ହେଲ୍ପିଂ ହାଣ୍ଡ୍ସ ପକ୍ଷରୁ ବୃକ୍ଷରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ

ନୟାଗଡ଼(୧୯/୦୯): ନୟାଗଡ଼ ସହରରେ ଗଢ଼ି ଉଠିଥିବା ହେଲ୍ପିଂ ହାଣ୍ଡସ ନୟାଗଡ଼ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କରାଯିବା ସହ ବିଭିନ୍ନ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବାଲୁଗାଁ ନିକଟସ୍ଥ ପାଣିପୋଇଲା ଠାରେ ଥିବା ମଦର ଆବାସିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ୧୩୦ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ ବ୍ରେଡ, ବିସ୍କୁଟ ଓ ଚକଲେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭୁତି ଭୁଷଣ ମହାନ୍ତି, ଦେବାଶିଷ ମହାନ୍ତି, ଚିନ୍ମୟ ମହାପାତ୍ର, ମୃତ୍ୟୁଞ୍ଜୟ ନନ୍ଦ, ଜ୍ଞାନରଞ୍ଜନ ସାହୁ, ଜଗନ୍ନାଥ ବେହେରା, ସମ୍ବିତ ମହାପାତ୍ର, ବିମଳ କୁମାର ସାହୁ ଓ ଲୋପାମୁଦ୍ରା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts