ତାଳଚେର-ଗୋପାଳପୁର ରେଳପଥ ନିର୍ମାଣକୁ ନେଇ ମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼,(୧୯/୦୯): ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ଏବଂ ନିରଞ୍ଜନ ମିଶ୍ର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ସାକ୍ଷାତ କରି ରେଳପଥ ନିର୍ମାଣ ସମ୍ପର୍କିତ ଏକ ଦାବୀପତ୍ର ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ୧୯୯୦ ମସିହାରେ ତାଳଚେର–ଗୋପାଳପୁର ରେଳପଥ ନିର୍ମାଣ ନେଇ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପରିକଳ୍ପନା କରିଥିଲେ । ଦୀର୍ଘ ୩୦ବର୍ଷ ବିତି ଯାଇଥିଲେ ହେଁ ରେଳପଥ ପାଇଁ ସର୍ବଶେଷ ସର୍ଭେ ହୋଇପାରିଲା ନାହିଁ । ତାଳଚେର-ଗୋପାଳପୁର ରେଳପଥ ୨୯୩ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏବଂ ଢେଙ୍କାନାଳ, ଅନୁଗୁଳ, କଟକ, ନୟାଗଡ଼ ଏବଂ ଗଂଜାମ ଇତ୍ୟାଦି ପାଞ୍ଚ ଗୋଟି ଜିଲ୍ଲାର ସାମାଜିକ ଅର୍ଥନୈତିକ, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବା ସହିତ ତାଳଚେରରୁ ଗୋପାଳପୁର ସିଧାସଳଖ କୋଇଲା ପରିବହନ ହୋଇପାରିବ । ୧୯୯୦ରେ ପ୍ରଥମେ ଏହାର ସର୍ଭେ କରାଯାଇ ଥିଲା । ଉକ୍ତ ପ୍ରକଳ୍ପ ପାଇଁ ୮୪୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଇତି ମଧ୍ୟରେ ୨୫ଲକ୍ଷ ଟଙ୍କା ରେଳ ମନ୍ତ୍ରଣାଳୟ ଟୋକନ ମନି ହିସାବରେ ଉକ୍ତ ପ୍ରକଳ୍ପକୁ ଦେଇଛନ୍ତି । ମାତ୍ର ରେଳପଥ ନିର୍ମାଣ ନେଇ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରୁ ନାହିଁ । ଯାହାକୁ ନେଇ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

Related posts