ଓଡ଼ଗାଁ(୧୯/୦୯): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ମଞ୍ଚ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ ପ୍ରଭାତ କୁମାର ମହାରଣାଙ୍କୁ ତାଙ୍କ ଜନ୍ମମାଟି ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମରେ ପଞ୍ଚାୟତ ତରଫରୁ ଗ୍ରାମବାସୀ ମାନେ ସମ୍ବର୍ଦ୍ଧିତ କରାଯାଇଛି । ନନ୍ଦିଘୋର ସରପଞ୍ଚ ଶ୍ରୀମତୀ ଶ୍ବେତାଲୀନା ମିଶ୍ର ସଭାପତିତ୍ବରେ ଏହି ସମ୍ବର୍ଦ୍ଧନା ଉତ୍ସବରେ ନାଟ୍ୟକାର, ନିର୍ଦ୍ଦେଶକ ତଥା ଶିକ୍ଷକ ଶରତ କୁମାର ଆଚାର୍ଯ୍ୟ, ସାମ୍ବାଦିକ ତଥା ନାଟ୍ୟକାର ପ୍ରଦୀପ୍ତ କୁମାର ରଥ, ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଚିନ୍ତାମଣି ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଗଜେନ୍ଦ୍ର କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ଶ୍ରୀଯୁକ୍ତ ଗଜେନ୍ଦ୍ର ମହାରଣା ଏହା ତାଙ୍କୁ ସମ୍ବର୍ଦ୍ଧନା ନୁହେଁ ବରଂ ଏହା ଜନ୍ମ ମାଟିର ସ୍ନେହ ଶ୍ରଦ୍ଧା ଏବଂ ଆର୍ଶୀବାଦ ବୋଲି ପ୍ରକାଶ କରିବା ସହିତ ଗାଁ’ରେ ନିଜର ପିଲାଦିନର ଅନୁଭୁତି ପ୍ରକାଶ କରିଥିଲେ। ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଆଚାର୍ଯ୍ୟ ନୟାଗଡ଼ ନାଟ୍ୟ ଇତିହାସରେ ପ୍ରଭାତ ମହାରଣାଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ପ୍ରକାଶ କରିଥିବାବେଳେ ସାମ୍ବାଦିକ ପ୍ରଦିପ୍ତ ରଥ ଶ୍ରୀଯୁକ୍ତ ମହାରଣାଙ୍କୁ ଶୁଭେଛା ଜଣାଇବା ସହ ନାଟକ ମାଧ୍ୟମରେ ସମାଜର ପରିବର୍ତ୍ତନ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ପ୍ରଭାତର ଶିକ୍ଷକ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଥିବା ଶିକ୍ଷକ ଶ୍ରୀଯୁକ୍ତ ଚିନ୍ତାମଣି ମିଶ୍ର ପ୍ରକାଶ କରିଥିଲେ।
‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ’ ପୁରସ୍କାର ପ୍ରାପ୍ତ ପ୍ରଭାତଙ୍କୁ ଜନ୍ମିତ ମାଟିରେ ସମ୍ବର୍ଦ୍ଧନା
