ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଆହୂତ ସେପ୍ଟେମ୍ବର ୨୭ ଭାରତ ବନ୍ଦ

ନୟାଗଡ଼,(୨୦/୦୯): ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଆହୂତ ସେପ୍ଟେମ୍ବର ୨୭ ଭାରତ ବନ୍ଦକୁ ସଫଳ କରିବା ପାଇଁ ନୟାଗଡ଼ଠାରେ ଏକ ଗଣ କନଭେନସନ ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଆହ୍ୱାନକୁ ସଫଳ କରିବା ପାଇଁ ବିଭିନ୍ନ ରାଜନୈତିକ ଓ ଗଣ ସଂଗଠନ ଏକାଠି ହୋଇଛନ୍ତି । ଦିଲ୍ଲୀ କୃଷକ ଆନ୍ଦୋଳନର ଦଶମାସ ପୂର୍ତ୍ତି ତଥା ସହୀଦ ଭଗତ ସିଂହଙ୍କ ଜନ୍ମଦିବସ ଅବସରରେ ସେପ୍ଟେମ୍ବର ୨୫ ଭାରତ ବନ୍ଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ସଭାରେ ମତ ପ୍ରକାଶ ପାଇଥିଲା । କୃଷକ ବଞ୍ଚାଅ… ଶ୍ରମିକ ବଞ୍ଚାଅ… ଦେଶ ବଞ୍ଚାଅ… ଏହି ସ୍ଲୋଗାନ ସହିତ ସମସ୍ତ ରାଜନୈତିକ ଦଳ ତଥା ଗଣ ସଂଗଠନର ନେତୃତ୍ୱ ଦିଲ୍ଲୀ କୃଷକ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇ ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ମୋଦି ସରକାର ଯେଭଳି ଘରୋଇ…

Read More

ଅବସର ପ୍ରାପ୍ତ ସାମରିକ କର୍ମଚାରୀ ସଙ୍ଘର ୧୯ତମ ଅଧିବେଶନ ଅନୁଷ୍ଠିତ

ନୟାଗଡ଼(୧୯/୦୯): ଅବସର ପ୍ରାପ୍ତ ସାମରିକ କର୍ମଚାରୀ ସଙ୍ଘର ୧୯ତମ ଅଧିବେଶନ। ନୟାଗଡ଼ ଖଣ୍ଡପଡ଼ା ରୋଡ଼ସ୍ଥିତ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା ଅବସର ପ୍ରାପ୍ତ ସାମରିକ କର୍ମଚାରୀ ସଙ୍ଘର ସଭାପତି କୃଷ୍ଣ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ସଂଘର ୧୯ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ସଙ୍ଘର ଶତାଧିକ ସଭ୍ୟ ସଭ୍ୟା ଯୋଗଦେଇଥିଲେ। ଉକ୍ତ ସଭାରେ ଅବସର ପ୍ରାପ୍ତ ସାମରିକ କର୍ମଚାରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ତଥା କୋଭିଡ୧୯ ଏବଂ କ୍ୟାଣ୍ଟିନର ଉନ୍ମୋଚନ ପାଇଁ ଆଲୋଚନା କରାଯାଇଥିଲା।

Read More

ନୟାଗଡର ବିଭିନ୍ନ ସଂଗଠନ ପକ୍ଷରୁ ବନଖଣ୍ଡ ଅଧିକାରୀ ଏଚ.ଡି. ଧନରାଜଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ନୟାଗଡ(୧୯/୦୯): ନୟାଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚ. ଡି.ଧନରାଜଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା। ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସୋହମ୍ ସଂଗଠନ’ ପରିସରରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚ. ଡି.ଧନରାଜଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମହାନଦୀ ବନ୍ୟପ୍ରାଣୀ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସମୀର କୁମାର ଶତପଥୀ, ନୟାଗଡ଼ ସହକାରୀ ବନଖଣ୍ଡ ଅଧିକାରୀ ସୁଶ୍ରୀ ଶ୍ବେତାଲିନାଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା । ଆବାହକ ଶ୍ରୀଯୁକ୍ତ ସୁକାନ୍ତ ଚନ୍ଦ୍ର ଚୌଧୁରୀ ଅତିଥିପରିଚୟ ପ୍ରଦାନ କରିଥିଲେ । ସମଗ୍ର ନୟାଗଡ ଜିଲ୍ଲାର ପରିବେଶ ପ୍ରେମୀ ଗଛସାର ତଥା ଅନ୍ତର୍ଯ୍ୟାମୀ ସାର , ଦାମ ସାର, ଅକ୍ରୁର ବେହେରା କେନ୍ଦୁଢିପୀ ଜଙ୍ଗଲସୁରକ୍ଷା ସଭାପତି, ଅନ୍ତର୍ଯ୍ୟାମୀ ମିଶ୍ର ଓସ୍ତିଆ, ଆଦିତ୍ୟପ୍ରସାଦ ଦାସ ଜୁନିୟର ଇଂଜିନିୟର ଗୋଡିପଡା ଘରଚଟିଆ ସୁରକ୍ଷା କର୍ମୀ, ସୁବାସ…

Read More

ହେଲ୍ପିଂ ହାଣ୍ଡ୍ସ ପକ୍ଷରୁ ବୃକ୍ଷରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ

ନୟାଗଡ଼(୧୯/୦୯): ନୟାଗଡ଼ ସହରରେ ଗଢ଼ି ଉଠିଥିବା ହେଲ୍ପିଂ ହାଣ୍ଡସ ନୟାଗଡ଼ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କରାଯିବା ସହ ବିଭିନ୍ନ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବାଲୁଗାଁ ନିକଟସ୍ଥ ପାଣିପୋଇଲା ଠାରେ ଥିବା ମଦର ଆବାସିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ୧୩୦ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ ବ୍ରେଡ, ବିସ୍କୁଟ ଓ ଚକଲେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭୁତି ଭୁଷଣ ମହାନ୍ତି, ଦେବାଶିଷ ମହାନ୍ତି, ଚିନ୍ମୟ ମହାପାତ୍ର, ମୃତ୍ୟୁଞ୍ଜୟ ନନ୍ଦ, ଜ୍ଞାନରଞ୍ଜନ ସାହୁ, ଜଗନ୍ନାଥ ବେହେରା, ସମ୍ବିତ ମହାପାତ୍ର, ବିମଳ କୁମାର ସାହୁ ଓ ଲୋପାମୁଦ୍ରା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More

ତାଳଚେର-ଗୋପାଳପୁର ରେଳପଥ ନିର୍ମାଣକୁ ନେଇ ମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼,(୧୯/୦୯): ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ଏବଂ ନିରଞ୍ଜନ ମିଶ୍ର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ସାକ୍ଷାତ କରି ରେଳପଥ ନିର୍ମାଣ ସମ୍ପର୍କିତ ଏକ ଦାବୀପତ୍ର ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ୧୯୯୦ ମସିହାରେ ତାଳଚେର–ଗୋପାଳପୁର ରେଳପଥ ନିର୍ମାଣ ନେଇ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପରିକଳ୍ପନା କରିଥିଲେ । ଦୀର୍ଘ ୩୦ବର୍ଷ ବିତି ଯାଇଥିଲେ ହେଁ ରେଳପଥ ପାଇଁ ସର୍ବଶେଷ ସର୍ଭେ ହୋଇପାରିଲା ନାହିଁ । ତାଳଚେର-ଗୋପାଳପୁର ରେଳପଥ ୨୯୩ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏବଂ ଢେଙ୍କାନାଳ, ଅନୁଗୁଳ, କଟକ, ନୟାଗଡ଼ ଏବଂ ଗଂଜାମ ଇତ୍ୟାଦି ପାଞ୍ଚ ଗୋଟି ଜିଲ୍ଲାର ସାମାଜିକ ଅର୍ଥନୈତିକ, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବା ସହିତ ତାଳଚେରରୁ ଗୋପାଳପୁର ସିଧାସଳଖ କୋଇଲା ପରିବହନ ହୋଇପାରିବ…

Read More

‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ’ ପୁରସ୍କାର ପ୍ରାପ୍ତ ପ୍ରଭାତଙ୍କୁ ଜନ୍ମିତ ମାଟିରେ ସମ୍ବର୍ଦ୍ଧନା

ଓଡ଼ଗାଁ(୧୯/୦୯): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ମଞ୍ଚ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ ପ୍ରଭାତ କୁମାର ମହାରଣାଙ୍କୁ ତାଙ୍କ ଜନ୍ମମାଟି ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମରେ ପଞ୍ଚାୟତ ତରଫରୁ ଗ୍ରାମବାସୀ ମାନେ ସମ୍ବର୍ଦ୍ଧିତ କରାଯାଇଛି । ନନ୍ଦିଘୋର ସରପଞ୍ଚ ଶ୍ରୀମତୀ ଶ୍ବେତାଲୀନା ମିଶ୍ର ସଭାପତିତ୍ବରେ ଏହି ସମ୍ବର୍ଦ୍ଧନା ଉତ୍ସବରେ ନାଟ୍ୟକାର, ନିର୍ଦ୍ଦେଶକ ତଥା ଶିକ୍ଷକ ଶରତ କୁମାର ଆଚାର୍ଯ୍ୟ, ସାମ୍ବାଦିକ ତଥା ନାଟ୍ୟକାର ପ୍ରଦୀପ୍ତ କୁମାର ରଥ, ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଚିନ୍ତାମଣି ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଗଜେନ୍ଦ୍ର କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ଶ୍ରୀଯୁକ୍ତ ଗଜେନ୍ଦ୍ର ମହାରଣା ଏହା ତାଙ୍କୁ ସମ୍ବର୍ଦ୍ଧନା ନୁହେଁ ବରଂ ଏହା ଜନ୍ମ ମାଟିର ସ୍ନେହ ଶ୍ରଦ୍ଧା ଏବଂ ଆର୍ଶୀବାଦ ବୋଲି ପ୍ରକାଶ କରିବା…

Read More

ନୟାଗଡ଼ ପୈାର ପରିଷଦ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ ଡଃ. ଅରୁଣ

ନୟାଗଡ଼(୧୯/୦୯): ନୟାଗଡ଼ ପୈାର ପରିଷଦ ଅଧିନରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବୁଲି ବୁଲି ଦେଖିଛନ୍ତି । ପୈାରାଞ୍ଚଳର ବିଭିନ୍ନ ଅଞ୍ଚଳରେ ସ୍ଥାପନ ହୋଇଥିବା ୧୫ଟି ପ୍ରକଳ୍ପ ନୟାଗଡ଼ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସାଧାରଣରେ ଚର୍ଚାଜୋର ଧରିଛି । ନୟାଗଡ଼ ଖଣ୍ଡପଡ଼ା ରାସ୍ତାର ବଲାଙ୍ଗୀ ପାର୍କ, କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର, ଶୁଖିଲା ବର୍ଜ୍ଜ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର, ମଳ ବିଶୋଧନ କେନ୍ଦ୍ର, ନୂଆ ବସଷ୍ଟାଣ୍ଡ, ଭାଲୁ ଖୋଲା ଆଦର୍ଶ ସ୍ମସାନ ନିର୍ମାଣ କାର୍ଯ୍ୟ, ଔଷଧିୟ ବୃକ୍ଷ ପାର୍କ, ବୃଦ୍ଧାଶ୍ରମ, ପିଟିଏସ୍ ଗୃହ, ନୟାଗଡ଼ ମହାବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ଏଥିସହିତ ପୈାର ପରିଷଦର ୬ନଂ ୱାର୍ଡ଼, ୭…

Read More

ଓଡଗାଁରେ ସିଭିଲ କୋର୍ଟ କମ୍ପ୍ଲେକ୍ସ ଉଦଘାଟିତ

ଓଡଗାଁ,(୧୮/୦୯): ଓଡଗାଁ ରେ ନବ ନିର୍ମିତ ଦେୱାନୀ ଏବଂ ଫୌଜଦାରୀ ବିଚାରାଳୟର କୋଠା ଉଦଘାଟିତ ହୋଇଯାଇଛି . ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ଆଜି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଭିନୀତ୍ ଶରଣ ଦେୱାନୀ ଏବଂ ଫୌଜଦାରୀ କୋର୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମାନ୍ୟବରଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଥିଲା । ପ୍ରଥମେ ସେ ଶରଣକୁଳ ସ୍ଥିତ ଶ୍ରୀ ଲଡୁବାବାଙ୍କ ଦର୍ଶନ ସାରିବା ପରେ ଓଡଗାଁ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ଅଭିମୁଖେ ଅଗ୍ରସର ହୋଇଥିଲେ ,ସେଠାରେ ବିଚାରପତି ଭିନିତ୍ ଶରଣ ସ୍ବତନ୍ତ୍ର ଦର୍ଶନ କରିବା ଅବସରରେ ମନ୍ଦିରର ଚତୁଃପାର୍ଶ୍ବ ବୁଲି ଦେଖିବା ସହିତ ମନ୍ଦିରର କାରୁକାର୍ଯ୍ୟକୁ ନେଇ ଖୁବ୍ ପ୍ରଶଂସା କରିଥିଲେ। ମାନ୍ୟବର ବିଚାରପତି ମନ୍ଦିରର ଉଚ୍ଚତା ପଚାରି ବୁଝିବା ସହିତ ବିଭିନ୍ନ ଠାକୁରଙ୍କୁ ଦେଖି…

Read More