସୁନାଖଳା
ମୋ-୯୯୩୮୬୮୮୪୩୨

Related posts