ନୟାଗଡ଼ ପୈାର ପରିଷଦ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ମନ୍ତ୍ରୀ ଡଃ. ଅରୁଣ

ନୟାଗଡ଼(୧୯/୦୯): ନୟାଗଡ଼ ପୈାର ପରିଷଦ ଅଧିନରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବୁଲି ବୁଲି ଦେଖିଛନ୍ତି । ପୈାରାଞ୍ଚଳର ବିଭିନ୍ନ ଅଞ୍ଚଳରେ ସ୍ଥାପନ ହୋଇଥିବା ୧୫ଟି ପ୍ରକଳ୍ପ ନୟାଗଡ଼ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସାଧାରଣରେ ଚର୍ଚାଜୋର ଧରିଛି । ନୟାଗଡ଼ ଖଣ୍ଡପଡ଼ା ରାସ୍ତାର ବଲାଙ୍ଗୀ ପାର୍କ, କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର, ଶୁଖିଲା ବର୍ଜ୍ଜ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର, ମଳ ବିଶୋଧନ କେନ୍ଦ୍ର, ନୂଆ ବସଷ୍ଟାଣ୍ଡ, ଭାଲୁ ଖୋଲା ଆଦର୍ଶ ସ୍ମସାନ ନିର୍ମାଣ କାର୍ଯ୍ୟ, ଔଷଧିୟ ବୃକ୍ଷ ପାର୍କ, ବୃଦ୍ଧାଶ୍ରମ, ପିଟିଏସ୍ ଗୃହ, ନୟାଗଡ଼ ମହାବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ଏଥିସହିତ ପୈାର ପରିଷଦର ୬ନଂ ୱାର୍ଡ଼, ୭ ନଂ ୱାର୍ଡ଼ ଏବଂ ୧୩ ନଂ ୱାର୍ଡ଼ରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଡ. ସାହୁଙ୍କ ସହ ନୟାଗଡ଼ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Related posts